Breaking News

ବର୍ଷାପାଇଁ ଲାଉମୁଣ୍ଡାରେ ଇନ୍ଦ୍ରପୁଜା


 ବରଗଡ----- ବରଗଡ଼ଜିଲ୍ଲା ବିଜେପୁର ବ୍ଲକ ଲାଉମୁଣ୍ଡାରେ ଗ୍ରାମବାସୀଙ୍କର ମିଳିତ ଉଦ୍ୟମରେ ବର୍ଷା ପାଇଁ ଇନ୍ଦ୍ରପୁଜା ହୋଇଯାଇଅଛି।ସୂଚନାଯୋଗ୍ୟ ଯେ ଦୀର୍ଘବର୍ଷରୁ ଏହି ପୂଜା କରି ଆସୁଥିବା କହନ୍ତି ।  ଗାଁର ଜଣେ ଯୁବକ କାହ୍ନା ୨୬ ବର୍ଷ ଆଜି ପାହାନ୍ତିଆ ରୁ  ଖଳିଆମୁଡ଼ାର ଦୁର୍ଗା ଗୁଡି ନିକଟରେଥିବା ଅଶ୍ୱତ୍ଥ ବୃକ୍ଷମୂଳେ ଜପ ଆରମ୍ଭ କରିଥିଲେ ।   ଗ୍ରାମବାସୀ ଗାଁ ର ଜଗନାଥ ମନ୍ଦିରରୁ ସନ୍ଧ୍ୟା ୬ଟାରେ ସଂକୀର୍ତ୍ତନ ଶୋଭାଯାତ୍ରାରେ ବାହାରି  ବୃକ୍ଷମୂଳେ ଜପ କରୁଥିବା କାହ୍ନା ବାବାଙ୍କୁ ପାଛୋଟି ଆଣିଥିଲେ ।  ଜଗନ୍ନାଥ ମନ୍ଦିରରେ ହୋମ ଯଜ୍ଞ ସହ ଇନ୍ଦ୍ର ଦେବଙ୍କୁ ବିଧି ପୂର୍ବକ ପୂଜାର୍ଚ୍ଚନା କରାଯାଇଥିଲା ।  ବର୍ଷା ଅଭାବରୁ ବିଲବାଡ଼ିର ମାଟି ଫାଟି ଆଁ କରିଛି । ବର୍ଷାର ଆଶଙ୍କା ଦେଖାଯାଉ ନ ଥିବାବେଳେ ଇନ୍ଦ୍ର ଦେବଙ୍କ ପାଇଁ ପୂଜା  କରାଯାଇଥିଲା । ବାବାଙ୍କ ସୁରକ୍ଷା ପାଇଁ ଗାଁର ଦୁଇଜଣ  ବୟେଜ୍ୟେଷ୍ଠ ବ୍ୟକ୍ତି ରଘୁ ପଧାନ ଓ ଲାଲ ପୋଢ଼ ବାବାଙ୍କ ଜପ ତଥା ପୂଜାର୍ଚ୍ଚନାରେ ଯେମିତି ବିଘ୍ନ ନହେବ ଜପ ସରିବା ପର୍ଯନ୍ତ ସେଠାରେ ପହରା ଦେଇଥିଲେ।ସେହିପରି କାହ୍ନା ବାବା ମାଲିପଡା ର ବାସିନ୍ଦା ହୋଇଥିବାବେଳେ ସେ ଏବେ ଲାଉମୁଣ୍ଡା ସରସ୍ୱତୀଶିଶୁ ବିଦ୍ୟାମନ୍ଦିରରେ ଆଚାର୍ଯ୍ୟ ଭାବରେ କାର୍ଯ୍ୟ ତୁଲାଉଥିବାର ଜଣାଯାଇଛି।
 ବରଗଡ଼ରୁ ନବୀନ ଦାଶ

Blog Archive

Popular Posts