କରୋନା ସମୟରେ ରା଼ତ୍ରୀରେ ସ୍ଥିତି ପରଖିବା ପାଇଁ ଯାଉ ଥିବା ସମୟରେ ସାମ୍ବାଦିକଙ୍କୁ ପୋଲିସ ର ଦୁର୍ବ୍ୟବହାର
କନ୍ଧମାଳ---- କନ୍ଧମାଳ ଜିଲ୍ଲା ଫୁଲବାଣୀ ଟାଉନ ଥାନା ପୋଲିସ ଏସଆଇ ଦୀପକ ଶତପଥି ଗଣମାଧ୍ୟମ ପ୍ରତିନିଧିଙ୍କୁ ଦେଖାଇଲେ ନାଲି ଆଖି । ରା଼ତ୍ରୀ 11ପରେ ଗଣମାଧ୍ୟ୍ୟମ ପ୍ରତିନିଧି ରାତ୍ରିର ସ୍ଥିତି ପରଖିବା ପାଇଁ ground ଜିରୋ ରୁ news ସଂଗ୍ରହ କରୁ ଥିବା ବେଳେ ଗଣମାଧ୍ୟମ ପ୍ରତିନିଧି ଓଡିଶା today ବ୍ୟୁରୋ ଚିପ ଙ୍କୁ କଲେ ଦୁର୍ବ୍ୟବହାର । ସରକାର ଗଣମାଧ୍ୟମ ପ୍ରତିନିଧିଙ୍କୁ କୋଭିଡ ଯୋଧ୍ୟା ଆଖ୍ୟା ଦେଇଛନ୍ତି । ମାତ୍ର ସେମାନଙ୍କ ପାଇଁ ସୁରକ୍ଷା ବ୍ୟବସ୍ଥା ନାହିଁ । ଲକ ଡାଉନ ସମୟରେ ଫୁଲବାଣୀ ଟାଉନ ଦେଇ ଗଂଜେଇ ଚାଲାଣ ହେଉଥିବା ଖବର ସଂଗ୍ରହ ପାଇଁ ଯାଇ ଥିବା ସମୟରେ ସାମ୍ବାଦିକଙ୍କୁ ହେଈଛି ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି ସାମ୍ବାଦିକ। ସାମ୍ବାଦିକ 24ଘଣ୍ଟା ଖବର ସଂଗ୍ରହ କରି ଖବର ଲୋକଲୋଚନକୁ ଆଣୁଥିବା ବେଳେ ଏଠି ଥାନା ଅଧିକାରୀ ଦେଖାଇଲେ ଖାକି ପୋଷାକରେ ନାଲି ଆଖି । ଓଡିଶା ଟୁ ଡେ ର ବ୍ଯୂରୋ ଚିପ ପୋଲିସ ବାବୁଙ୍କୁ ତାଙ୍କର ପରିଚୟ ଦେବା ସହ ତାଙ୍କର ଅଫିସ ଲେଟରେ ପୋଲିସ ବାବୁଙ୍କୁ ଦେଖେଇବା ସତେ ପୋଲିସ ବାବୁ ଦେଖାଇଲେ ଦବଙ୍ଗଗିରି । ଛଡାଇ ନେଲେ ମୋବଇଲ । ସାମ୍ବାଦିକ ଅଶୋକ ମିଶ୍ର ତାଙ୍କର ପତିକ୍ରିୟା ପ୍ରକାଶ କରିଛନ୍ତି । ଗଣମାଧ୍ୟମ ପ୍ରତି ଅଫିସର କରିଥବା ଦୁର୍ବ୍ୟବହାର ନିକଟରେ ଥିବା ସିସି ଟିଭି କେମେରା ରେ କଏଦ ହେଇ ଥିବ ଯଦି ତାହାକୁ ଉପରିସ୍ତ ଅଫିସର ଙ୍କ ଦ୍ୱlରା ଯାଞ୍ଚ କରା ଯାଏ ତେବେ ଘଟଣାର ସତ୍ୟା ସତ୍ୟ ସାମ୍ନାକୁ ଆସି ପାରିବ ବୋଲି ଦାବି କରିଛନ୍ତି ଗଣମାଧ୍ୟମ ପ୍ରତିନିଧି।
କାର୍ଯ୍ୟରତ ସାମ୍ବାଦିକ ଙ୍କୁ ପୋଲିସର ଦୁର୍ବ୍ୟବହାର ଅତ୍ୟନ୍ତ ନିନ୍ଦନୀୟ ବୋଲି ସାମ୍ବାଦିକ ମାନେ ପ୍ରକାଶ କରିଛନ୍ତି । ଏବଂ କାର୍ଯ୍ୟରତ ଅଫିସରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲ୍ଲାପାଳ ସମେତ ଆରକ୍ଷୀ ଅଧିକାରୀଙ୍କୁ ନିବେଦନ କରିଛନ୍ତି ବିଭିନ୍ନ ସାମ୍ବାଦିକ ସଂଘ ।
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା ,21/5/2021, Sakhigopal News, 21/5/2021