ସତ୍ୟବାଦୀ ବ୍ଳକର ୮୪୯ ଜଣଙ୍କୁ ଭତ୍ତା ବାଣ୍ଟିଲେ ବିଧାୟକ
ସାକ୍ଷୀଗୋପାଳ---- ସତ୍ୟବାଦୀ ବ୍ଳକରେ କାର୍ଯ୍ୟାଳୟ ରେ ସାକାଳ ୧୦ଟାରେ ଲୋକମାନଙ୍କର ଭିଡ ଜମିଥିଲା । ଏପରିକି ସମୟ ଯେତେ ବଡୁଥିଲା ଲୋକମାନଙ୍କର ସଂଖ୍ୟା ସେତେ ବଡିଚାଲିଥିଲା । ବୁଝିଲା ବେଳେକୁ ଲୋକମାନେ ଭତ୍ତା ପାଇଁ ଆସିଛନ୍ତି । ଏ ବିସୟରେ ବ୍ଳକ ସମାଜ ମଙ୍ଗଳ ଅଧିକାରୀ ତଥା ବି ଏସଏସ ଓଙ୍କୁ ପଚାରିବାରୁ ସେ କହନ୍ତି ଭତ୍ତା ଅପରାହ୍ନରେ ବିଧାୟକ ଉମାକାନ୍ତ ସାମନ୍ତରାୟ ଆସିଲେ ବଣ୍ଟା ହେବ ବୋଲି କହିଥିଲେ । ମାତ୍ର ଏ ଲୋକମାନଙ୍କୁ ସକାଳୁ କାହିଁକି ଡକାଯାଇଛି ସେ କିଛି କହି ପାରିନଥିଲେ । ଅପରାହ୍ନରେ ବିଧାୟକ ଶ୍ରୀ ସମାନ୍ତରାୟ ଆସିଥିଲେ । କେତକ ଗ୍ରାମ ପଞ୍ଚାୟତରୁ ଭତ୍ତା ପାଇବାକୁ ଥିବା ହିତାଧିକାରୀ ମାନେ ସକାଳୁ ଆସି ବ୍ଳକ କାର୍ଯ୍ୟାଳୟରେ ବସି ରହିଥିଲେ । ଯାହାକି ଭତ୍ତା ବଣ୍ଟନ ଦାୟତ୍ୱରେ ଥିବା ଅଧିକାରୀଙ୍କ ଦୁରଦୃଷ୍ଟି ଅଭାବ ଯୋଗୁ ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲେ ବୋଲି କେତେକ ସରପଞ୍ଚ ଓ ସମିତିସଭ୍ୟସଭ୍ୟା ମାନେ ବିଧାୟକଙ୍କ ପାଖରେ ଅଭିଯୋଗ କରିଥିଲେ । ଏପରିକି ନୂଆସମେଶ୍ୱରପୁର ସରପଞ୍ଚ କୃଷ୍ଣପିୟା ଦାଶ ଓ ମୂଳଅଳସା ସରପଞ୍ଚଙ୍କ ପ୍ରତିନିଧି ଶଙ୍କର ପ୍ରଧାନ ସେମାନେ ଭତ୍ତା ବଣ୍ଟନ ହେବ ବୋଲି ଜାଣିନାହାନ୍ତି ବୋଲି ଅଭିଯୋଗ ଆଣିଥିଲେ । ଶେଷରେ ବିଧାୟକ ଶ୍ରୀ ସମାନ୍ତରାୟ ଏଥିପାଇଁ ସଭାରେ ଦୁଖଃ ଓ କ୍ଷମା ପ୍ରକାଶ କରିଥିଲେ । ସତ୍ୟବଦୀ ବ୍ଳକରେ ବୁଧବାର ଦିନ୨୪ ଟି ପଞ୍ଚାୟତର ୮୪୯ ଜଣଙ୍କୁ ବିଧାୟକ ଶ୍ରୀ ସାମନ୍ତରାୟ ଭତ୍ତା ବାଣ୍ଟିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ସରୋଜ କୁମାର ଦତ୍ତ, ଜିଲ୍ଲାପରିଷଦ ସଭ୍ୟ ପ୍ରହଲ୍ଲାଦ ଘଟୁଆରୀ, ଧୁବ ଚରଣ ଦାଶ, ଜିଲ୍ଲାପରିଷଦ ପ୍ରତିନିଧି ଦେବାଶିଷ ରାୟ , ଉପାଧ୍ୟକ୍ଷ ବିକ୍ରମ କୁମାର ଜେନା ଓ ପଞ୍ଚାୟତର ସରପଞ୍ଚ ପ୍ରକାଶ ଖଟେଇ, କୃଷ୍ଣପିୟା ଦାଶ, ନିରଞ୍ଜନ ମହାରୀ, ଓ ସମିତିସଭ୍ୟସଭ୍ୟା ପ୍ରଶାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହିଥିଲେ । ମାତ୍ର ଏତେ ସଂଖ୍ୟାର ମତ୍ତା ହୋଇଥିବାରୁ ଗୋଟିଏ ଯାଗାରେ ଭତ୍ତା ପ୍ରଦାନ କରିବା ସମ୍ବବପର ନୁହେଁ ବୋଲି ବିଧାୟକ ଅନୁଭବ କରିବା ପରେ ଜୋନ ସ୍ତରୀୟ ଭତ୍ତା ବାଣ୍ଟିଥିଲେ । ସେହିପରି ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ ଖୋଦ ସତ୍ୟବାଦୀ ବ୍ଳକର ବିଜେଡି ଦଳର ସଭାପତିଙ୍କ ପଞ୍ଚାୟରେ ଜଣେ ମାତ୍ର ମତ୍ତା ପାଇଛି । ଏଥିରୁ ଜଣାପଡିୁଛି ବ୍ଳକ ସଭାପତିଙ୍କ ସହ ସରପଞ୍ଚ ଓ ସମିତିସଭ୍ୟ ବିଜେଡି ଦଳରେ ହୋଇଥିଲେ ମଧ୍ୟ ଉକ୍ତ ପଞ୍ଚାୟତରେ କିପିର ଜଣଙ୍କୁ ଭତ୍ତା କରାଯାଇଛି ଏହାକୁ ନେଇ ବ୍ଳକରେ ଉତ୍ତେଜନା ପ୍ରକାଶ ପାଇଥିଲା । ଶେଷରେ ବିଧାୟକ ଓ ବିଡିଓ ହସ୍ତକ୍ଷେପ କରି ୧୫ ଦିନ ମଧ୍ୟରେ ଉକ୍ତ ପଞ୍ଚାୟତର ସମସ୍ତଙ୍କୁ ଭତ୍ତା ମଞ୍ଚୁର କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଲୋକମାନେ ଶାନ୍ତ ପଡିଥିଲେ । ବିଧାୟକଙ୍କ ପ୍ରତିନିଧି ସୁନୀଲ ପଣ୍ଡା, ସାମାଜିକ କର୍ମୀ ଶଙ୍କର ପ୍ରଧାନ, ସୁରେଶ କୁମାର ସାହୁ, ସୁବାଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି