Breaking News

ପୂର୍ବ ଶ୍ରତୁତାକୁ ନେଇ ଦୁଇ ପରିବାର ମଧ୍ୟରେ ମାରପିଟ

 ସାକ୍ଷୀଗୋପାଳ -----  ସତ୍ୟବାଦୀ ଥାନା ଅନ୍ତର୍ଗତ ଅଳଗୁମ ଗ୍ରାମ ପଞ୍ଚାୟତର ବାଟୁଳିପଡା ଗ୍ରାମରେ ପୂର୍ବ ଶ୍ରତୁତାକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ଘଟିଛି ।  ଉଭୟ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପଦ୍ମାବତୀ ପ୍ରଧାନ ଅଭିଯୋଗ କରିଛନ୍ତି ଯେ ତାଙ୍କ ପଡୋଶୀ ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଆକ୍ରମଣ କରିଛନ୍ତି । ସେହିପରି ଝରଣା ପ୍ରଧାନ ଥାନାରେ ଅଭିଯୋଗ କରିଛନ୍ତି ଯେ ପଦ୍ମାବତୀ ପ୍ରଧାନ ଓ ତାଙ୍କ  ପରିବାର ଲୋକମାନେ ମିଳିତ ହୋଇ ତାଙ୍କୁ ଆକ୍ରମଣ କରିଥିବା ନେଇ ଥାନାରେ  ଅଭିଯୋଗ କରିଛନ୍ତି । ସତ୍ୟବାଦୀ ଥାନାରେ ପଦ୍ମାବତୀଙ୍କ ଅଭିଯୋଗକୁ ଭିତ୍ତିକରି ୨୧୫/୨୧ରେ ମାମଲା ରୁଜ ହୋଇଥିବା ବେଳେ ଝରଣାଙ୍କ ଅଭିଯୋଗ କ୍ରମେ ୨୧୬/୨୧ରେ  ପୃଥକ ପୃଥକ ଭାବେ ଦୁଇଟି ମାମଲା ରୁଜ କରାଯାଇ ତଦନ୍ତ ଜାରି ରହିଛି ବୋଲି ଆଇଆଇସି ଦେବୀ ପ୍ରସାଦ ପାତ୍ରଙ୍କ ଠାରୁ ସୁଚନା ମିଳିଛି । ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୫/୨୦୨୧,

 Sakhigopal News , 21/5/2021

Blog Archive

Popular Posts