Breaking News

କୋର୍ଟଙ୍କ ଷ୍ଟାଟୋସ୍କୋ ନିର୍ଦ୍ଦେଶକୁ ଡେଲାଙ୍ଗ ଥାନା ଆଇଆଇସିଙ୍କର ବେଖାତିରି; ନ୍ୟାୟ ପାଇବା ପାଇଁ ଏସପିଙ୍କ ଦ୍ୱାରସ୍ଥ

 ଡେଲାଙ୍ଗ ------ କୋର୍ଟଙ୍କ ଷ୍ଟାଟୋସ୍କୋ ଅର୍ଡର ଥାଇ ମଧ୍ୟ ଡେଲାଙ୍ଗ ଥାନା ଆଇଆଇସି ଖାତିରି ନକରିବାରୁ ନ୍ୟାୟ ପାଇବା ପାଇଁ  ପିଢ଼ପାଟଣା ଗ୍ରାମର ଅଭୟ ଚରଣ ସାହୁ  ଓ ତାଙ୍କ ସ୍ତ୍ରୀ ପୁରୀ ଏସିପିଙ୍କ ପାଖରେ ନିବେଦନ କରିଥିବା ଜଣାପଡିଛି  । ସମସ୍ତ କାଗଜ ପତ୍ର ଏସପି ଦେଖିବା ପରେ ଡେଲାଙ୍ଗ ଥାନା ଆଇଆଇସିଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ପିପିଲି ଏସଡିପିଓଙ୍କୁ ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି ।  ସୁଚନାଯୋଗ୍ୟ ଡେଲାଙ୍ଗ ଥାନା ଅନ୍ତର୍ଗତ ପିଢ଼ପାଟଣା ମୌଜାରେ ଏକ ବିବାଦୀୟ ପ୍ଳଟରେ ସ୍ଥାନୀୟ କୋର୍ଟରେ ତିନି ତିନିଟା  କେସ ଚାଲିଥିବା ବେଳେ ଉକ୍ତ ବିବାଦୀୟ ପ୍ଳଟରେ ଆଇଆଇସିଙ୍କ ସହଯୋଗ ଓ ସ୍ଥାନୀୟ ଅସମାଜିକ ବ୍ୟକ୍ତି ମାନଙ୍କ ଉପସ୍ଥିତିରେ ଘର କାମ ଚାଲିଛି ବୋଲି ଶ୍ରୀ ସାହୁ ଅଭିଯୋଗ ଆଣିଛନ୍ତି । ଉକ୍ତ ପ୍ଳଟରେ କେସ ବିଚାର ନ ହେବା ପର୍ଯ୍ୟନ୍ତ ଉଭୟ ପକ୍ଷ ସେଠାରେ କୌଣସି ନିର୍ମାଣ କାର୍ଯ୍ୟ ନ କରିବା ପାଇଁ ମାନ୍ୟବର କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଡେଲାଙ୍ଗ ଥାନାକୁ ୧୧/୨/୨୦୨୧, ୧୯/୪/୨୦୨୧ ଓ ୨୬/୪/୨୦୨୧ରେ କୋର୍ଟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିଲା ।  ମାତ୍ର ଡେଲାଙ୍ଗ ଥାନା ଆଇଆଇସି ରଶ୍ମି ରଞ୍ଜନ ପଟ୍ଟନାୟକଙ୍କ ଉପରେ ଭରଷା ନ ପାଇବାରୁ ୨୬ ତାରିଖରେ କୋର୍ଟ ଏସଡିପିଓ ପିପିଲିଙ୍କୁ କୋର୍ଟ ନିର୍ଦ୍ଦେଶକୁ କାଏମ କରିବା ପାଇଁ କହିଛନ୍ତି । ଏତେ ସତ୍ତ୍ୱେବି ଉକ୍ତ ପ୍ଳଟରେ ଘର ନିର୍ମାଣ କାର୍ଯ୍ୟ ଚାଲିଛି । ଶେଷରେ ଶିକ୍ଷକ ଅଭୟ ଚରଣ ସାହୁ ନ୍ୟାୟ ପାଇବା ପାଇଁ ୨୯ ତାରିଖରେ ପୁରୀ ଏସପି ଡ. କନୱାର ବିଶାଳ ସିଂଙ୍କୁ  ଭେଟି  ସମସ୍ତ କାଗଜ ପତ୍ର ଦେଖାଇଥିଲେ । ପୁରୀ ଏସପି ସମସ୍ତ କାଗଜପତ୍ର ତନଖି କରିବା ପରେ ଡେଲାଙ୍ଗ ଥାନା ଆଇଆଇସି ସଠିକ ତଦନ୍ତ ରିର୍ପୋଟ ନ ଦେଇଥିବାର ଜାଣିପାରି ବିରକ୍ତି ପ୍ରକାଶ କରିଥିଲେ । ଏବଂ କୋର୍ଟ ନିର୍ଦ୍ଦେଶ କାହିଁକି କାର୍ଯ୍ୟ କରାଯାଉନାହିଁ ସେ ସମ୍ପର୍କରେ ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କୁ  କୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରିତା ସମ୍ପର୍କେ କ ିପଦକ୍ଷେପ ନିଆଯାଇଛି ତୁରନ୍ତ ରିର୍ପୋଟ ପ୍ରଦାନ କରିବାକୁ କହିଥିବା ଜଣାପଡିଛି ।  