Breaking News

ଫାନି ବାତ୍ୟା ଯିବାର ୭୬ ଦିନ ପରେ ବି ନଡିଆ ବରଡା ଓ ପଲିଥିନି ତଳେ କଟୁଛି ଜୀବନ

ସାକ୍ଷୀଗୋପାଳ ----- ପୁରୀ ଜିଲ୍ଲାରେ ମଇମାସ ୩ ତାରିଖରେ ସାମୁଦ୍ରିକ ବାତ୍ୟା ଫାନିରେ ସତ୍ୟବାଦୀ ବ୍ଳକର ୨୪ଟି ପଞ୍ଚାୟତରେ ବ୍ୟାପକ କ୍ଷତି ହୋଇଥିଲା  । ବିଶେଷ କରି ଗରିବ ଅସହାୟ ଦିନ ମଜୁରିଆ, ଦଳିତ ପରିବାର ମାନଙ୍କର ବ୍ୟାପକ କ୍ଷତି ହୋଇଥିଲା  ।  ବାତ୍ୟାରେ ଏକମାତ୍ର କୋଠା ଘର ସୁରକ୍ଷିତ ରହିଥିବା ବେଳେ ନଡା ଛପର ବା କଚାଘର, ଟିଣ  ଓ ଆଜବେଷ୍ଟସ ଘର ଗୁଡିକ ପବନରେ ଭାଙ୍ଗି ରୁଜି ଯାଇଥିଲା  । ଏପରିକି କେତକ ଘର ସମ୍ପର୍ଣ୍ଣ ମାଟିରେ ମିଶି ଯାଇଥିଲା  । ଗରିବ ଲୋକମାନେ  ବାତ୍ୟା ଆଶ୍ରୟ ସ୍ଥଳ, ବିଦ୍ୟାଳୟ, କୋଠଘରରେ ଆଶ୍ରୟ ନେଇଥିଲେ  । କିଛିଦିନ ସେଠାରେ ରହିବା ପରେ  ନିଜ ଘରକୁ ଫେରିଲେ  ।  ବ୍ଳକ ପ୍ରଶାସନ ପକ୍ଷରୁ ଖଣ୍ଡେ ଖଣ୍ଡେ ପଲିଥିନି ମିଳିଲା ଯେ ଗୋଟିଏ ଘର ର ଘୋଡାଇ ହୋଇ ପାରିଲା ନାହିଁ  । ଲୋକମାନଙ୍କର ଏହି ଦୁଖ ଦେଖି ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ବଡ ବଡ ପଲିଥିନି ଯୋଗାଇ ଦେଲେ  । ଶ୍ରୀରାମଚନ୍ଦ୍ରପୁର, ରାୟଖଣ୍ଡୀ , ମହୁରା, କେତକୀପାଟଣା, ବଳପୁର, ଶୁକଳ, ମଧୁବନ, ନରେନ୍ଦ୍ରପୁର ବିଦ୍ୟାଧରପୁର, ସାଣ୍ଢରା ଆଦି ଗ୍ରାମ ପଞ୍ଚାୟତର ବହୁ ଗରିବ ପରିବାର ଏବେ ବି ନଡିଆ ବରଡା, ଚାଞ୍ଚଓ ପଲିଥିନ ତଳେ ଆଶୟ ନେଉଥିବାର ଦେଖାଯାଇଛି । ସତ୍ୟବାଦୀ ବ୍ଳକରେ ଆଶ୍ଚର୍ଯ୍ୟର କଥା କୋଠା ଘର ପରିବାରଙ୍କର ସଦସ୍ୟଙ୍କ ନାମ ସମ୍ପର୍ଣ୍ଣ କଚାଘର ଭାଙ୍ଗିଥିବା ସରକାରୀ ତାଲିକାରେ ନାମ ରହିଥିବା ବେଳେ କଚା ଘର ପରିବାରଙ୍କ ନାମ ଆଶିଂକ କୋଠା ଘର ଭଙ୍ଗା ତାଲିକାରେ ରହିଛି । ଅନ୍ୟ ପକ୍ଷେ ଫାନି ବାତ୍ୟା ପରେ ଘରଭଙ୍ଗା ତଦନ୍ତ କରାଯାଇ ସରକାର ଅର୍ଥ ଯୋଗାଇ ଦେବେ ବୋଲି  ଘୋଷଣା କରିଥିଲେ  । ମାତ୍ର ବାତ୍ୟା ଯିବାର ୭୬ ଦିନ ପରେ ବି ଘରଭଙ୍ଗା ତଦନ୍ତ ସରୁନାହିଁ  କି ଲୋକମାନେ ବାତ୍ୟାରେ ଭାଙ୍ଗି ଯାଇଥିବା ଘର ଭଙ୍ଗା କ୍ଷତି ପୁରଣ ପାଇବା ନେଇ ସନ୍ଦେହ ଜାତ ହୋଇଛି । ଯେଉଁ ମାନଙ୍କ ପାଖରେ ଅର୍ଥ ନାହିଁ ସେମାନେ ସରକାରୀ ସାହାର୍ଯ୍ୟକୁ ଅପେକ୍ଷା କରି ନଡିଆ ବରଡା, ପଲିଥିନି ତଳେ ଜୀବନ ବିତାଉଛନ୍ତି । ଆଗକୁ ବର୍ଷା ଋତୁ ଆସୁଛି  । ଏମାନେ ବର୍ଷା ଲାଗିକି ରହିଲେ ପୁଣି କେଉଁଠାରେ ଆଶ୍ରୟ ନେବେ ତାହା ଚିନ୍ତାରେ ରହିଛନ୍ତି ପରିବାର  । ଏହାକୁ ନେଇ ଏବେ ଜନଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ଏହା କେତେବେଳେ ଆନ୍େଦାଳନର ରୂପରେଖ ନେବ ତାହା କହିବା କଷ୍ଟକର ହୋଇପଡିଛି  । ତୁରନ୍ତ ସରକାର ଏଥିପ୍ରତି ନଜର ଦେବାକୁ ଜନସାଧାରଣରେ ଦାବି ହୋଉଛି  ।  ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି


Blog Archive

Popular Posts