Breaking News

ଚୋରା ମଦ କାରବାର ରୋକିବା ପାଇଁ ଅଣ୍ଟା ଭିଡିଲେ ମହିଳା ଗୋଷ୍ଠୀ


ବରଗଡ--- ବରଗଡ ଜିଲ୍ଲାର ଅମ୍ବାଭୋନା ଥାନା ଅନ୍ତର୍ଗତ ଗଣ୍ଠିଆପାଲି ଗ୍ରାମରେ ଚୋରା ମଦ କାରବାର ଦିନକୁ ଦିନ ବଡିବାରେ ଲାଗିଛି । ଯାହାକୁ ନେଇ ପରିବାର ଓ ଗ୍ରାମରେ ଅଶାନ୍ତି ଦେଖାଯାଇଛି । ବିଶେଷ କରି ମହିଳା ମାନେ ଏହି ମଦ ଯୋଗୁ ଅତିଷ୍ଟ ହୋଇ ପଡିଛନ୍ତି । ଶେଷରେ ଗ୍ରାମରେ ଥିବା ୧୦ଟି ମହିଳା ସ୍ୱୟାଂ ସହାୟକ ଗୋଷ୍ଠୀ ଏକ ମିଳିତ ବୈଠକ କରି ମଦ ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି । ଗ୍ରାମରୁ  ଚୋରା ମଦ କାରବାର ସମ୍ପର୍ଣ୍ଣ ବନ୍ଦ କରିବା ପାଇଁ ଜିଲ୍ଲାପାଳଙ୍କୁ ଲିଖିତ ଦାବୀ ଜଣାଇବା ପାଇଁ ଯାଇଥିଲେ  । ମାତ୍ର ଜିଲ୍ଲପାଳ ନ ଥିବାରୁ  ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ କୃତୀବାସ ରାଉତଙ୍କୁ ମହିଳା ମାନେ ସ୍ମାରକ ପତ୍ର ଦେଇଛନ୍ତି  । ଏହାକୁ ନେଇ ଏବେ ଚୋରା ମଦ କାରବାର କରୁଥିବା ବ୍ୟବସାୟୀ ମାନେ ଛନକା ହୋଇଯାଇଛନ୍ତି ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ

Blog Archive

Popular Posts