Breaking News

ଅବକାରୀ ବିଭାଗର ଚଢ଼ାଉ , ନକଲି ବିଦେଶୀ ମଦ ଜବତ , ଜଣେ ଗିରଫ , ୨ ଫେରାର


ଭଞ୍ଜନଗର----  ଦୀର୍ଘଦିନ ଧରି ଚାଲିଥିଲା  ମଦ ତିଆରି । ତାହା ପୁଣି ବିଭିନ୍ନ ବିଦେଶୀ ମଦ ବ୍ରାଣ୍ଡର । କାଚ ବୋତଲ ରେ , ଷ୍ଟିକର , ସିଲ୍ ସବୁକିଛି ଅବିକଳ ବିଦେଶୀ ମଦ ଭଳି । ହେଲେ ବୋତଲ ଭିତରେ ରହୁଥିବା , ମଦ ସବୁ ସଂପୂର୍ଣ୍ଣ ନକଲି । ମଦ ନାମରେ ଚାଲିଥିଲା ବିଷ ବେପାର । ଏମିତି ଏକ ଘଟଣା ର ପର୍ଦ୍ଦାଫାଶ କରିଛି ଭଞ୍ଜନଗର ଅବକାରୀ ବିଭାଗ ।  ଭଞ୍ଜନଗର ଥାନା ଅନ୍ତର୍ଗତ ବିରିପଦର ଗ୍ରାମ ନିକଟ ରାଇପଲ୍ଲୀ ଜଙ୍ଗଲରେ ଥିବା ପରିତ୍ୟକ୍ତ ଘରେ ଚାଲିଥିଲା ନକଲି ବିଦେଶୀ ମଦ ତିଆରି କାରଖାନା ।  କୈଣସି ସୁତ୍ରରୁଖବର ପାଇ ଅବକାରୀ ବିଭାଗ   ଚଢ଼ାଉକରି ବିପୁଳ ପରିମାଣର ମଦ ଜବତ କରିବା ସହ  ଜଣଙ୍କୁ ଗିରଫ କରିଛି ।
ଘଟଣା ସ୍ଥଳରୁ ଦୁଇ ଜଣ ଫେରାର ହୋଇଯାଇଛନ୍ତି  । ସୂଚନା ପ୍ରକାରେ ଛତ୍ରପୁର ଅବକାରୀ ଅଧିକ୍ଷକ ରାଜେନ୍ଦ୍ର କୁମାର ଭୋତ୍ରା ଙ୍କ ନିର୍ଦ୍ଦେଶକ୍ରମେ ଆସିକା ରେଞ୍ଜ ଅଧିକାରୀ ଧରେନ୍ କୁମାର ବେହେରା ଙ୍କ ତତ୍ବାବଧାନରେ  ଭଞ୍ଜନଗର ଅବକାରୀ ରମ୍ବା ବାଗ ସହଯୋଗ ରେ ଚଢାଉ କରାଯାଇଥିଲା । ଏଏସଆଇ ରାମେଶ୍ବର ବେହେରା , କନେଷ୍ଟବଳ ସନାତନ ନାହାକ , ଜଗନ୍ନାଥ ମହାପାତ୍ର , ସୁବଳ ପ୍ରଧାନ , ଏବଂ କୃଷ୍ଣ ଚନ୍ଦ୍ର ସେଠୀ ପ୍ରମୁଖ ଏହି ଚଢାଉରେ ସାମିଲ ହୋଇଥିଲେ । ଏହି ଚଢ଼ାଉରେ ବିଭିନ୍ନ ବିଦେଶୀ ମଦ କମ୍ପାନୀର ୨୧୭୧ଟି ଲେବୁଲ , ୧୨୯୮ ଟି ନକଲି ବିଦେଶୀ ମଦ ବେତଲ ।  ରଙ୍ଗ ୨୦ ଲିଟର ଜବତ କରିଥିବା  ଆସିକା ରେଞ୍ଜ ଅଧିକାରୀ ଶ୍ରୀ ବେହେରା କହିଛନ୍ତି ।  ଗିରଫ ଅଭିଯୁକ୍ତ ଭଞ୍ଜନଗର ବ୍ଲକର ଦେହମୁହାଁଣୀ ପଞ୍ଚାୟତର ଖୁରୁଡୁ ଗ୍ରାମର ଟୁବୁଲୁ ନାୟକ (ଓରଫ)ଆକାଶ ବୋଲି ଜଣାପଡିଛି । ଏହି ଘଟଣାରେ  ଫେରାର ଥିବା ୨ ଅଭିଯୁକ୍ତକୁ ଅତିଶୀଘ୍ର ଧରାଯିବା ସହ ମୁଖ୍ୟ ଅଭିଯୁକ୍ତକୁ ମଧ୍ୟ ଧରାଯିବ  ବେଲି ଶ୍ରୀ ବେହେରା କହିଛନ୍ତି । ଏହି ଚଢାଉ , ଭଞ୍ଜନଗର ଅବକାରୀ ବିଭାଗ ର  ବଡ ସଫଳତା ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି ।
ଭଞ୍ଜନଗରରୁ ରବିନ୍ଦ୍ର ପ୍ରଧାନଙ୍କ ରିପୋର୍ଟ,୧୭/୮/୨୦୨୧----୧୦,୨୫ 
Sakhigopal News,17/8/2021

Blog Archive

Popular Posts