ଦୁଗଲ ଗ୍ରାମପଞ୍ଚାୟତର ପ୍ରମୋଦ ଉଦ୍ୟାନ ଏବେ ଉଦଘାଟନ ଅପେକ୍ଷାରେ
ସାକ୍ଷୀଗୋପାଳ----- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ଦୁଗଲ ଗ୍ରାମ ପଞ୍ଚାୟତ ପକ୍ଷରୁ ୧୭ଲକ୍ଷ ୩୦ ହଜାର ଟଙ୍କା ବ୍ୟୟରେ ପ୍ରମୋଦ ଉଦ୍ୟାନ କାର୍ଟ୍ୟ ଶେଷ ହୋଇଛି । କେବଳ ଅପେକ୍ଷାରେ ରହିଛି ଉଦଘାଟନ । ସତ୍ୟବାଦୀ ବ୍ଳକ କାର୍ଯ୍ୟାଳୟ ପରିସରରେ ଏହି ଉଦ୍ୟାନଟି କରାଯାଇଛି । ଉଦ୍ୟାନଟି ଏବେ ରଙ୍ଗ ବେରଙ୍ଗ ଆଲୋକ ମାଳା ସହିତ ଚିତ୍ର ବିଚିତ୍ରରେ ସୁସଜ୍ଜିତ ହୋଇଛି । ଏନଆରଜିଏସ ଯୋଜନାରେ ୯ ଲକ୍ଷ ୫୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିବା ବେଳେ ଦୁଗଲ ଗ୍ରାମ ପଞ୍ଚାୟତ ପକ୍ଷରୁ ଏହି ଉଦ୍ୟାନ ପାଇଁ ୭ ଲକ୍ଷ ୮୦ ହଜାର ଟଙ୍କା ଖର୍ଚ୍ଚ କରାଯାଇଥବା ଦୁଗଲ ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରକାଶ ଖଟୋଇଙ୍କ ଠାରୁ ସୁଚନା ମିଳିଛି । ମାଟି, ଘାସ, ପାଣି, ଗଛ,ଚଳାରାସ୍ତା, ଆଲୋକ ଉପକରଣ, ଶୌଚାଳୟ ସହିତ ପିଲାଙ୍କ ପାଇଁ ବିଭିନ୍ନ ଖେଳ ଉପକରଣ ଆଦି କିଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ପ୍ରତି ପଞ୍ଚାୟତରେ ସହର ପରି ଛୋଟ ଛୋଟ ପ୍ରମୋଦ ଉଦ୍ୟାନ କରାଯିବା ପାଇଁ ନିସ୍ପତି ନେବା ପରେ ସତ୍ୟବାଦୀ ବ୍ଳକର ବିଭିନ୍ନ ଗ୍ରାମ ପଞ୍ଚାୟତରେ ପ୍ରମୋଦ ଉଦ୍ୟାନ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ସତ୍ୟବାଦୀ ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ ଓ ବିଡିଓ କ୍ଷୀରୋଦ କୁମାର ବେହେରାଙ୍କ ପ୍ରଚେଷ୍ଟା ଫଳରେ ବ୍ଳକ ପରିସରରେ ଏହି ପ୍ରମୋଦ ଉଦ୍ୟାନ କରାଯାଇଛି ବୋଲି ସରପଞ୍ଚ ଶ୍ରୀ ଖଟୋଇ କହନ୍ତି । ସଂଧ୍ୟା ସମୟରେ ଏହି ଉଦ୍ୟାନଟି ଦେଖିଲେ ଆଖି ଖୋସି ହୋଇଯାଉଛି । ଉଦ୍ୟାନର ପାଚେରୀରେ ଆମ ସଂସ୍କୃତି , ଆମ ପରମ୍ପରାର ଚିତ୍ରକଳା ସହିତ ଶାନ୍ତ ପବନ ବେଶ ମନମୁଗ୍ଧଧ କରୁଛି । ଅନ୍ୟ ପକ୍ଷେ ଏହି ଉଦ୍ୟାନର ସୁରକ୍ଷା ଉପରେ ଉଠିଛି ପ୍ରଶ୍ନ । କାରଣ ବ୍ଳକର ଆଗ ବା ପଛ ପଟ ଗେଟ ନ ଥିବାରୁ ସବୁ ବେଳେ ମୁକୁଳା ପଡିଛି ବ୍ଳକ କାର୍ଯ୍ୟାଳୟ । ତୁରନ୍ତ ପ୍ରଶାସନ ଏ ଦିଗପ୍ରତି ନଜର ଦେବାକୁ ଦାବି ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି, ୨/୫/୨୦୨୧---୭,୧୦