Breaking News

ଦୁଇ ହଜାର ଟଙ୍କା ଖର୍ଚ୍ଚ କରି ମଧ୍ୟ ମିଳୁନି ଆଧାର କାର୍ଡ



ବରଗଡ଼ ---- ବରଗଡ ଜିଲ୍ଲା ଅତାବିରା ବ୍ଲକ ୨୪ଟି ପଞ୍ଚାୟତ ରହିଥିବା ବେଳେ ଏନଏସି ର ୧୨ଟି ୱାର୍ଡ ସମୂହକୁ ନେଇ ଗଠିତ ଅତାବିରା ବ୍ଲକ ।   ଅଞ୍ଚଳଟି କୃଷି ତଥା ଆଦିବାସୀ ଜନ ବହୁଳ ଅଂଚଳ ଭାବେ ବେଶ ପରିଚିତ।ଏହି ବ୍ଲକରେ ଲୋକେ ଆଧାର କାର୍ଡ ନ ଥିବାରୁ ବିଭିନ୍ନ ମୌଳିକ ତଥା ଭତ୍ତା,ଚାଉଳ,ଗହମ,କିରୋସିନ ସହିତ ଅନେକ ସୁବିଧାରୁ ବଞ୍ଚିତ ରହୁଥିବାର ଲୋକେ ଅଭିଯୋଗ କରନ୍ତି। ବ୍ଲକ ଠାରୁ ପଞ୍ଚାୟତ ମାନଙ୍କର ଗାଁ ଗଣ୍ଡା ବହୁ ଦୂରରେ ଅବସ୍ଥିତ । ଜଣେ ଲୋକ ବ୍ଲକକୁ ଆଧାରକାର୍ଡ କରିବା ପାଇଁ ଆସିଲେ ୫ଶହରୁ ଅଧିକ ଟଙ୍କା ଖର୍ଚ୍ଚ ହେଉଥିବା ଲୋକମାନେ କହନ୍ତି । ସେମାନଙ୍କୁ ଅଧିକାଂଶ ସମୟରେ ଫେରି ବାକୁ ପଡୁଛି ବୋଲି ଲୋକମାନେ କହନ୍ତି  । ଶହଶହ ଲୋକ ଆଧାରକାର୍ଡ ପାଇଁ ବ୍ଲକକୁ ଆସୁଥିବାବେଳେ ଆଧାର କାର୍ଡ କରୁଥିବା ବାବୁ ମାନେ ପ୍ରତ୍ୟହ ଗୋଟେ ଗୋଟେ ନିୟମ ଲାଗୁ କରାଯାଉଥିବାର ଲୋକେ କହନ୍ତି। କେଉଁଦିନ ୨୦ଟା ତ ଆଉ କେଉଁଦିନ ,୪୦ଟା ରୁ ଅଧିକ କରାଯାଇପାରିବ ନାହିଁ ବୋଲି ଆଧାରକାର୍ଡ କରୁଥିବା ଅପୋରେଟର ମାନେ କହୁଥିବାର ଲୋକେ କହନ୍ତି। ଯାହାକି ଲୋକେ ଦୂରଦୂରାନ୍ତରୁ ପାହାନ୍ତିଆ ୪ ଟାରୁ ଆସି ଲାଇନ ବାନ୍ଦୀ ଛିଡା ହୋଇ କେଉଁଦିନ ଲିଙ୍କ ଫେଲ ତ ଆଉ କେଉଁଦିନ ମେସିନ ଖରାପ କହି ଫେରେଇ ଦେଉଥିବାର ଅଭିଯୋଗ ହେଉଛି। ଯଦ୍ଵାରା ଲୋକେ ନିଜର କାମଧନ୍ଦା ଛାଡି ବାରମ୍ବାର ଆସୁଥିଲେ ସୁଦ୍ଧା ଆଧାର କାର୍ଡ ନପାଇଁ ବିଭିନ୍ନ ମୌଳିକ ସୁବିଧା ତଥା ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଅନେକ ସୁବିଧା ସୁଯୋଗରୁ ବଞ୍ଚିତ ରହୁଛନ୍ତି। ସେହିପରି ବିଗତ ଦିନରେ ଲୋକେ ହଜାର ହଜାର ଟଙ୍କା ଖର୍ଚ୍ଚ କରି ଆଜିଯାଏ ତ୍ରୁଟିପୂର୍ଣ୍ଣ କାର୍ଡ ଧରି ହନ୍ତସନ୍ତ ହେଉଛନ୍ତି।ଏବେ କିନ୍ତୁ ବ୍ଲକ ରେ ୫୦ ରୁ  ୭୦ ଟଙ୍କା ପର୍ଯନ୍ତ ନିଆଯାଉଛି। ଲୋକେ ରାତି  ରୁ ଚପଲ,ପଥର,ସିମେଣ୍ଟ ଅତଡା ରଖି କାଗଜରେ ନିଜ ନାଁ ଲେଖି  କୁନି କୁନି ପିଲାମାନଙ୍କୁ ଧରି ଜଗି ରହୁଛନ୍ତି। ଶେଷରେ ଲିଙ୍କ ଫେଲ କହି ବାବୁ ମାନେ ଫେରାଇ ଦେଉଛନ୍ତି ।  ଆଧାର କାର୍ଡ ପାଇଁ ବ୍ଲକକୁ ବାରମ୍ବାର ଦୌଡ଼ି ଲୋକମାନେ ନୟାନ୍ତ ହୋଇପଡିଲେଣି।  ଲୋକେ ବାରମ୍ବାର ହଇରାଣ ହୋଇ ଅଭିଯୋଗ କରିଆସୁଥିଲେ ମଧ୍ୟ ପ୍ରଶାସନ ଅଧିକାରୀମାନେ କର୍ଣ୍ଣପାତ କରୁନଥିବାର ଲୋକମାନେ ମନ ଦୁଃଖରେ କହନ୍ତି । ଏନେଇ ସରକାର ତଥା ଜିଲ୍ଲା ପ୍ରଶାସନ କଣ ପାଇଁ ଦୃଢ ପଦକ୍ଷେପ ଗ୍ରହଣ କରୁନାହାନ୍ତି ତାହା ଲୋକଙ୍କ ମନରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି ‌। ଆଧାର କାର୍ଡ ଏତେ ଜରୁରୀ ହୋଇ ପଡ଼ିଥିବାବେଳେ ପିଲା ଠାରୁ ବୁଢା ପର୍ଯନ୍ତ ସମସ୍ତଙ୍କର  ଜରୁରୀ ହୋଇପଡିଛି ।  ହେଲେ ଆଧାର କାର୍ଡ କିପରି ଭାବରେ ସମସ୍ତେ ପାଇଁ ପାଳିବେ  ସେ ଦିଗ ପ୍ରତି ନଜର ଦେବାକୁ ସାଧାରଣରେ ଦାବୀ ହେଉଛି । ନଚେତ୍ ପଞ୍ଚାୟତ ମାନଙ୍କର ଗାଁଗଣ୍ଡା ମାନଙ୍କରେ ପାଳି କରି କରିବା ପାଇଁ ଜନସାଧାରଣରେ ଦାବି ହେଉଛି।
ବରଗଡ଼ରୁ ନବୀନ ଦାଶଙ୍କ ରିପୋର୍ଟ....

Blog Archive

Popular Posts