ବାଙ୍ଗିରିପୋଷି ଘାଟିରେ ବାରମ୍ବାର ଦୁର୍ଘଟଣାକୁ ନେଇ ଏନ୍ଏଚ୍ ୪୯ ଅବରୋଧ
ବାରିପଦା --- ପ୍ରତି ଦିନ ବାଙ୍ଗିରିପୋଷି ଘାଟିରେ ଦୁର୍ଘଟଣା ଘଟି ଚାଲିଛି । ଅଭିଯୋଗ କଲେ ମଧ୍ୟ ବିଭାଗୀୟ ଅଧିକାରୀମାନେ କୋୖଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଏନ୍ଏଚ୍ ୪୯ ଅବରୋଧ କରିଛନ୍ତି ସ୍ଥାନୀୟବାସୀ । ଯାହା ଫଳରେକି ଗାଡ଼ିମୋଟର ଚଳାଚଳ ସଂପୂର୍ଣ୍ଣ ଠପ ହୋଇଯାଇଛି । ଉଭୟ ପାର୍ଶ୍ଵରେ ଶହ ଶହ ଗାଡି ମଟର ଠିଆ ହୋଇଥିବା ଜଣାପଡିଛି ।