ସାକ୍ଷୀଗୋପିନାଥଙ୍କର ଚନ୍ଦନ ଯାତ୍ରା ହେବ
ସାକ୍ଷୀଗୋପାଳ---- ରାଜ୍ୟରେ ଦୁତୀୟ ଲହର କରୋନା ଯୋଗୁ ରାଜ୍ୟ ସରକାର ଲକଡାଉନ ଜାରି କରିଛନ୍ତି । ମଇ ୧୫ ତାରିଖରେ ଶନିବାର ଅକ୍ଷୟତୃତୀୟା ଯାତ୍ରା ସତ୍ୟବାଦୀ ସାକ୍ଷୀଗୋପିନାଥଙ୍କର ଚନ୍ଦନଯାତ୍ରା କୋଭିଡ ଗାଇଡି ଲାଇନ ଅନୁଯାୟୀ ଅନୁଷ୍ଠିତ ହେବ । ମନ୍ଦିର ପ୍ରଶାସନ ଓ ସେବାୟତ ମାନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷପର୍ଯ୍ୟାୟରେ ପହଞ୍ଚିଛି । ଚନ୍ଦନ ପୁଷ୍କରଣୀ ସଫେଇ ସହିତ ଛାମୁଣ୍ଡିଆ କରାଯିବା ପାଇଁ ପ୍ରସ୍ତୁତି ଚାଲିଛି । ଠାକୁରଙ୍କର ଚନ୍ଦନଯାତ୍ରା ପାଇଁ ଥିବା ସମସ୍ତ ନୀତିକାନ୍ତି କରାଯିବ । ୨୧ ଦିନ ପର୍ଯ୍ୟନ୍ତ ବାହାର ଚାପ ଅନୁଷ୍ଠିତ ହେବ । ଚାପରେ ରାଜ୍ୟ ସରକାରଙ୍କ କୋଭିଡ-୧୯ ଆଇନ ଅନୁଯାୟୀ ବହୁ କମ ସଂଖ୍ୟକ ସେବାୟତ ମାନଙ୍କୁ ନେଇ ଚନ୍ଦନଯାତ୍ରା କରାଯିବ ବୋଲି ମନ୍ଦିର ସୁପରଭାଇଜର ବିଶ୍ୱନାଥ ମହାପାତ୍ରଙ୍କ ଠାରୁ ସୁଚନା ମିଳିଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୯/୫/୨୦୨୧, ୪,୧୦