ଡେଲାଙ୍ଗରେ ବିଭିନ୍ନ ଯାଗାରେ ରଥଯାତ୍ରା
ଡେଲାଙ୍ଗ----- ଡେଲାଙ୍ଗ ବ୍ଳକର ବିଭିନ୍ନ ସ୍ଥାନରେ ଗୁରୁବାର ଦିନ ରଥଯାତ୍ରା ଅନୁଷ୍ଠିତ ହୋଇଯାଇଛି । କଲ୍ୟାଣପୁରୁ ଗ୍ରାମରେ ଅନୁଷ୍ଠିତ ରଥ ଗ୍ରାମ ପରିକ୍ରମା କରି ବଜାର ପାଖରେ ଥିବା ମଠ ବା ଗୁଣ୍ଡିଚା ବାଡିରେ ପହଞ୍ଚିଥିଲା । ସେହିପରି ସାଉରିଆ ଗ୍ରାମର ପତିତପାବନଙ୍କର ଦେବନୀତି ସରିବା ପରେ ମନ୍ଦିର କମିଟିର ସଦସ୍ୟ ତ୍ପୂର୍ଣ୍ଣଚନ୍ଦ୍ର ମିଶ୍ର ଛେରାପହଁରା କରିଥିଲେ । ମନ୍ଦିର କମିଟିର ଅନ୍ୟ ସଦସ୍ୟ ବିଜୟ ମିଶ୍ର ରଥଯାତ୍ରା ପରିଚାଳନା ଦାୟତ୍ୱ ନେଇଥିବା ବେଳେ, ମନ୍ଦିର କମିଟିର ସଦସ୍ୟ ବାସୁଦେବ ମିଶ୍ର ତତ୍ୱାବଧନରେ ଏବଂ ଦେବାଶିଷ ମିଶ୍ର,ରଙ୍କନିଧି ମିଶ୍ର,ବିରେନ ମିଶ୍ର ,ମଦନ ମିଶ୍ର ଏଥିରେ ସହଯୋଗ କରିଥିଲେ । ମନ୍ଦିରର ପୂଜକ ରାମଚନ୍ଦ୍ର ମିଶ୍ର ଓ ଅଶୋକ କୁମାରପଣ୍ଡା ପୂଜାର୍ଚ୍ଚନା କରିଥିଲେ । ଠାକୁର ରଥରୁଢ ହେବାପରେ ଛୋଟ ଛୋଟ ପିଲାମାନେ ରଥଟାଣି ମହାବୀର ଛକରେ ଥିବା ମାଉସୀ ମା ମନ୍ଦିରରେ ପୋଡପିଠା ଭୋଗ ଖାଇ ରାଧାମୋହନ ମଠରେ ପହଞ୍ଚିଛନ୍ତି । ଜେନାପୁର ପଞ୍ଚାୟତର ଠୋଲାପଡା ଗ୍ରାମର ଠାକୁରଙ୍କ ସମସ୍ତ ରିତୀନିତ ିସରିବା ପରେ ତିନିଠାକୁରଙ୍କୁ ତିନୋଟି ରଥରେ ବସାଯାଇ ପୋଷଲଛକରେ ଥିବା ଗୁଣ୍ଡିଚା ବାଡି ଠାରେ ରଥ ପହଞ୍ଚିଥିଲା । ଏହି ରଥଯାତ୍ରା ସମୟରେ ଛୋଟ ଛୋଟ ପିଲାମାନେ ଖୁସିମନରେ ରଥଟାଣୁଥିବା ବେଳେବୟଜେଷ୍ଠ୍ୟ ଲୋକମାନେ ରଥ ଦଉଡି ଛୁଇଁବା ସହ ଭକ୍ତିପୁତ ଭାବରେ ପ୍ରଣାମ କରୁଥିବାର ଦେଖାଯାଇଥିଲା । ସେହିପରି ବିଭିନ୍ନ ଗ୍ରାମ୍ୟ ରାସ୍ତା ଓ ଡେଲାଙ୍ଗ- କଣାସ- ବ୍ରହ୍ମଗିରି, ପିପିଲି- ଖୋର୍ଦ୍ଦା ଆଦି ରାସ୍ତାରେ ପିଲା ମାନେ ରଥ ଗଡାଇଥିଲେ ।
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି
ଡେଲାଙ୍ଗରୁ ଧୀରେନ୍ଦ୍ର ସେନାପତି