Breaking News

ରୋଗୀଙ୍କ ଭଗବାନ ପାଲଟିଛନ୍ତି ଡ଼ଃ ବିକାଶ ମହାପାତ୍ର




ଜଟଣୀ -ଦିନକୁଦିନ ଖୋର୍ଦ୍ଧା ଜିଲ୍ଲାରେ କରୋନା ମହାମାରି ତାର କାୟା ବିସ୍ତାର କରି ଚାଲିଛି  । ଜଟଣୀ ନିର୍ବାଚନ ମଣ୍ଡଳୀରେ ଏହା ବ୍ୟାପକ ରୂପ ନେଉଥିବା ବେଳେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ମେଡିକାଲ ଅଫିସର ଡ଼ଃ ବିକାଶ ମହାପାତ୍ର କରୋନାକୁ ପ୍ରତିହତ କରିବାପାଇଁ ଅଣ୍ଟା ଭିଡିଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସୁଥିବା ପ୍ରତେକ ରୋଗୀଙ୍କ ପାଖକୁ ତୁରନ୍ତ ଯାଇ ରୋଗୀର ରୋଗର କାରଣ ବୁଝି ତାଙ୍କ ସେବାରେ ଲାଗିପଡିଛନ୍ତି । ଏହି ଘଡ଼ିସନ୍ଧି ମୁହୁର୍ତରେ ମଧ୍ୟ କୌଣସି ଘୃଣାଭାବ ନରଖି ନିଃସ୍ୱାର୍ଥ ଭାବେ ସେବା କରୁଛନ୍ତି । ରୋଗୀ ଡାକ୍ତରଙ୍କ କଥାରେ ଅଧା ରୋଗ ଭଲ ହୋଇଯାଏ । ଯେପରି ସ୍ୱୟଂ ଭଗବାନ ଧରାପୃଷ୍ଠରେ ଧାରଣ କରିଛନ୍ତି ‌‌। ତାଙ୍କରି ସ୍ପର୍ଶରେ ଓ ମଧୁର ବଚନରେ ରୋଗୀର ରୋଗ ଅଧାରୁ ଅଧିକ ଭଲ ହୋଇଯାଇଥାଏ । ଏହି କାର୍ଯ୍ୟ ଅନ୍ୟ କେଉଁଠି ସରକାରୀ ଵା ବେସରକାରୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳେ ନାହିଁ । ଏଭଳି ଭୟବହତା ସମୟରେ ରୋଗୀ ଆସ୍ଥା ନହରାଇ ଖୁସିରେ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସି କେବଳ ମେଡିକାଲ ଅଫିସର ଡ଼ଃ ବିକାଶ ମହାପାତ୍ରଙ୍କ ନିକଟରେ ଚିକିତ୍ସା ହୁଅନ୍ତି ।  ରୋଗୀଙ୍କ ସମ୍ପର୍କୀୟ ଏବଂ ସ୍ଥାନୀୟ ବୁଦ୍ଧିଜୀବୀ କୁହନ୍ତି ଡ଼ଃ ବିକାଶ ମହାପାତ୍ରଙ୍କ ଭଳି ବ୍ୟକ୍ତିତ୍ୱ ଆଜିର ଦିନରେ ଦୁର୍ଲଭ । ତାଙ୍କ ବାପା,ମାଆ ଓ ପରିବାରଙ୍କୁ ଧନ୍ୟବାଦ ଦେଇଛନ୍ତି ସ୍ଥାନୀୟ ଲୋକମାନେ । ଯଦି ଏଭଳି ଆଉ କିଛି ଡାକ୍ତର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଯୁକ୍ତ ହୁଅନ୍ତି ତେବେ ଜଟଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ରୂପ ବଦଳି ଯାଆନ୍ତା । ଜନସାଧାରଣଙ୍କ ମନରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତି ଘୃଣାଭାବ ଦୁରେଇ ଯାଆନ୍ତା ।
ଜଟଣୀ -ରଙ୍ଗନାଥ ବେହେରା ,,jatani,Ranganatha Bhera , 1/5/2021---7,05

Blog Archive

Popular Posts