Breaking News

ସତ୍ୟବାଦୀରେ ନକଲି ସେନା କର୍ମଚାରୀ ଗିରଫ; ଜନସେବା କେନ୍ଦ୍ରରୁ ୧.୮୦ ଟଙ୍କା ଠକେଇ


 ସାକ୍ଷୀଗୋପାଳ---- ସାକ୍ଷୀଗୋପାଳରେ ଜଣେ ଘର ଭଡା ନେଇ ରହିବା ସହ ନିଜକୁ ଜଣେ ସେନା କର୍ମଚାରୀ ପରିଚୟ ଦେଇ ବିଭିନ୍ନ ଲୋକଙ୍କୁ ଠକେଇ କରିଥିବା ଏବେ ସାମ୍ନାକୁ ଆସିଛି । ସୁଚନାଯୋଗ୍ୟ ଯେ ମୟୁରଭଞ୍ଜ ଜିଲ୍ଲାରେ ରାସଗୋବିନ୍ଦପୁର ଥାନା ଅନ୍ତର୍ଗତ କରଞ୍ଜପଡା ଗ୍ରାମର ଜୟନ୍ତ କୁମାର ସେଠୀଙ୍କ ପୁଅ ପ୍ରଭାସ ସେଠୀ ସତ୍ୟବାଦୀ ଥାନା ଅନ୍ତର୍ଗତ ଉଁଆସଡିହ ଗ୍ରାମରେ ଘର ଭଡା ନେଇ ରହିଥିଲେ ।ସେଠାରେ ସେ ଜଣେ ସେନା କର୍ମଚାରୀ ବୋଲି ଲୋକଙ୍କୁ ପରିଚୟ ପ୍ରଦାନ କରି ଠକି ଚାଲିଥିଲେ  । ସାକ୍ଷୀଗୋପାଳ ବଜାରରେ ଏକ ଜନସେବା କେନ୍ଦ୍ରରେ ଅନଲାଇନି ମାଧ୍ୟମରେ ନିଜ ଘରକୁ ଟଙ୍କା ଦେଣନେଣ କରନ୍ତି । ଏହାପରେ ଜନସେବା କେନ୍ଦ୍ରର ପରିଚାଳକଙ୍କ ମନରେ ବିଶ୍ୱାସ କରାଇ ଅନଲାଇନି ମାଧ୍ୟମରେ ଟଙ୍କା ଟ୍ରାନସଫର କରିଥିଲେ । ଟଙ୍କା ଏଟିଏମରୁ ଉଠି ପାରୁନାହିଁ ଅଳ୍ପଟଙ୍କା ଦେବା ସହିତ କନାରା ବ୍ୟାଙ୍କର ଏକ ଚେକ  ଜନସେବା କେନ୍ଦ୍ରର ପରିଚାଳକ କାଳୀ ପ୍ରସାଦ ମହାପାତ୍ରଙ୍କୁ  ପ୍ରଦାନ କରିଥିଲେ । ମାତ୍ର ଦେଖିଲା ବେଳକୁ ଉକ୍ତ ବ୍ୟାଙ୍କ ଆକଉଣ୍ଟରେ ଟଙ୍କା ନଥିଲା ।ଏ ସ୍ପର୍କରେ  ଶ୍ରୀ ମହାପାତ୍ର ସତ୍ୟବାଦୀ ଥାନାରେ ଅଭିଯୋଗ କରିବା ପରେ ୨୧୦/୨୧ରେଏକ ମାମଲା ରୁଜ କରାଯାଇ ଅଭିଯୁକ୍ତ ପ୍ରଭାସ କୁମାର ସେଠୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୦/୫/୨୦୨୧    

 Sakhigopal News, 20/5/2021

Blog Archive

Popular Posts