Breaking News

ସାନ ଭାଇକୁ କାତିରେ ହାଣିକି ହତ୍ୟା ; ବଡ଼ଭାଇ ଫେରାର


  ବରଗଡ଼ ----- ଅତାବିରାବ୍ଲକ ଟାଙ୍ଗରପାଲି ପଞ୍ଚାୟତ ରୁଝେନମାଲ ନିକଟସ୍ଥ ତଳିକଣ୍ଟା ଗାଁରେ ଘଟିଯାଇଛି ଏକ ଅଭାବନୀୟ ଘଟଣା ।  ଗତକାଲି ଅପରାହ୍ନ ପ୍ରାୟ ୩ ଟା୪୦ ମିନିଟ ସମୟରେ ବଡ଼ଭାଇ ଫକୀର ଲାକ୍ରା(୩୭)ସାନଭାଇ କାତି ଲେକ୍ରା(୩୫ )କୁ କୈାଣସି କାରଣକୁ ନେଇ ଏକ  ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା । ପରେ ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଉକ୍ତ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇପଡିଛି। ସୁଚନା ଯୋଗ୍ୟ ଯେ ସାନ ପୁଅ  କାତି   ପାଖରେ ରହୁଥିବା ମା ଫୁଲକୀ ଲାକ୍ରା ପାଟିତୁଣ୍ଡ ଶୁଣି ପଦାକୁ ବାହାରି ଦେଖିଲା ବେଳକୁ ରକ୍ତାକ୍ତ ଅବସ୍ଥାରେ ପଡିରହିଥିଲା ସାନପୁଅ କାତି ଲାକ୍ରା।  ଘଟଣା ସ୍ଥଳରେ ମା ପହଞ୍ଚି ଯିବାରୁ ବଡ ପୁଅ ଫକୀର ଫେରାର ହୋଇଯାଇଥିଲା।ଏହାପରେ ଆଦିବାସୀ ଅଧ୍ୟୁଷିତ ଗାଁର ଲୋକେ ନିଜ କାମଧନ୍ଦା ସାରି ଘରକୁ ଫେରୁଥିବା ବେଳେ ବୁଢ଼ୀ ମା ର କାନ୍ଦଣା ଶୁଣି ସେଠାରେ ଜମା ହୋଇଥିଲେ । ବୁଢ଼ୀ ମା କହିଥିଲା ବଡ଼ପୁଅ ଫକୀର ସାନପୁଅ  କାତି କୁ ମାରି ଦେଇ କୁଆଡେ ପଳାଇଯାଇଛି। ତାପରେ ଗାଁଲୋକେ ସଙ୍ଗେ ସଙ୍ଗେ ଫେରାର ଫକୀରକୁ ଖୋଜାଖୋଜି କରିବା ସହ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଅତାବିରା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ଏକ କେସ ରୁଜ କରିଛନ୍ତି । ଶବ ବ୍ୟବଚ୍ଛେଦ ପାଇଁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଛି । ସୁଚନାଯୋଗ୍ୟ ଯେ ପାଖ ଗ୍ରାମରେ ଦେଶି ମଦ ପିଇବାକୁ ଦୁଇ ଭାଇ ବାପା ମିଶିକି ଯାଇଥିଲେ ।  ସେଠାରୁ ମଦ ପିଇ  ଫେରିବା ବାଟରେ କୈାଣସି କାରଣରୁ ନେଇ ଦୁଇ ଭାଇଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାକୁ ନେଇ ହତ୍ୟାକାଣ୍ଡ ହୋଇ ଥିବା ଜଣାପଡିଛି ।
 ନବୀନ ଦାଶଙ୍କ ରିପୋର୍ଟ

Blog Archive

Popular Posts