Breaking News

ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ 2021 ଜୁଲାଇ ମାସରେ ମାଲ୍ ପରିବହନରେ ଶୀର୍ଷ ସ୍ଥାନ ହାସଲ


ଜଟଣୀ-----ଦ୍ୱିତୀୟ ଥର ପାଇଁ , ଅର୍ଥାତ୍ ଜୁନ୍ -୨୦୨୧ ଏବଂ ଜୁଲାଇ -୨୦୨୧ ରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ  ମାଲ ପରିବହନରେ ସମଗ୍ର ଭାରତୀୟ ରେଳ ମଧ୍ୟରେ ଶୀର୍ଷ ସ୍ଥାନ ହାସଲ କରିଛି ।
ଜୁଲାଇ ୨୦୨୧ରେ ୧୩,୧୩ ମିଲିୟନ୍ ଟନ୍ ମାଲ ପରିବହନ କରିଛି  । ଏପ୍ରିଲ୍ -୨୦୨୧ରୁ ଜୁଲାଇ -୨୦୨୧ ପର୍ଯ୍ୟନ୍ତ ମୋଟ୍ ପରିବହନ ରେ ସମଗ୍ର ଭାରତୀୟ ରେଳ ମଧ୍ୟରେ ଖୋର୍ଦ୍ଧା ରୋଡ଼ ମଣ୍ଡଳ ଦ୍ଵିତୀୟ ସର୍ବୋଚ୍ଚ ପରିବହନ ମଣ୍ଡଳ ହୋଇଛି । ପୂର୍ବ ତଟ ରେଳବାଇର ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଜୁଲାଇ ୨୦୨୧ ମସିହାରେ ଭାରତୀୟ ରେଳ ମଧ୍ୟରେ ରେ ମାଲ ପରିବହନରେ ଶୀର୍ଷ ସ୍ଥାନ ହାସଲ କରିଛି। ଜୁଲାଇ -୨୦୨୧ ରେ ଏହି ମଣ୍ଡଳ ୧୩,୧୨ ମିଲିୟନ୍ ଟନ୍ ମାଲ ପରିବହନ କରିଛି। ଏହା କ୍ରମାଗତ ଦ୍ୱିତୀୟ ଥର ପାଇଁ ଭାରତୀୟ ରେଳ ମଧ୍ୟରେ ସର୍ବାଧିକ ଲୋଡିଂ ଡିଭିଜନ୍ ହୋଇପାରିଛି । ଗତ ମାସରେ ଅର୍ଥାତ୍ ଜୁନ୍ -୨୦୨୧ ରେ, ଡିଭିଜନ୍ ୧୨,୭୪ମିଲିୟନ ଟନ୍ ଲୋଡ୍ କରିଛି ଏବଂ ଏହା ମଧ୍ୟ ଶୀର୍ଷ ସ୍ଥାନ ସ୍ଥିତିରେ ରହିଛି ।
ଚଳିତ ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ଼ ରେଳ ମଣ୍ଡଳ ଦ୍ଵାରା  ଲୋଡ୍ ହୋଇଥିବା ମୋଟ ମାଲ ଯଥା ଏପ୍ରିଲ୍ -୨୦୨୧ ରୁ ଜୁଲାଇ -୨୦୨୧ ମଧ୍ୟରେ ୪୯,୯୩ ମିଲିୟନ୍ ଟନ୍ ଅଟେ, ଯାହାକି ୨୦୨୧-୨୦୨୨ ବର୍ଷ ପାଇଁ ଭାରତ ରେଳବାଇରେ ଦ୍ୱିତୀୟ ସର୍ବାଧିକ । ଜୁଲାଇ ୨୦୨୧ ମସିହାରେ, ଖୋର୍ଦ୍ଧା ରୋଡ଼ ମଣ୍ଡଳ ୫୧ ଟି ରେକ୍ ତାଳଚେରରୁ, ଧାମରା ଟର୍ମିନାଲରୁ ୨୧ ଟି, ପାରାଦୀପରୁ ୮୦ ଟି, ସୁକିନ୍ଦା ଠାରୁ ୩୯ ଟି ଏବଂ ଛତ୍ରପୁରରୁ ୭୯ ଟି ରେକ୍ ଲୋଡ୍ କରି ସର୍ବଶ୍ରେଷ୍ଠ ଲୋଡିଂ ପଞ୍ଜିକରଣ କରିଛି । ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ, ଶ୍ରୀ ଶଶି କାନ୍ତ ସିଂହଙ୍କ ଉତ୍ତମ ମାର୍ଗଦର୍ଶନରେ, କୋଭିଡ-୧୯ ର ସ°କ୍ରମଣର ଦ୍ଵିତୀୟ ଲହର ଯୋଗୁଁ ପ୍ରତିକୁଳ ପରିସ୍ଥିତି ଏବଂ କମ୍ ମାନବ ସମ୍ବଳ କାର୍ଯ୍ୟଶକ୍ତି ସତ୍ତ୍ୱେ ଏହା ହାସଲ କରାଯାଇଛି ।ହିତାଧିକାରୀ ତଥା ଜନସାଧାରଣଙ୍କ ଆବଶ୍ୟକତା ପୂରଣ କରିବା ପାଇଁ ଦେଶର ବିଭିନ୍ନ ସ୍ଥାନକୁ ଅତ୍ୟାବଶ୍ୟକ ସାମଗ୍ରୀ ଏବଂ କଞ୍ଚାମାଲ ପରିବହନରେ ଦିନରାତି ଉଦ୍ୟମ କରିଥିବାରୁ କର୍ମଚାରୀ ଏବଂ ଅଧିକାରୀମାନଙ୍କୁ ଶ୍ରୀ ଶଶି କାନ୍ତ ସିଂହ ପ୍ରଶଂସା କରିଛନ୍ତି।
ଜଟଣୀ ରୁ ରଙ୍ଗନାଥ ବେହେରା,୩/୮/୨୦୨୧-----୬,୦୦ 
Sakhigopal News,3/8/2021

Blog Archive

Popular Posts