ଆର ଡି ରାସ୍ତା ଦୁର୍ନୀତି ରେକିବା ପାଇଁ ଜାରି ହେଲା ଟୋଲଫି ନମ୍ବର
ଭୁବନେଶ୍ୱର--- ସାରା ରାଜ୍ୟରେ ପ୍ରଧାନ ମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା କିଛି ଅସାଧୁ ଠିକାଦାର ଓ ବିଭଗୀୟ କର୍ମଚାରୀ ମାନଙ୍କ ଯୋଗୁ ଆଜି ଦୁର୍ନୀତି ସଡକ ଯୋଜନା ପାଲଟି ଯାଇଛି ବୋଲି ବେଶ ପରିଚିତ । ଏ ସମ୍ପର୍କରେ ବିଧାନସଭାରେ ପୂର୍ବତନ କୃଷି ମନ୍ତ୍ରୀ ପ୍ରସୀପ ମହାରଥୀ ଦର୍ଶାଇଥିଲେ ଯେ ଶୁଭ ଦେବାର ୮ ମାସ ପରେ ବି କାମ ହୋଉନାହିଁ ବୋଲି ଅଭିଯୋଗ ଉଠାଇଥିଲେ । ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶୁସାନ୍ତ ସିଂ ରାସ୍ତା ଦୁର୍ନୀତି ରୋକିବା ପାଇଁ ନୂତନ ଆଇନ ପ୍ରଣୟନ କରିଛନ୍ତି । ୯୪୩୭୦୩୪୩୨୧ ନମ୍ବରକୁ ଫୋନ କରି ଅଭିଯୋଗ ଜଣାଇଲେ ସାତଦିନ ମଧ୍ୟରେ ସ୍ୱତନ୍ତ୍ର ଭାବେ ତଦନ୍ତ କରାଯିବ ବୋଲି ଜଣାପଡିଛି ।