Breaking News

୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଯୁବକଙ୍କର ମୃତ୍ୟୁ


ବରଗଡ଼ ---- ବରଗଡ଼ ଜିଲ୍ଲା  ଅତାବିରା ଥାନା ଅନ୍ତର୍ଗତ ଲରାସରା ପଞ୍ଚାୟତ କର୍ମୀ ଟିକ୍ରା ର ଗୌର ବେର୍ଣ୍ଣା ରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୪୨ବର୍ଷୀୟ ପୁସ୍ତମ ବିଶ୍ବାଳଙ୍କର ମୃତ୍ୟୁ ହୋଇଯାଇଛି । ପୁସ୍ତମଙ୍କୁ କିଛି ଟଙ୍କାର ପ୍ରଲୋଭନ ଦେଖାଇ ୧୧ କେଭି ଲାଇନ ଖୁଣ୍ଟକୁ ସିବା ରେଡ୍ଡୀ ନାମକ ଏକ ଚାଷୀ ଡାକି ଆଣି ଖୁଣ୍ଟକୁ ଚଢାଇ ଈଲେକ୍ଟ୍ରି କାମ କରାଉଥିଲେ । ସେ ସମୟରେ ବିଦ୍ୟୁତ ସରବରାହ ବନ୍ଦ ଥିବା ବେଳେ ପୁସ୍ତମ କାମ କରୁଥିଲେ । ସେ ସମୟରେ ସିବା ରେଡ୍ଡୀ ସେଠାରେ ଉପସ୍ଥିତ ଥିବା ଲୋକେ କହିଥିଲେ। ସୂଚନାଯୋଗ୍ୟ ଯେ,ପୁସ୍ତମ ବିଶାଳ ଖଇରପାଲି଼ରେ ତାଙ୍କର ଦୁଇପୁଅ  ଓ ତାଙ୍କ ପତ୍ନୀ ପଙ୍କଜିନି ଙ୍କୁ ଧରି ସୁଖେଦୁଃଖେ ଦିନ କାଟୁଥିଲେ। ପୁସ୍ତମ କୁ ଇଲେକ୍ଟ୍ରି ବିଭାଗର ଅତାବିରା ବିଦ୍ୟୁତ ବିଭାଗ ଅନ୍ତର୍ଗତ ଗୋଡ଼ଭଗା ସେକ୍ସନର ଖଇର ପାଲି ଏରିଆର ସୁଶାନ୍ତ ନାମକ ଜଣେ ଲାଇନ ମେନ ଙ୍କ ଜରିଆରେ ଇଲେକ୍ଟ୍ରିକାଲ କାମ କରୁଥିଲେ । ଲୋକଙ୍କ କହିବା ଅନୁଯାୟୀ ସିବାରେଡ୍ଡୀ ଏହି ଲାଇନ ନଥିବାର ଜାଣି ପୁସ୍ତମ କୁ ଡାକି କାମ କରାଉଥିଲା। ସେଇ ସମୟରେ ବିଦ୍ୟୁତ ସରବରାହ ହୋଇଥିଲା । ପୁସ୍ତମର ବାମ ହାତର ବୃଦ୍ଧା ଆଙ୍ଗୁଠି ତାରରେ ଲାଗିବା ଯୋଗୁଁ ପୁସ୍ତମ ଖୁଣ୍ଟରୁ ତଳେ ପଡି ଛଟପଟ ହୋଇ ମରିଗଲା ବୋଲି ଲୋକମାନେ କହନ୍ତି । ତେବେ ଏନେଇ ଅଂଚଳରେ ଆଖପାଖ ଲୋକେ ଘଟଣା ସ୍ଥଳକୁ ପହଂଚି ଉତ୍ତେଜନା ସୃଷ୍ଟି ହୋଇଥିଲା। ବେଳେ ଅତାବିରା ପୋଲିସ କୁ ଖବର ଦେବା ସହ ବିଦ୍ୟୁତ  ବିଭାଗକୁ ମଧ୍ୟ ଖବର ଦିଆ ଯାଇଥିଲା। ହେଲେ କିଛି ସମୟପରେ ଅତାବିରା ପୋଲିସ ଆସି