Breaking News

୧୪ ବର୍ଷ ହୋଇଗଲା ଲୁହା ଶୁକୁଳିରେ ବନ୍ଧା ହୋଇଛି ଲିଲିମା ; ଚିକିତ୍ସାରେ ବାଧା ସାଜିଛି ଅର୍ଥ ; ସାହର୍ଯ୍ୟ ଅପେକ୍ଷାରେ ପରିବାର

ବରଗଡ-- ବରଗଡ ଜିଲ୍ଲାର ଅତାବିରା ବ୍ଳକର ଟାଙ୍ଗରପାଲି ପଞ୍ଚାୟତର ରେଙ୍ଗାଳ ପାଲି ନିକଟସ୍ଥ କେନାଲ କରରେ ଥିବା ବସ୍ଥିରେ ଏକ ଝୁମ୍ପୁଡି ଘରେ ଅର୍ଥ ଅଭାବରୁ ୧୪ ବର୍ଷ ହୋଇଗଲା ଜଣେ ୨୪ ବର୍ଷର ଯୁବତୀଙ୍କର ଗୋଡ ହାତ ବନ୍ଧା ହୋଇଛି ଲୁହା ଶୁକୁଳିରେ  ।  ଆଜିବି ମାନସିକ ରୋଗୀ ଚିକିତ୍ସା ନ ହୋଇ ପାରିବାରୁ ଲୁହା ଶୁକୁଳିରେ ବନ୍ଧା ଯାଇଛି । ଯାହାକି ପଶୁ ମାନଙ୍କ ସହିତ ସମାନ  ।  ରାଜ୍ୟ ସରକାର ଯୁବତୀ ବା ମହିଳା ମାନଙ୍କ ପାଇଁ  ବିଭିନ୍ନ ଯୋଜନା ପ୍ରଣୟନ କରିଥିଲେ ମଧ୍ୟ ଲିଲିମା ଭୋରାସାଗର (୨୪)ଙ୍କ ପାଇଁ ସବୁ  ମିଛ ହୋଇଯାଇଛି । ସରକାରଙ୍କର ମାନବିକତା ଲିଲିମା ପାଇଁ ନାହିଁ ବୋଲି ଅତବିରା ଅଞ୍ଚଳର ବୁଦ୍ଧିଜିବୀ ମାନେ କହନ୍ତି । ସେହିପରି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆମେ ଏହା କରିଛୁ ତାହା କରୁଛୁ ବୋଲି କହି କୋଟି କୋଟି ଟଙ୍କା ନେଉଛନ୍ତି । ମାତ୍ର ଲିଲିମା ପାଇଁ କେହି ନାହାନ୍ତି । ସୁଚନାଯୋଗ୍ୟ ଯେ ଘରେ ପିଲା ଜନ୍ମ ହେଲେ ପରିବାରରେ ଆନନ୍ଦ ବା ଖୁସିର ଲହରୀ ଖେଳିଥାଏ  । ଭୋଜି ଭାତ କରାଯାଇଥାଏ  । ସେହିପରି ଏିଏିମା ଜନ୍ମ ହେବା ପରେ ତା ବାପା ମା ଖୁସି ହୋଇଥିଲେ  । ଆମ ଘରକୁ ଲକ୍ଷ୍ମୀ ଆସିଲେ ବୋଲି  । ମାତ୍ର ଭାଗ୍ୟର ବିଡମ୍ବନା ଅଲଗା  । ଲିଲିମା ଜନ୍ମ ପରେ ଠିକ ଠାକ ଥିଲା ମାତ୍ର ବୟସ ବଡିବା ସହ ତାର ମାନସିକ ବିକାରଗସ୍ତ ହେବାକୁ ଲାଗିଲା  । ରେଙ୍ଗାଲିପାଲି ଝୁମ୍ପୁଡିପଡାର ଅର୍ଜ୍ଜୁନ ବାଗ (୬୫) ଙ୍କ ଝିଅ ଚନ୍ଦ୍ରକାନ୍ତି (୪୨) ବରଗଡ ଜିଲ୍ଲାର