Breaking News

ଅଳଗୁମ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜେପି ପକ୍ଷରୁ ଭର୍ଚ୍ଚୁଆଲ ମାଧ୍ୟମରେ ହେଲ୍ପଡେକ୍ସ କେନ୍ଦ୍ର ଉଦଘାଟିତ




 ସାକ୍ଷୀଗୋପାଳ ----- ରାଜ୍ୟରେ ମହାମାରୀ ଦୁତୀୟ  କରୋନା ଲହର ତାରା କାୟା ବିସ୍ତାର କରି ଚାଲିଛି । କମିବାର ନାଁ ଗନ୍ଦ ଧରୁନାହିଁ । ବିଶେଷ କରି କରୋନା ଏବେ ଗ୍ରାମଭୀମୁଖୀ । ଏହାକୁ ଲକ୍ଷ୍ୟ କରି  ରାଜ୍ୟ କୃଷକ ମୋର୍ଚ୍ଚା ପକ୍ଷରୁ ସତ୍ୟବାଦୀ ବ୍ଳକ ଅନ୍ତର୍ଗତ ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟରେ  ବିଜେପି  ରାଷ୍ଟୀୟ ଅଧ୍ୟକ୍ଷ ଜେ,ପି. ନାଡା ଭର୍ଚ୍ଚୁଆଲ ମାଧ୍ୟମରେ ହେଲ୍ପଡେକ୍ସ କେନ୍ଦ୍ରକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି । ଅଳଗୁମ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସୁଥିବା ରୋଗୀ ମାନଙ୍କୁ ଏହି ହେଲ୍ପଡେକ୍ସର ସଦସ୍ୟ ମାନେ ବିନା ପାରିଶ୍ରାମିକରେ ସହଯୋଗ କରିବେ । ରାଜ କିଶୋର ସାହୁ, ଅମୁଲ୍ୟ ବରାଳ ଏହି କେନ୍ଦ୍ର ଦାୟତ୍ୱରେ ରହିଛନ୍ତି  ବୋଲି ରାଜ୍ୟ କୃଷକ ମୋର୍ଚ୍ଚା ନାବାର୍ଡର ରାଜ୍ୟ ସଂଯୋଜକ ପ୍ରାଚୁର୍ଯ୍ୟ ହୋତା କହିଛନ୍ତି । ଏହି ଅବସରରେ ମେଡିକାଲ ପରିସର ସାନିଟାଇଜର କରିବା ସହ ମେଡିକାଲକୁ ଆସିଥିବା ରୋଗୀ ଓ ତାଙ୍କର ସମ୍ପକୀୟ ମାନଙ୍କୁ ମାସ୍କ, ସାବୁନ ବଣ୍ଟନ କରାଯିବା ସହ ଲୋକମାନଙ୍କୁ କରୋନା ଗାଇଡି ଲାଇନି ମାନିବାକୁ ସଚେତନତା କରାଯାଇଥିଲା । ଅନ୍ୟତମ ଅତିଥି ଭାବେ ରାଜ୍ୟ କୃଷକ ମୋର୍ଚ୍ଚାର ସଦସ୍ୟ କୃଷ୍ଣଚନ୍ଦ୍ର ଜଗଦେବ, ରାଜ୍ୟ କଷୃକ ମୋର୍ଚ୍ଚାର ସାଧାରଣ ସମ୍ପାଦକ କାମାକ୍ଷା ପ୍ରଧାନ, ରାଜ୍ୟ କୃଷକ ମୋର୍ଚ୍ଚାର ସମବାୟ ସମିତିର ରାଜ୍ୟ ସଂଯୋଜକ କୃଷ୍ଣଚୟ ଗଜସିଂହ ଙ୍କ ସହିତ ଭୋଳାନାଥ ଦାସ, ଗଙ୍ଗାଧର ଛାଟୋଇ, ଲିଙ୍ଗରାଜ ବାରିକ,  ରବିନ୍ଦ୍ର ନାଥ ରଥ, ଅମିନ ପ୍ରଧାନ, ସଚ୍ଚି ପ୍ରଧାନ ଓ ସୁରେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨୧/୫/୨୦୨୧, 

 Sakhigopal News, 21/5/2021

Blog Archive

Popular Posts