Breaking News

>>
  • ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ 'ରାତ୍ର ୮ ଟା ପର୍ଯ୍ୟନ୍ତ ଖୋଲା ;ଦଲାଲ ମାନଙ୍କ ଦ୍ୱାରା ପରିଚାଳିତ
  • >>
  • କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶତାୟୁ ଆୟୁଷ ପାଇଁ ୫୬ ଜଣଙ୍କୁ ଛତା ବଣ୍ଟନ
  • >>
  • ଓଡ୍ର ଖଣ୍ଡାୟତ କାଳିଞ୍ଜି ସମାଜର କୁଳଗୃହ ପ୍ରତିଷ୍ଠା ଓ ସାଙ୍ଗଠନିକ ବୈଠକ
  • ଲାୟନ୍ସ କ୍ଲବ ଓ ଲିଓ କ୍ଲବ ପକ୍ଷରୁ ରାଶନ ସାମଗ୍ରୀ ବଣ୍ଟନ


     ବରଗଡ଼----ବରଗଡ ଜିଲ୍ଲା ଭେଡେନ ବ୍ଲକ ଥୁଆପାଲି, ଝରାପାଲି ମାର୍କେଟ ର ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ସଦସ୍ୟମାନ ସହଯୋଗ ରେ ରାଶନ ସାମଗ୍ରୀ ବଣ୍ଟନ କରିଛନ୍ତି । କରୋନା ମହାମାରୀ ଦ୍ଵିତୀୟ ଲହର ଲାଗି ରହିଥିବାରୁ ଆଶ୍ରମ ଅନ୍ତେବାସୀ ମାନଙ୍କର ଚଳିବା ଅସୁବିଧା ହେଉ ଥିବାର ଖବର ପାଇ ବରଗଡ ର ଦଶମାଇଲ ଛକ ନିକଟରେ ଥିବା ମାତୃଛାୟା ଆଶ୍ରମ, ଭଟଲି ର ତେଜାଗୁଲା ଆଶ୍ରମ ଓ ବିଜେପୁର ର ସମଲେଇପଦର ଆଶ୍ରମରେ ଚାଉଳ, ଡାଲି, ଚୂଡ଼ା, ଚିନି, ବିସ୍କୁଟ ଓ ପନିପରିବା ବଣ୍ଟନ କରିଛନ୍ତି।ଏହି ସମୟରେ କ୍ଲବ ପକ୍ଷରୁ ସୁନୀଲ ଅଗ୍ରୱାଲ, ହରେକୃଷ୍ଣ ପ୍ରଧାନ, ଦୀପକ ଅଗ୍ରୱାଲ, ଧୀରଜ ଶର୍ମା ଓ ଦେବାଶିଷ କ୍ଷେତି ଉପସ୍ଥିତ ଥିଲେ । ବଣ୍ଟନ ସମୟରେ ଆଶ୍ରମ ସଦସ୍ୟ ମାନେ ସହଯୋଗ କରିଥିଲେ ଓ ଖୁସିରେ ଆତ୍ମ ବିଭୋର ହୋଇଥିଲେ। ଲାୟନ୍ସ କ୍ଲବ ଓ ଲିଓ କ୍ଲବ ର ସଦସ୍ୟମାନଙ୍କୁ ଆଶ୍ରମ ଅନ୍ତେବାସୀ ମାନେ ଏହିପରି କାର୍ଯ୍ଯ କରିବା ପାଇଁ ଭଗବାନ ଆପଣ ମାନଙ୍କୁ ସହାୟତା ପ୍ରଦାନ କରନ୍ତୁ ବୋଲି ଆଶ୍ରମ ର ଅନ୍ତେବାସୀ ମାନେ କହିଥିଲେ ।
    ବରଗଡ଼ ରୁ ଭବାନୀ ଶଙ୍କର ପାଢୀ ଙ୍କ ରିପୋର୍ଟ,୩/୮/୨୦୨୧----୬,୩୦।  Sakhigopal News,3/8/2021

    Blog Archive

    Popular Posts