ଜିଲ୍ଲା କୃଷି କାର୍ଯ୍ୟାଳୟରେ ଶୌଚାଳୟ ଅଛି ପାଣି ନାହିଁ ; ମହିଳା କର୍ମଚାରୀ ଓମହିଳା ଚାଷୀ ନାହିଁ ନଥିବା ଅସୁବିଧା ଭୋଗୁଛନ୍ତି
ସାକ୍ଷୀଗୋପାଳ ---- ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ମାର୍ବଲ ପକାଇ ସରକାରୀ କାର୍ଯ୍ୟାଳୟ କରୁଛନ୍ତି ମାତ୍ର ପାଣିର ସୁବିଧା ରଖିନାହାନ୍ତି । ଏପରିକି ଶୌଚାଳୟ ରହିଛି ପାଣି ଟ୍ୟାପ ଲାଗିଛି, ଟାଙ୍କି ରହିଛି ମାତ୍ର ପାଣି ଯୋଗାଣ ର ସୁବିଧା ନାହିଁ । କିପରି ଏହି ପ୍ରକଳ୍ପକୁ ସରକାରୀ ସ୍ତରରେ ମଞ୍ଚୁର କରାଗଲା ତାହା ଏବେ ଆଶ୍ଚର୍ଯ୍ୟ ଲାଗୁଛି । ମହିଳା କର୍ମଚାରୀ ମାନେ ପରିଶ୍ରା ଲାଗିଲେ ଶେଷରେ ନିରୁପାୟ ହୋଇ ଗଛମୂଳର ଆଶ୍ରୟ ନେଉଥିବାର ଜଣାପଡିଛି । ଏହାଠାରୁ ବଡ ଲଜ୍ଜାକର ଘଟଣା ବୋଧେ କିଛି ନଥିବ ପୁରୀ ଜିଲ୍ଲାରେ । ସୁଚନା ଯୋଗ୍ୟ ଯେ ସାକ୍ଷୀଗୋପାଳ ଜିଲ୍ଲା କୃଷି କାର୍ଯ୍ୟାଳୟ ଆରମ୍ଭ ହେବାର ଦୁଇବର୍ଷ ହୋଇଗଲାଣି ମାତ୍ର ପାଣିର ସୁବିଧା କରାଯାଇନାହିଁ । ଯାହା ଫଳରେକି ଚାଷୀଙ୍କ ଠାରୁ ଆରମ୍ଭ କରି କର୍ମଚାରୀ ମାନେ ପାଣି ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହୋଉଥିବାର ଅଭିଯୋଗ ହୋଉଛି । କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରିଚାଲିଛନ୍ତି । ଏହାର ସଫଳ ରୂପାୟନ ପାଇଁ ସାକ୍ଷୀଗୋପାଳ ବ୍ଳକ ଛକ ନିକଟରେ ଥିବା କୃଷି ଫାର୍ମ ପରିସରରେ ଜିଲ୍ଲା କୃଷି କାର୍ଯ୍ୟାଳୟ ସ୍ଥାପନ କରାଯାଇଥିଲା । ଚାଷୀ ମାନଙ୍କର ବିଭିନ୍ନ କଲ୍ୟାଣ ମୂଳକ କାର୍ଯ୍ୟ ଏଠାରେ କର୍ମଚାରୀଙ୍କ ସହଯୋଗରେ କରାଯାଇଥାଏ । କୃଷି ବିଭାଗ ପକ୍ଷରୁ ଏଠାରେ ବହୁ କୋଟି ଟଙ୍କା ବିନିଯୋଗରେ ଏକ କାର୍ଯ୍ୟାଳୟ ଗୃହ ନିର୍ମାଣ କରାଯାଇଥିଲା । ଏହି କାର୍ଯ୍ୟାଳୟକୁ ପୂର୍ବତନ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ , ସାଂସଦ ପିନାକୀ ମିଶ୍ର , ବିଧାୟକ ଉମାକାନ୍ତ ସାମନ୍ତରାୟ ଓ ଉପକୃଷି ନିର୍ଦ୍ଦେଶକ ଏସ. ଚନ୍ଦ୍ରଶେଖର ରାଓ ପ୍ରମୁଖ ୨୦୧୬ ମସିହା ଅଗଷ୍ଟ ୯ ତାରିଖରେ କାର୍ଯ୍ୟାଳୟକୁ ଶୁଭଉଦ୍ ଘାଟନ କରିଥିଲେ । ଆଶ୍ଚର୍ଯ୍ୟର ବିସୟ ଅଫିସ କାର୍ଯ୍ୟାଳୟ ସହିତ ଶୌଚାଳୟ ସଂଯୋଗ ରହିଛି । ଶୌଚାଳୟ ରେ ପାଣିର ଟ୍ୟାପ, ବେସିନି ସମସ୍ତ ସୁବିଧା କରାଯାଇଥିଲେ ମଧ୍ୟ ପାଣି ଯୋଗାଣର ବନ୍ଦୋବସ୍ଥ କାରାଯାଇନାହିଁ । ଯାହାଦ୍ୱାରାକି ଅଫିସର ଓ କର୍ମଚାରୀ ମାନେ ଏବଂ ସେଠାକୁ ଆସୁଥିବା ମହିଳା ଓ ପୁରୁଷ ଚାଷୀ ମାନେ ସାମାନ୍ୟ ପରିଶ୍ରା ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହୋଉଥିବାର ଅଭିଯୋଗ ମାନ ହୋଉଛି । ଏ ସମ୍ପର୍କରେ ଜିଲ୍ଲା କୃଷି ଅଧିକାରୀ ଅଜୟ କୁମାର ବେହେରାଙ୍କୁ ପଚାରିବାରୁ ସେ କହନ୍ତି କାର୍ଯ୍ୟାଳୟରେ ପାଣିର ଅଭାବ ରହିଛି ଯାହା ଫଳରେକି ମହିଳା କର୍ମଚାରୀ ଓ ମହିଳା ଚାଷୀ ମାନେ ଶøଚାଳୟ ପାଇଁ ଘୋର ଅସୁବିଧାର ସମ୍ମୁଖୀନ ହୋଉଥିବା କଥାକୁ ସେ ସ୍ୱିକାର କରିଛନ୍ତି । ତୁରନ୍ତ ଜିଲ୍ଲାପାଳ ଏ ଦିଗପ୍ରତି ନଜର ଦେବାକୁ ସତ୍ୟବାଦୀର ବିଭିନ୍ନ ଚାଷୀ ସଂଗଠନ ପକ୍ଷରୁ ଦାବି ହେଉଛି ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି