ତେଇଶିପୁର ହନୁମାନ ମନ୍ଦିରରୁ ବିରଳ ପେଚା ଉଦ୍ଧାର
ପିପିଲି --- ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥନଂ-୩୧୬ର ତେଇଶିପୁର ବଜାର ନିକଟରେ ଥିବା ମା ବିନ୍ଧ୍ୟବାସିନୀ ମନ୍ଦିର ପାକରେ ଥିବା ମହାବୀର ମନ୍ଦିର ପରିସରରେ ଶୁକ୍ରବାର ସଂଧ୍ୟାରେ ଏକ ବିରଳ ପେଚା ଦେଖିବାକୁ ମିଳିଥିଲା । ଏହା ଜଣାପଡିବା ପରେ ସେଠାରେ ଲୋକଙ୍କର ଭିଡ ଜମିଥିଲା । ସଂଧ୍ୟାରେ ପେଚାଟି କୌଣସି କାରଣରୁ ମନ୍ଦିର ଭିତରକୁ ପଶିଯାଇଥିବା ଅନୁମାନ କରାଯାଉଛି । କେତେକ କୁକୁର ମାନଙ୍କ ଭୟରେ ମନ୍ଦିର ଭିତରକୁ ପେଚାଟି ପଶି ଆସିଥିବା କିଛି ଲୋକମାନେ କହନ୍ତି । ଜଙ୍ଗଲ ବିଭାଗକୁ ଏ ସମ୍ପର୍କରେ ଜଣାଇ ଦିଆଯାଇଥିବା ଜଣାପଡିଛି ।
ପିପିଲିରୁ ବିଜୟ ମହାପାତ୍ର
ପିପିଲିରୁ ବିଜୟ ମହାପାତ୍ର