Breaking News

ଗ୍ୟାସ ଲିକ୍ ହୋଇ ଦୁଇ ଜଣ ଗୁରୁତର


କନ୍ଧମାଳ ----- ବାଲିଗୁଡା ଥାନା ସଲାଗୁଡା ଗ୍ରାମ ରେ  ଗ୍ୟାସ ରେ ରୋଷେଇ ସମୟରେ ଅଘଟଣ ଘଟି ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ସେମାନେ ହେଲେ   ସଲାଗୁଡ଼ା ଗାଁ ର  ସନ୍ତୋଷ ପ୍ରଧାନ,ଦିପକ କହଁର । ସୁଚନା ଅନୁଯାୟୀ ଆଜି ସକାଳେ କୈାଣସି କାରଣରୁ ଗ୍ୟାସ ଲିକ୍ ହୋଇଥିଲା । ସନ୍ତୋଷ ରାନ୍ଧିବା ପାଇଁ ଦିଆସିଲିରେ  ଲଗାଇବା ମାତ୍ରେ ନିଆଁ ଜଳି ଉଠିଥିଲା । ସନ୍ତୋଷ ଓ ଦିପକର  ଚିତ୍କାର ଶୁଣି ଆଖ ପାଖ ଲୋକମାନେ ଗୁରୁତର ଅବସ୍ଥାରେ ସେମାନଙ୍କୁ ଉଦ୍ଧାର କରି ବାଲିଗୁଡ଼ା ଚିକିତ୍ସାଳୟ ଭର୍ତ୍ତି କରିଛନ୍ତି । 
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

Blog Archive

Popular Posts