ଖୋର୍ଦ୍ଧା ରୋଡ୍ ମଣ୍ଡଳ ପରିସୀମା ମଧ୍ୟରୁ ୨୦୬୮ଟନ୍ ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ପରିବହନ
ଜଟଣୀ --୩୨ଅମ୍ଳଜାନ ଏକ୍ସପ୍ରେସ ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକକୁ ପଠାଯାଇଛି । ଖୋର୍ଦ୍ଧା ରୋଡ୍ ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ଷ୍ଟିଲ୍ ପ୍ଲାଣ୍ଟରୁ 126 LMO ଟ୍ୟାଙ୍କର୍ ପ୍ରେରିତ ହୋଇଛି । ଖୋର୍ଦ୍ଧା ରୋଡ୍ ମଣ୍ଡଳ ପ୍ରବନ୍ଧକ ଏବଂ ଡିଭିଜନର ବରିଷ୍ଠ ଅଧିକାରୀଙ୍କ ତତ୍ବାବଧାନରେ ଅମ୍ଳଜାନ ଏକ୍ସପ୍ରେସର ଗତିବିଧି ପାଇଁ ରେଳ ସାଇଡି°ରେ ଚବିଶ ଘଣ୍ଟା ମନିଟରିଂ କରାଯାଉଛି ।କୋଭିଡ ବୃଦ୍ଧି ପରିସ୍ଥିତିରେ ଖୋର୍ଦ୍ଧା ରୋଡ୍ ମଣ୍ଡଳ ରେଳ ମନ୍ତ୍ରଣାଳୟ ଦ୍ୱାରା ଦେଶର ବିଭିନ୍ନ ରାଜ୍ୟକୁ ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ ପାଇଁ ଆହ୍ୱାନର ଏକ ଅଂଶ ପାଲଟିଛି। ଆଜି ପର୍ଯ୍ୟନ୍ତ 2068 ଟନ୍ LMO ଖୋର୍ଦ୍ଧା ରୋଡ୍ ମଣ୍ଡଳ ଅଧୀନରେ ଥିବା ବିଭିନ୍ନ ଇସ୍ପାତ କାରଖାନାରୁ ତେଲେଙ୍ଗାନା, ମହାରାଷ୍ଟ୍ର, ଦିଲ୍ଲୀ, ହରିୟାଣା, ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକ ଭଳି ବିଭିନ୍ନ ରାଜ୍ୟକୁ ପରିବହନ କରାଯାଇଛି । ଖୋର୍ଦ୍ଧା ରୋଡ୍ ମଣ୍ଡଳ ରୁ LMO ପରିବହନ 30 ଏପ୍ରିଲ 2021 ରୁ ଆରମ୍ଭ ହୋଇଛି। ଗତ 21 ଦିନରେ ଅର୍ଥାତ୍ 30 ଏପ୍ରିଲ୍ 2021 ରୁ 20 ମେ 2021 ପର୍ଯ୍ୟନ୍ତ, ଡିଭିଜନ୍ 126 ଟ୍ୟାଙ୍କରରେ 32 ଅକ୍ସିଜେନ୍ ଏକ୍ସପ୍ରେସ ପରିବହନ କରିଛି। ଟାଟା ଭୁଷଣ ଲିମିଟେଡ, ଅନୁଗୁଳରୁ 869 ଟନ୍ LMO, 57 ଟି ଟ୍ୟାଙ୍କରରେ 16 ଅମ୍ଳଜାନ ଏକ୍ସପ୍ରେସ ଦ୍ୱାରା, ଜିନ୍ଦଲ ଷ୍ଟିଲ ପାୱାର ଲିମିଟେଡ, ଅନୁଗୁଳରୁ 586 ଟନ୍ LMO, 39 ଟି ଟ୍ୟାଙ୍କରେ 10ଟି ଅମ୍ଳଜାନ ଏକ୍ସପ୍ରେସ ଦ୍ଵାରା ଏବଂ ଟାଟା ଷ୍ଟିଲ ଲିମିଟେଡ, କଳିଙ୍ଗ ନଗର ରୁ 613 ଟନ୍ LMO, 30 ଟ୍ୟାଙ୍କରରେ 6 ଟି ଅମ୍ଳଜାନ ଏକ୍ସପ୍ରେସ ରେକ୍ ଦ୍ୱାରା ପରିବହନ କରାଯାଇଛି| ବିଭିନ୍ନ ରାଜ୍ୟର ଆଉ କିଛି ଖାଲି ଲିକ୍ୱିଡ୍ ମେଡିକାଲ୍ ଅମ୍ଳଜାନ ଟ୍ୟାଙ୍କର୍ ଖୋର୍ଦ୍ଧା ରୋଡ୍ ମଣ୍ଡଳ କ୍ଷେତ୍ରରୁ LMO ବହନ କରିବା ପ୍ରସ୍ତୁତିରେ ଅଛି ।
ଖୋର୍ଦ୍ଧା ରୋଡ଼ ମଣ୍ଡଳ ରେଳ ପ୍ରବନ୍ଧକ ଶ୍ରୀ ଶଶି କାନ୍ତ ସିଂହଙ୍କ ଦୃଢ଼ ନେତୃତ୍ୱରେ ତାଙ୍କ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀଙ୍କ ଟିମ କୋଭିଡର ଦ୍ୱିତୀୟ ଲହର ସମୟରେ ପୀଡିତ ରୋଗୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ବହୁଳ ପରିମାଣର LMO ପରିବହନ ପାଇଁ ଦିନରାତି କାର୍ଯ୍ୟ କରୁଛନ୍ତି ।
ଜଟଣୀ --ରଙ୍ଗନାଥ ବେହେରା,୨୦/୫/୨୦୨୧--୯,୫୦ , Sakhigopal News, 20/5/2021