ଉପଜିଲ୍ଳାପାଳଙ୍କ ଉପସ୍ଥିତିରେ କୋଭିଡ ପରିଚାଳନା ବୈଠକ
ଜଟଣୀ----- ମହାମାରୀ କରୋନାର ଦ୍ୱିତୀୟ ଲହରର ଭୟବହତାକୁ ଦୃଷ୍ଟିରେ ରଖି ସରକାରଙ୍କ ପକ୍ଷରୁ ହୋଇଥିବା କୋଭିଡ ଗାଇଡଲାଇନକୁ ମାନିବାକୁ ପଡିବ , ଜନସାଧାରଣମାନଙ୍କୁ ତାଗିଦ କର ବୋଲି ଚେତାବନୀ ଦେଇଛନ୍ତି ଉପଜିଲ୍ଲାପାଳ । ଏଥି ସହିତ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ପ୍ରତ୍ୟେହ ୫୦ଲେଖାଁଏ ମୋଟ ୧୦୦ଜଣଙ୍କ ଆଟିଂଜେନ ଟେଷ୍ଟ କରାଯିବ । ଖୁଦୁପୁର-ପାତ୍ରପଡା ଅଞ୍ଚଳରେ ଥିବା ୩୦୦ଶଯ୍ୟା ବିଶିଷ୍ଟ କୋଭିଡ କେୟାର ସେଣ୍ଟର ପ୍ରସ୍ତୁତ ରହିଛି । ଏଥିରେ ୪୦ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । କରୋନାର ପ୍ରଥମ ପର୍ଯ୍ୟାୟରେ ଯେଉଁଭଳି ସରପଞ୍ଚ ମାନେ ଜିଲାପାଳ ଦାୟିତ୍ୱ ଗ୍ରହଣ କରି ଗ୍ରାମାଞ୍ଚଳରେ ଜନସାଧାରଣମାନଙ୍କୁ କରୋନା ସଂକ୍ରମଣରୁ ନିବୃତ ରହିବାଲାଗି ପ୍ରୟାସ କରିଥିଲେ । ସେହିଭଳିଭାବେ ପୁଣି ସେମାନଙ୍କୁ ଗୁରୁ ଦାୟିତ୍ୱ ପ୍ରଦାନ କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଅନ୍ୟପଟେ ଜଟଣୀର ରେଳପଥ ଗୋଲେଇ ମାର୍କେଟରେ ଯେଉଁଭଳି ଜନଗହଳି ଦେଖାଯାଉଛି ସେଥିପ୍ରତି ସଜାଗ ହେବା ସହିତ ଆବଶ୍ୟକସ୍ଥଳେ ସଟଡାଉନ କରାଯିବାଭଳି ପଦକ୍ଷେପ ନିଆଯିବ । ତେଣୁ ଯଥା ସମ୍ଭବ ଲୋକମାନେ ସାମାଜିକ ଦୁରତା ବଜାୟ ରଖନ୍ତୁ । ଆବଶ୍ୟକ ନଥିଲେ ଗହଳି ଜମାନ୍ତୁ ନାହିଁ । ଅନ୍ୟପଟେ ଯେଉଁମାନେ ସଙ୍ଗରୋଧ ଗୃହରେ ରହିଛନ୍ତି ସେମାନଙ୍କ ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତିକରଣ ପାଇଁ ପ୍ରତିଦିନ ଜଟଣୀ ଗୋଷ୍ଠିସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର, ପୈାରପରିଷଦ କର୍ମଚାରୀ,ତହସିଲଦାର,ବିଡିଓ ପ୍ରଭୃତି ଯୋଗାଯୋଗରେ ରହିବେ । ଆସୁଥିବା ଥଣ୍ଡାଜ୍ୱର,କାଶ ଇତ୍ୟାଦି ଗୁରୁତର ଅବସ୍ଥାରେ ଥିବା ରୋଗୀଙ୍କ ଆଟିଂଜେନ ଟେଷ୍ଟ କରିବାଲାଗି ସ୍ୱାସ୍ଥ୍ୟବିଭାଗକୁ କୁହାଯାଇଛି । କରୋନା ମହାମାରୀର ଦ୍ୱିତୀୟ ଲହରୀକୁ ଜଟଣୀର ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ କେଉଁ ଉପାୟରେ ନିୟନ୍ତ୍ରଣ ହୋଇପାରିବ ସେନେଇ ସ୍ଥାନୀୟ ପ୍ରଶାସନିକ ଅଧିକାରୀମାନଙ୍କ ସହିତ ଆଲୋଚନା କରାଯାଇଥିଲା । ଏଥି ସହିତ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଏବଂ ବିଡିଓ ପ୍ରମୁଖ ସଚେତନତା କରିବା ଜାରି ରଖିବେ । ବିଭିନ୍ନ ସ୍ଥାନରେ ଏନଫୋର୍ସମେଂଟ ସମୟରେ ତହସିଲଦାର ଓ ପୈାରନିର୍ବାହୀ ଅଧିକାରୀ ପୁଲିସକୁ ସହଯୋଗ କରିବେ ଏବଂ ପୁଲିସର ସହଯୋଗ ନେଇପାରିବେ । ସେହିପରି ପଜିଟିଭ କେଶ ଗୁଡିକ ଉପରେ ସ୍ୱତନ୍ତ୍ର ଦୃଷ୍ଟିଦେବା । ମାସ୍କ ପରିଧାନ ଓ ସାମାଜିକ ଦୁରତାକୁ ବାଧ୍ୟତା ମୂଳକ କରାଯିବା ଉପରେ ଆଲୋଚନା ହୋଇଥିଲା । ଆଜିର ଏହି ଆଲୋଚନାରେ ଜଟଣୀ ତହସିଲଦାର ତପନ କୁମାର ମହାପାତ୍ର, ବିଡିଓ ସରୋଜ କୁମାର ରାଉତ, ପୈାରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଦିଲିପ କୁମାର ମହାନ୍ତି, ମେଡିକାଲ ମୁଖ୍ୟ ପରିଚାଳକ ଯିତେନ୍ଦ୍ର କୁମାର ପଣ୍ଡା, ଜଟଣୀ ଥାନାଧିକାରୀ ବିଶ୍ୱରଞ୍ଜନ ସାହୁ ପ୍ରମୁଖ ଯୋଗଦେଇଥିଲେ ।
ଜଟଣୀରୁ ରଙ୍ଗନାଥ ବେହେରା, ୧/୫/୨୦୨୧—୭,୦୦