ପହଂଛି ତାର ତଦନ୍ତ ଆରମ୍ଭ କରି ଥିବା ବେଳେ ବିଦ୍ୟୁତ ବିଭାଗର କାହାରି ଦେଖା ନଥିଲା । ବରଗଡ଼ଜିଲ୍ଲା ଅତାବିରା ବିଦ୍ୟୁତ ବିଭାଗର ଦୁର୍ନୀତି ତଥା ଅନିୟମିତତା ଯୋଗୁଁ ଆଜି ଖଇରପାଲିର ପୁସ୍ତମ ବିଶାଳ ର ଜୀବନ ଗଲା ବୋଲି ଲୋକମାନେ ଅଭିଯୋଗ କରିଛନ୍ତି । ସୂଚନାଯୋଗ୍ୟ ଯେ ବିଦ୍ୟୁତ ବିଭାଗ ଷ୍ଟାପ ଅଭାବ ତଥା ଲାଇନ ମେନ ମାନଙ୍କ ଅବହେଳା ଯୋଗୁଁ ଗାଁଗଣ୍ଡାର ପ୍ରାଇଭେଟ ଲୋକଙ୍କୁ କିଛିଟା ଟଙ୍କାର ପ୍ରଲୋଭନ ଦେଖାଇ କାମରେ ନିଯୁକ୍ତି କରୁଛନ୍ତି। ସେ ଯୋଗୁଁ ନିରୀହ ଲୋକଙ୍କ ଜନ ଜୀବନ ନଷ୍ଟ ହେଉଛି।ସେହିପରି ଆଜି ବିଦ୍ୟୁତ ବିଭାଗ ଅନ୍ତର୍ଗତ ଗୋଡ଼ଭଗା ସେକ୍ସନ ଏରିଆର ଖଇରପାଲି କର୍ମୀଟିକ୍ରା ଗୌର ବେର୍ଣ୍ଣା ସିବାରେଡ୍ଡୀଙ୍କ ଜମି ଉପରେ ତଥା ସିବାରେଡି ଚାଷକରୁଥିବା ଜମି ତଥା ଏଲ ଆଇ ପଏଣ୍ଟ କୁଯାଇ ଥିବା ୧୧କେଭି ଲାଇନ୍ ର ଫ୍ୟୁଜ ବାନ୍ଧିବା ପାଇଁ ସିବାରେଡ୍ଡୀ ଗୋଡ଼ଭଗା ସେକ୍ସନର ଲାଇନ ମେନ ସୁଶାନ୍ତ ପଧାନଙ୍କୁ କହିଥିବାବେଳେ ଉପର ବେଳା କରିଦେବା କହିଥିବାର କହିଥିଲେ  । ସେଇ ଜମିକୁ ଚାଷ କରୁଥିବା ଶ୍ୟାମ ଭାଲୁପତ୍ରାର ଚାଷୀ ସ୍ଥାନୀୟ ପ୍ରାଇଭେଟ ଛୋଟ ମୋଟ କାମ ଗାଁ ଗଣ୍ଡାରେ କରୁଥିବା ଖଇରପାଲିର ପୁସ୍ତମ ବିଶାଳ(୪୨)କୁ ଡାକି୧୧କେଭି ଖୁଣ୍ଟକୁ ଚଡି ଫ୍ୟୁଜ ବାନ୍ଧିବା ପାଇଁ କହିଥିଲା।ପୁସ୍ତମ କିଛି ପଇସା ଲାଳସାରେ ବିଦ୍ୟୁତ ସରବରାହ ବନ୍ଦ ଥିବାବେଳେ ଫ୍ୟୁଜ ବାନ୍ଧିବାକୁ  ଖୁଣ୍ଟକୁ ଚଡି ଫ୍ୟୁଜ ବାନ୍ଧୁଥିବା ବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ମୃତ୍ୟୁ ।ପୁସ୍ତମ୍ ର ଅବସ୍ଥା ଦେଖି ସେଇଠାରୁ ପୁସ୍ତମ କୁ ଡାକି ନେଇଥିବା ଶ୍ୟାମ ସେଠାରୁ ଫେରାର ହୋଇ ଯାଇଥିଲା । ଆଖପାଖ ବିଲ ବାଡ଼ିରେ କାମ କରୁଥିବା ତଥା ଗାଈ ଚରାଉ ଥିବା ଲୋକମାନେ ଜାଣିପାରି ଗାଁ ଲୋକ ତଥା ସ୍ଥାନୀୟ ଲରାସରା ପଞ୍ଚାୟତ ସରପଞ୍ଚ ରଂଜୀତ ପଧାନ,ସମିତି ସଭ୍ୟ ଓ ଗାଁର ଭଦ୍ରବ୍ୟକ୍ତି ମାନଙ୍କୁ ଡାକିଥିଲେ।