ବାଲିପାଟଣା------- ଓଲଟପୁର ଥାନା ଅନ୍ତର୍ଗତ କଣ୍ଟାପଡା ଗ୍ରାମରେ ଜଣେ ବିବାହିତ ମହିଳାଙ୍କର ଝୁଲନ୍ତା ଶବ ଓଲଟପୁର ପୋଲିସ ଜବତ କରିଛି । କଟକ ବିଡାନାସୀ ଗ୍ରାମର ଦିଲ୍ଲୀପ କୁମାର ବେହେରାଙ୍କ ଝୀଅ ଝରଣା କଣ୍ଟାପଡା ଗ୍ରାମର ଦେବେଦ୍ନ୍ର ନାଥ ବେହେରାଙ୍କ ପୁଅ ଜୟନ୍ତ କୁମାର ବେହେରାଙ୍କୁ ହିନ୍ଦୁ ନିୟମ ଅନୁଯାୟୀ ବିଭାହୋଇଥିଲେ । ଗୁରୁବାର ଦିନ ଘରେ ଥିବା ସିଲିଙ୍ଗି ଫ୍ଯାନରେ ଝରଣାର ଶବ ଓହଳି ଥିବା ଦେଖିବାକୁ ମିଳିଥିଲା । ଏହା ଦେଖି ଝରଣାର ବାପା ଦେବେନ୍ଦ୍ର ଓଲଟପୁର ଥାନାରେ ତାଙ୍କ ଝିଅକୁ ମାରି ଦିଆଯାଇଛି ବୋଲି ଅଭିଯୋଗ କରିଛନ୍ତି । ଅଭିଯୋଗକୁ ଭିତ୍ତିକରି ଓଲଟପୁର ପୋଲିସ ଝରଣାର ସ୍ବାମୀ ଜୟନ୍ତ ଙ୍କ ସହ ତାଙ୍କ ମା ଓ ଭଉଣିକୁ ପୋଲିସ ଥାନାରେ ଅଟକ ରଖି ପଚରା ଉଚରା କରୁଥିବା ଜଣାପଡିଛି ।
ଧୀରେନ୍ଦ୍ର ସେନାପତି