ଭଟଲି ବ୍ଳକକରଲାଜୁରୀ ଗାଁର ବିକ୍ରମ ଭୋରାସାଗରକୁ ବିଭାହ କରିଥିଲା  । ତାଙ୍କର ଦୁଇଟି ଛିଅ ଅଛନ୍ତି । ମାତ୍ର କିଚି ଦିନ ଖୁସିରେ ଦିନ କଟିବା ପରେ ବିକ୍ରମ ମାନସିକ ରୋଗରେ ପୀଡିତ ହୋଇଥିଲେ  । ତା ପରଠାରୁ ଚନ୍ଦ୍ରକାନ୍ତିଙ୍କ ଜୀବନରେ କଳା ବାଦଲଘୋଟି ଆସିଲା  । ବିକ୍ରମ ମାନସିକ ରୋଗରେ ମୃତ୍ୟୁ ବରଣ କରିବା ପରେ ଚନ୍ଦ୍ରକାନ୍ତି ବାପା ଅର୍ଜ୍ଜନଙ୍କ ଘରକୁ ଦୁଇ ଝିଅକୁ ଧରି ପଳାଇ ଆସିଲା  । ଏଠାରେ କିଛି ଦିନ ରହିବା ପରେ ଚନ୍ଦ୍ରକାନ୍ତିର ଝିଅ ଲିଲିମା ଏବେ ମାନସିକ ରୋଗରେ ପୀଡିତ ହୋଇ ଏବେ ଏୁହା ଶିକୁଳିରେ ବନ୍ଧା ହୋଇଛି ତା ଜୀବନ  । ମାତ୍ର ଗୋଟିଲ ।ସ୍ୱଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ବୁର୍ଲା ଭୀମସାଗର ମାନସିକ ରୋଗ ବିଭାଗରେ ଚିକିତ୍ସା କରାଯିବା ପରେ ଲିଲିମା ଟିକେ ଭଲ ହୋଇଥିଲା  । ତାପରେ ତାକୁ ମେଡିକାଲରୁ ଡିର୍ସଚାର୍ଯ୍ୟ କରିବା ପରେ କିଚି ଦିନ ପରେ ପୁଣି ଲିଲିମା ତାର ପୂର୍ବ ଅବସ୍ଥାକୁ ଫେରି ଯାଇଛି । ଲିଲିମାଙ୍କ ଅଜା ଅର୍ଜ୍ଜୁନ ଜଣେ ଗରିବ ଦିନ ମଜୁରିଆ ଲୋକ  । କାମ କରି ଦି ପଇସା ଆଣିଲେ ଘରେ ଚୁଲି ଜଳିବ ନଚେତ ଓପାସରେ ରହିବାକୁ ପଡିଥାଏ  । ଏଣୁ ଲିଲିମାର ଚିକିତ୍ସା ପାଇଁ ଅଜା ଅର୍ଜ୍ଜୁନଙ୍କ ପାଖରେ ପଇସା ନ ଥିବାରୁ ଲିଲମାଙ୍କ ଚିକିତ୍ସା କରି ପାରିଲେ ନାହିଁ  । ଯାହା ଫଳରେକି ଲିଲିମା ଏବେ ଲୁହା ଶିକୁଳିରେ ବନ୍ଧା ହୋଇଛି । ଲିଲିମାର ଚିକିତ୍ସା ଖର୍ଚ୍ଚ  ବିଧାୟିକା, ଜିଲ୍ଲା ପ୍ରଶାସନ ବା କୌଣସି ସ୍ୱେଚ୍ଛାସେବୀ ଅନୁଷ୍ଠାନ ନେବାକୁ ପରିବାର ଲୋକ ଓ ଅଞ୍ଚଳବାସୀ ନିବଦେନ କରିଛନ୍ତି । 
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ

Blog Archive

Popular Posts