Breaking News

ବଜାରକୁ ଯାଇଥିବା ବୃଦ୍ଧ ନିଖୋଜ,ଥାନାରେ ଅଭିଯୋଗ


 ଜଟଣୀ,---- ଲକଡାଉନ ସମୟରେ ଜଣେ ବୃଦ୍ଧବ୍ୟକ୍ତି କୈାଣସି କାର୍ଯ୍ୟରେ ସାଇକେଲ ନେଇ ବଜାରକୁ ଯାଇଥିବା ବେଳେ କେଉଁଆଡେ ନିଖୋଜ ହୋଇଯାଇଥିବା ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ନିଖୋଜ ବୃଦ୍ଧ ଜଣଙ୍କ ହେଲେ ଜଟଣୀଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଅଞ୍ଚଳ ବଙ୍ଗାଳୀ କଲୋନୀର ତପନ କୁମାର ଭଟାଚାର୍ଯ୍ୟ(୭୨) ।  ତପନ ସାଇକେଲ ନେଇ ହରିଭାଇନାଛକକୁ ଏକ କାର୍ଯ୍ୟରେ ଯାଇଥିଲେ । ବିଳମ୍ବ ହେବାରୁ ପରିବାର ଲୋକେ ଖୋଜିବାକୁ ଆସିଥିଲେ । ମାତ୍ର ତପନଙ୍କର କୈାଣସି ସୁଚନା ପାଇନଥିଲେ । ତେବେ ଏନେଇ ଆଖପାଖ ଅଞ୍ଚଳ,ଡାକ୍ତରଖାନା ଏବଂ ଥାନା ସହିତ ସମ୍ପର୍କିୟଙ୍କ ସହିତ ଯୋଗାଯୋଗ କରିଥିଲେ । ହେଲେ ତପନଙ୍କର କୈାଣସି ସୁଚନା ପାଇନଥିଲେ । ତପନଙ୍କ ପୁଅ ନନ୍ଦନ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । 

 ଜଟଣୀରୁ ରଙ୍ଗନାଥ ବେହେରା, ୮/୫/୨୦୨୧---୯, ୦୫


Blog Archive

Popular Posts