Breaking News

ବିଦାୟ କାଳୀନ ସମ୍ବର୍ଦ୍ଦନା ସଭା

 ସାକ୍ଷୀଗୋପାଳ------ ସାକ୍ଷୀଗୋପାଳର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ସୁନଦା ମହାନ୍ତିଙ୍କ ଅଧ୍ୟକ୍ଷତାରେ ୪ର୍ଥ ସେବା କର୍ମଚାରୀ  ଲୀନା ମହାପାତ୍ରଙ୍କ ଅବସର କାଳୀନ ସମ୍ବର୍ଦ୍ଦନା ସଭା ଅନୁଷ୍ଠିତ ହୋଇଯାଇଛି । କୋଭିଡ ଆଇନ ଅନୁଯାୟୀ   ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ଦ୍ୱାରା ପ୍ରଦତ୍ତ ମାନପତ୍ର ଓଉତ୍ତରୀୟ ପ୍ରଦାନ କରିବା ସହ ତାଙ୍କର କର୍ମମୟ ଜୀବନର ଗୁଣାବଳୀ ପ୍ରଧାନ ଶିକ୍ଷୟତ୍ରୀ ବର୍ଣ୍ଣନା କରିଥିଲେ ।  ବିଦ୍ୟାଳୟର ଶିକ୍ଷୟତ୍ରୀ, ଶିକ୍ଷକ ମାନେ ଲୀନା ମହାପାତ୍ରଙ୍କର ଅବସର ପରେ ପରବର୍ତ୍ତୀ ଜୀବନ ସୁଖମୟ ହେଉ ବୋଲି ପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା କରିଥିଲେ । ଲୀନା ମହାପାତ୍ରଙ୍କ ଅବସର ଅବସରରେ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଙ୍କ ସ୍ୱରଚିତ ଏକ କବିତା  ଓ ଏକ ଗଳ୍ପ ପାଠ କରାଯାଇଥିଲା । ଶିକ୍ଷକ ରତ୍ନାକର ଜେନା, ଅଗସ୍ତି କୁମାର ବେହେରା, ସନ୍ଧ୍ୟାରାଣୀ ମହାପାତ୍ର, ପୁଷ୍ପାଞ୍ଜଳୀ ଜେନା, ସବିତା ରଥ, ନମିତା ଦାଶ, ସୁପିୟା ସାହୁ, ଉମାକାନ୍ତ ମିଶ୍ର ଓ ମନୋରଞ୍ଜନ ନାଥ ପ୍ରମୁଖ ଉପସ୍ଥିତ ରହିଥିଲେ । 

ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୫/୨୦୨୧---୭,୦୦

Blog Archive

Popular Posts