କଲକତି ଦଳ ଯୋଗୁ ଏକ ହଜାର ହେକ୍ଟର ଧାନ ଜମି ନଷ୍ଟ ହେବାନେଇ ଆଶଙ୍କା
ସାକ୍ଷୀଗୋପାଳ-- ସତ୍ୟବାଦୀରେ ମୌସୁମୀ ବର୍ଷା ଆରମ୍ଭ ହୋଇଯାଇଛି । ତା ସାଙ୍ଗକୁ ଲଘୁଚାପ ଜନିତ ବର୍ଷା । ଯାହା ଫଳରେକି ରନ୍ନଚିରା ଖଲାସୀ ରେ କଲକତି ଦଳ ଏବେ ପାଣି ନିଷ୍କାସନରେ ଘୋର ବାଧା ସୃଷ୍ଟି ହେବା ନେଇ ଚାଷୀ ମାନେ ଆଶଙ୍କା କରିଛନ୍ତି । ଖଲାସିରେ ଯେଉଁଆଡେ ଦେଖିବ ସିଆଡେ ଚଳିତ ବାତ୍ୟାରେ ଭାଙ୍ଗିପଡିଥିବା ନଡିଆ, ଆମ୍ବ, ପଣସ, ଚାକୁଣ୍ଡା ଆଦି ଗଛ ସେହିପରି ପଡି ରହିଛି । ଗଛ ଗୁଡିକ ପାଣି ଆସିଲେ ଦଳ ନିଷ୍କସନରେ ବାଧା ସୃଷ୍ଟି ହେବ । ଦୁଇଦିନ ହୋଇଗଲା ସତ୍ୟବାଦୀରେ ବର୍ଷା ଆରମ୍ଭ ହୋଇଯାଇଛି । ଲୋକମାନେ ଖରା ଗରମରୁ ଆଶ୍ୱସ୍ତ ଅନୁଭବ କରିଛନ୍ତି । ସେହିପିର ଚାଷୀ ମାନେ ବିଲ କାହୁଅ କରିବା ସହ ତଳିପକା ଠାରୁ ବିଭିନ୍ନ ଚାଷ କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି । ଯଦି ବର୍ଷା ଲଗାତର ବା ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ ତା ହେଲେ ରନ୍ନଚିରା ଖଲାସିରେ ପାଣି ନିଷ୍କାସନ ହୋଇ ପାରିବ ନାହିଁ । ଯାହା ଫଳରେକି ସତ୍ୟବାଦୀ ବ୍ଳକର ବୀରରାମଚନ୍ଦ୍ରପୁର, କାଦୁଆ, ପେଣ୍ଠପଡା, ଜୟପୁର, ଶୀରାମଚନ୍ଦ୍ରପୁର, ବିଶ୍ୱନାଥପୁର ଆଦି ଗ୍ରାମ ପଞ୍ଚାୟତର ପ୍ରାୟ ଏକ ହଜାର ଧାନ ଜମି ନଷ୍ଟ ହେବାର ଆଶଙ୍କା କରାଯାଇଛି । ଯେଉଁପରି ଖଲାସିରେ କଲକତି ଦଳ ପୂର୍ଣ୍ଣ ହୋଇ ରହିଛି ତାହା ଚାଷୀ ମାନଙ୍କର ମୁଣ୍ଡବିନ୍ଦାର କାରଣ ହୋଇଛି । ସେହିପରି ଖଲାସୀର ଉଭୟ ପାଶ୍ୱର୍ରେ ଥିବା ଗ୍ରାମ ମାନଙ୍କରେ ଏବେ ମଶା ମାନଙ୍କ ଯୋଗୁ ଜ୍ୱର, ଥଣ୍ଡା ଆଦି ବିଭିନ୍ନ ରୋଗ ଆରମ୍ଭ ହୋଇଯାଇଛି । ସନ୍ଧ୍ୟା ହେଲେ ଘର ପିଣ୍ଡାରେ ବସି ହୋଉନାହିଁ । କଲକତି ଦଳ ଯୋଗୁ ମଶା ଏତେ ପରିମାଣର ହୋଇଯାଇଛନ୍ତି ଯେ ବିନା ମଶାରୀ ବା ଅଗରବତୀରେ ଘରେ ବସିବା କଷ୍ଟକର ହୋଇପଡିଛି । ତୁରନ୍ତ ଏ ଦିଗ ପ୍ରତି ସ୍ଥାନୀୟ ବିଧାୟକ ନଜର ଦେବାକୁ ଚାଷୀ ମାନେ ଦାବି କରିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି