Breaking News

ନରେନ୍ଦ୍ରପୁର ସମିତି ସଭ୍ୟଙ୍କର ହୃଦଘାତରେ ପରଲୋକ


 ସାକ୍ଷୀଗୋପାଳ----  ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମର ପୂର୍ବତନ ସମିତି ସଭ୍ୟ  ପ୍ରଫୁଲ କୁମାର ସାହୁ (୬୦)ଙ୍କର ହୃଦଘାତରେ ପରଲୋକ ହୋଇଯାଇଛି । ସେ ନରେନ୍ଦ୍ରପୁର ହାଇସ୍କୁଲର ଫାଉଣ୍ଡର ଓ ସଂଗଠକ, ପରୋପକାରୀ, ଧର୍ମପରାୟଣ ବ୍ୟକ୍ତିଥିଲେ । ଶନିବାର ରାତି ୧୦ ଟା ସମୟରେ ଛାତି ଓ ମୁଣ୍ଡରେ ଯନ୍ତ୍ରଣା ପାଇବାରୁ ତାଙ୍କୁ ସଙ୍ଗେ ସଙ୍ଗେ ସାକ୍ଷୀଗୋପାଳ ମେଡିକାଲକୁ ଚିକିତ୍ସା ପାଇଁ ନିଆଯାଇଥିଲା । ମାତ୍ର ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ପୁରୀ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମରଶରୀରକୁ ନରେନ୍ଦ୍ରପୁର ଗ୍ରାମକୁ ଅଣାଯାଇ କୋଭିଡ ଆଇନ ଅନୁଯାୟୀ ଗ୍ରାମ ଶଶ୍ମାନରେ ତାଙ୍କ ବଡପୁଅ ବିଭୁପ୍ରସାଦ ସାହୁ ମୁଖାଗ୍ନି ଦେଇଥିଲେ । ଏହି ଖବର ପ୍ରଚାରିତ ହେବା ପରେ ସତ୍ୟବାଦୀ ବ୍ଲକ ବିଜେଡି ସଭାପତି  ପ୍ରମୋଦ ରାଉତରାୟ ଶୋକ ପ୍ରକାଶ କରିଛନ୍ତି ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୫/୨୦୨୧, ୪,୧୦


Blog Archive

Popular Posts