ଶୁକ୍ରବାର ଦିନ ମଧ୍ୟାହ୍ନରେ ପିପିଲି ଏସଡିପିଓ ଶ୍ରୀ ବରାଳ ପିଢ଼ପାଟଣାରେ ଥିବା ବିବାଦୀୟ ପ୍ଳଟରେ ପହଞ୍ଚି ଉଭୟ ପକ୍ଷଙ୍କର କାଗଜପତ୍ର ଦେଖିବା ସହ ପଚାରି ବୁଝିଥିଲେ ଓ ସେଠାରେ ନିର୍ମାଣଧୀନ କାର୍ଯ୍ୟ ଦେଖିଥଲେ । ଡେଲାଙ୍ଗ ଥାନାରେ ଏ ସମ୍ପର୍କରେ ପରିବାରର ମହିଳା ମାନଙ୍କ ସହିତ ନିଜେ ଶ୍ରୀ ସାହୁ ଓ ତାଙ୍କ ପତ୍ନୀ ଅନେକ ଥର ଅଭିଯୋଗ କରିଥିଲେ ମଧ୍ୟ ଶ୍ରୀ ସାହୁଙ୍କ ଅଭିଯୋଗକୁ ଡେଲାଙ୍ଗ ଥାନା ଆଇଆଇସି ଗ୍ରହଣ ନ କରି ଓଲଟା ତମର ନାମରେ କେସକରି ଜେଲକୁ ପଠାଇ ଦେବି ବୋଲି ଧମକ ଦେଇଥିଲେ । ଏପରିକି କୋର୍ଟର ଷ୍ଟାଟୋସ୍କୋ ଓ ଫାଟୋସ୍କୋ ଅର୍ଡର ମୁଁ କିଛି ଜାଣିନାହିଁ , ସେଠାରେ କାମ ଚାଲିବ , ତମ ହାତରେ ଯାହା କିଛି କରିବାର ଅଛି ତାହା କର । ମୋ ନାମରେ ତମେ ଏସପି ଓ ଆଇଜିଙ୍କୁ କୁହ ମୋର କାହାକୁ ଡରିବାର ନାହିଁ  ବୋଲି ଶ୍ରୀ ସାହୁଙ୍କୁ କହଥିଲେ । ପୁରୀ ଅତିରିକ୍ତ ଏସପି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଏ ସମ୍ପର୍କରେ ଅବଗତ ହେବା ପରେ ଡେଲାଙ୍ଗ ଥାନା ଆଇଆଇସିଙ୍କୁ ଫୋନ ମାଧ୍ୟମରେ ଉଭୟ ପକ୍ଷଙ୍କୁ ଡକାଇ ଏକ ମିଳାମିଶା କରିବା ପାଇଁ କହିଥିଲେ ମଧ୍ୟ ଥାନା ଆଇଆଇସି  କୌଣସି ଅଧିକାରୀଙ୍କ କଥା ବା କୋର୍ଟଙ୍କ ନିର୍ଦ୍ଦେଶକୁ ଖାତିରି କରିନାହାନ୍ତି ବୋଲି ଜଣାପଡିଛି । କୋର୍ଟର ନିର୍ଦ୍ଦେଶ ଥାଇ ମଧ୍ୟ ସେଠାରେ କାମ ବନ୍ଦ କରାଯାଉ ନଥିବାରୁ ଏହା ଏବେ ଡେଲାଙ୍ଗରେ ଆଲେଚନାର ବିସୟବସ୍ତୁ ହୋଇପଡିଛି ।  ଯେଉଁଠି ପୁରୀ ଏସପିଙ୍କ ନିର୍ଦ୍ଦେଶ ପରେ ବି ଡେଲାଙ୍ଗ ଥାନା ପକ୍ଷରୁ ନ୍ୟାୟ ମିଳୁନାହିଁ ସେଠାରେ ସାଧାରଣ ଜନତାଙ୍କୁ କିପରି ନ୍ୟାୟ ମିଳୁଥିବ ତାହା ଅନୁମେୟ । ପୁରୀ ଏସପି ଉଚିତ ପଦକ୍ଷେପ ନେଇଥବାରୁ ସ୍ଥାନିୟ ଜନସାଧାରଣ ଓ ଶ୍ରୀ ସାହୁଙ୍କ ପରିବାର ଏସପିଙ୍କୁ ସାଧୁବାଦ ଜଣାଇବା ସହ ସେ ନ୍ୟାୟ ପାଇବେ ବୋଲି ଆଶା ରଖିଛନ୍ତି ।  ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି, ୨/୫/୨୦୨୧----୭,୦୫

Blog Archive

Popular Posts