ଲୁପୁରସିଂହା ଓ ତାଲମେଣ୍ଡା ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ଙ୍କ ଅବସର କାଳୀନ ସଭା
ଭେଡେନ----ବରଗଡ ଜିଲ୍ଲା ଭେଡେନ ବ୍ଲକ ସମ୍ମିଳନୀ କକ୍ଷରେ ଲୁପୁରସିଂହା ଓ ତାଲମେଣ୍ଡା ପଞ୍ଚାୟତର କାର୍ଯ୍ୟ ନିର୍ବାହୀ ଅଧିକାରୀ ଗୋପାଳକୃଷ୍ଣ ଦାସଙ୍କ ସରକାରୀ ଚାକିରୀ ରୁ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ କରୋନା ମହାମାରୀ ଦ୍ଵିତୀୟ ଲହର କଟକଣା ରହିଥିବାରୁ ସାମାଜିକ ଦୂରତା ଅବଲମ୍ବନ କରି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭେଡେନ ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଘୁନାଥ ପାଣିଗ୍ରାହୀ ଯୋଗ ଦେଇଥିଲେ। ବ୍ଲକର ସହକାରୀ ଯନ୍ତ୍ରୀ ଶୈଲେଶ ଢେଲକି, ଏକାଉଣ୍ଟ ଅଫିସର, ବ୍ଲକ ସମସ୍ତ କାର୍ଯ୍ଯ ନିର୍ବାହୀ ଅଧିକାରୀ, ଗ୍ରାମ ରୋଜଗାର ସେବକ ମାନେ ଓ ବ୍ଲକ ର ସମସ୍ତ କର୍ମଚାରୀ ମାନେ ଯୋଗଦାନ କରିଥିଲେ। ଏହି ବୈଠକରେ ବିଡିଓ ଶ୍ରୀ ପାଣିଗ୍ରାହୀ ଯୋଗ ଦାନ କରି ଗୋପାଳକୃଷ୍ଣ ଦାସଙ୍କୁ ଉପଢୌକନ ଓ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଗୋପାଳକୃଷ୍ଣ ଦାସଙ୍କ ଜୀବନର ବାକି ସମୟ ନିରୋଗ ଓ ଦୀର୍ଘାୟୁ ହେଉ ବୋଲି କହିଥିଲେ। ଏହା ସହିତ ଅନ୍ୟ ସମସ୍ତ କର୍ମଚାରୀ ମାନେ ମଧ୍ୟ ସମ୍ମାନୀତ କରି ଦାସ ବାବୁଙ୍କ କର୍ମମୟ ଜୀବନ ରେ ସେ ଜଣେ କର୍ମଠ, ପରୋପକାରୀ, ମିଷ୍ଟଭାଷୀ,ମେଲାପୀ ଥିଲେ। ଚାକିରୀ ଜୀବନ କାଳରେ କାହା କୁ ହଇରାଣ ନକରି ସହଯୋଗ କରୁଥିଲେ ବୋଲି ସହକର୍ମୀ ମାନେ କହିଥିଲେ। ତାଙ୍କର ଅବଶେଷ ଜୀବନ ସୁଖମୟ ହେଉ ବୋଲି କହିଥିଲେ। ସଂକ୍ରିଡା ଓ ରେଶମ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ କବି ତରଣୀସେନ ଜେନା ବିଦାୟୀ ଗୋପାଳକୃଷ୍ଣ ଦାସଙ୍କ ଜୀବନୀ ଉପରେ ଏକ ସ୍ୱରଚିତ କବିତା ପାଠ କରିଥିଲେ। ପରିଶେଷରେ ଭେଡେନ ବ୍ଲକ ର ବଡ଼ବାବୁ ପ୍ରହଲ୍ଲାଦ ଭେସରା ଧନ୍ୟବାଦ ଅର୍ପଣ କରିଥିଲେ। ଭେଡେନ ରୁ ଭବାନୀଶଙ୍କର ପାଢୀ ଙ୍କ ରିପୋର୍ଟ, 1/5/2021----8,35