ସେମାନେ ଘଟଣା ସ୍ଥଳ କୁ ପହଂଛି ଅତାବିରା ଥାନା ତଥା ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ। ଗାଁର ଭଦ୍ରବ୍ୟକ୍ତି ଓ ପରିବାର ଲୋକେ ଜମି ମାଲିକ ସିବାରେଡ୍ଡୀ,ଜମି ଚାଷ କରୁଥିବା ଭାଲୁପତ୍ରା ଶ୍ୟାମ କୁ ଡକାଇ ମୁତ ବ୍ୟକ୍ତି କ୍ଷତିପୁରଣ ବାବଦକୁ ୫ ଲକ୍ଷ ଟଙ୍କା ଦାବି କରିଥିଲେ।ସମସ୍ତଙ୍କ ସହମତି ଅନୁଯାୟୀ ୩ଲକ୍ଷ ୨୦ ହଜାର ଟଙ୍କା ଦେବା ପାଇଁ ଗାଁଲୋକଙ୍କ ସାମ୍ନାରେ  ରାଜି ହୋଇଥିଲେ ।  ମୃତ ବ୍ୟକ୍ତିର କାମ କାର୍ଯ୍ୟ ବାବଦକୁ ୨ ଦିନ ଭିତରେ ଦେବା ସହ ଦଶଦିନ ମଧ୍ୟରେ କ୍ଷତିପୂରଣ ଦେବାପାଇଁ ରାଜି ହୋଇଥିଲେ।ହେଲେ ଏମିତି ବିଦ୍ୟୁତ ବିଭାଗର ଅବହେଳା ଯୋଗୁଁ ବିଗତ ଦିନରେ ମଧ୍ୟ ଅନେକ ଜନ ଜୀବନ ନଷ୍ଟ ହେଇଥିବାର ଅଞ୍ଚଳରେ ନଜିର ରହିଛି।ଏବେ ବି ଅନେକ ସ୍ଥାନରେ ମୁଣ୍ଡ ଉପରେ ତାର ଝୁଲୁଛି,ଖୁଣ୍ଟ ମାନ ଅଣେଇ ହୋଇ ବିପଦ ସଂକୁଳ ଅବସ୍ଥାରେ ରହିଛି ତା ଆଉ ଅନେକ ଜାଗାରେ ଖୁଣ୍ଟର ଟଣକା ଗଛ ଦେହରେ ବାନ୍ଦି ଦିଆଯାଇଛି।ତେବେ ବିଗତ ଦିନରେ ଏପରି ଅନିୟମିତତା ଓ ବାରମ୍ବାର ଅଂଚଳରେ ବିଦ୍ୟୁତ ଜନିତ ଦୁର୍ଘଟଣା ଗୁଡିକୁ ଦେଖି ଅନେକ ଥର ଅଭିଯୋଗ  ହୋଇଛି ।  ଲାଇନମେନ ଠାରୁ ଆରମ୍ଭ କରି ଅତାବିରା ଏସ୍ଡ଼ିଓ ,ଜେଇ,ଏକଜୁକେଟିବ ବରଗଡ଼ ବୁର୍ଲା ସିଓ,ଏଓ ସମସ୍ତଙ୍କୁ ଜଣା ଯାଇଥିଲା ହେଲେ ବିଦୂତ ବିଭାଗ ସବୁ ଜାଣି ଶୁଣି ଚେଇଁ ଶୋଇ ଥିବାର ଲୋକେ କହନ୍ତି।ଏନେଇ ତୁରନ୍ତ ସରକାର ଦୃଷ୍ଟିଦେଇ ବିଦୂତ ବିଭାଗ ପ୍ରତି ଦୃଢ ପଦକ୍ଷେପ ନେବା ପାଇଁ ଜନ ସାଧାରଣାରେ ଦାବି ହେଉଛି।
ବରଗଡ଼ରୁ ଜିଲ୍ଲା ପ୍ରତିନିଧି ନବୀନ ଦାଶଙ୍କ ରିପୋଟ

Blog Archive

Popular Posts