Breaking News

ପଞ୍ଚରିଡ଼ା ବନାଞ୍ଚଳ ଅଧିନସ୍ଥ ଶିମିଳିଝର ନିକଟରୁ ତିନି ଶିକାରୀ ଗିରଫ



ଶରଣକୁଳ:---  ବିବର୍ତ୍ତନର ତାଳେ ତାଳେ ପ୍ରକୃତିର ସନ୍ତୁଳନ ଦିନକୁ ଦିନ ବିଗିଡ଼ି ଗଲାଣି। ଜଙ୍ଗଲ ଧ୍ୱଂସ ହେବା ସହ ବନ୍ୟ ପ୍ରାଣୀ ବିଲୁପ୍ତ ହୋଇଗଲାଣି ।  ଏଭଳି ଏକ ଘଡିସନ୍ଧି ମୁହୂର୍ତ୍ତରେ ପଞ୍ଚରିଡା ବନାଞ୍ଚଳର ଗୋଛା ସଂରକ୍ଷିତ ଜଙ୍ଗଲ ଅନ୍ତର୍ଗତ ଶିମିଳିଝର ନିକଟରେ ପ୍ରାଣୀ ଶିକାର ପାଇଁ ଉଦ୍ୟମ କରୁଥିବା ବେଳେ ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।  ସେମାନଙ୍କ ଠାରୁ ଗୋଟିଏ  ଦେଶୀ ବନ୍ଧୁକ, ୧୪ଟି ଜୀବନ୍ତ ଗୁଳି ଏବଂ ବିସ୍ଫୋରକ ପଦାର୍ଥ ସହି ଓଡି ୨୫ ସି ୯୮୭୧ ନମ୍ବର ବିଶିଷ୍ଟ ଏକ ବାଇକ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ବଡ କୁଟୁଣୀ ଗ୍ରାମର ସୁଶାନ୍ତ ପ୍ରଧାନ(୨୮), ରଞ୍ଜନ ଦଳେଇ(୨୦) ଏବଂ କଜଳଇପଲ୍ଲୀର ସୁନିଲ ନାୟକ(୧୮) । ପଞ୍ଚରିଡା ବନାଞ୍ଚଳ କେଶ ନମ୍ବର ଓଆର ୨୦/୨୦୧୯-୨୦ ଅନୁସାରେ ଅଭିଯୁକ୍ତ ମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିଲା । ଜାମୀନି ଖାରଜ ହେବାରୁ ସେମାନଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ଏଠାରେ ସୂଚନା ଯୋଗ୍ୟଯେ ବିଶେଷ ସୁତ୍ରରୁ ଖବର ପାଇ ବନାଂଚଳ ଅଧିକାରୀ ଧନେଶ୍ୱର ରଥଙ୍କ ନେତୃତ୍ୱରେ ବନପାଳ ଚନ୍ଦ୍ରମଣୀ ଡାକୁଆ, ବନରକ୍ଷୀ ପ୍ରକାଶ ଚନ୍ଦ୍ର ପାଳ ଏବଂ ସହକର୍ମୀମାନଙ୍କ ମିଳିତ ଉଦ୍ୟମରେ ଅଭିଯୁକ୍ତ ମାନଙ୍କୁ ଠାବ କରିବା ସହିତ ଗିରଫ କରିଥିଲେ ।
ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts