ପିପିଲି ବ୍ଳକରେ ଧାଡିରୁଆ ଧାନଚାଷ ର ଶୁଭାରମ୍ଭ
ପିପିଲି-ପିପିଲି ବ୍ଲକରେ ୮ଟି ପଞ୍ଚାୟତକୁ କୃଷି ବିଭାଗ ପକ୍ଷରୁ ଧାଡିରୁଆ ଧାନଚାଷ ଯୋଜନାରେ ସାମିଲ କରାଯାଇଛି । ଓରକଳ, ପାଣିଦୋଳ ,ଗୋବୋନ୍ଦପୁର
,ହାଟସାହି ଜଗନ୍ନାଥପୁର,ସହଜପୁର ଓ ତେଇସିପୁର ପଞ୍ଚ।।ୟତ ସାମିଲ ରହିଛି । ତେଇସିପୁର ପଞ୍ଚାୟତର ପୋଡଙ୍ଗ ଠାରେ ଚାଷୀ ଓ କୃଷି ବିଭାଗର ଅଧିକାରୀ ମାନଙ୍କ ଦ୍ୱାରା ପ୍ରଥମ କରି ଧାଡିରୁଆ ଧାନଚାଷ ପ୍ରଦର୍ଶନ କରାଯାଇଛି । ପିପିଲି ବ୍ଳକର ଆତ୍ମାର ଅଧକ୍ଷ ଧରଣିଧର ସାହୁ ଙ୍କ ଜମିରେ ଏହି ଧାଡିରୁଆ ଧାନଚାଷର ଶୁଭାରମ୍ଭ କରାଯାଇଛି । ଏହି କାର୍ଯ୍ୟକ୍ରମରେ କୃଷି ବିଭାଗ ପିପିଲି ବ୍ଲକ ବିଟିଏମ୍ ଉମାକାନ୍ତ ଦଳାଇ,ଏଟିଏମ ପିତାମ୍ବର ବାରିକ,ଗ୍ରାମ୍ୟ କୃଷି କର୍ମଚାରି ମାନସ ରଂଜନ ପ୍ରଧାନ ଓ କୃଷକ ସାଥୀ କାଳନ୍ଦୀ ଚରଣ ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ । ପୁର୍ବଭାରତ ସବୁଜବିଳ୍ପବ ଆନୁକୁଲ୍ୟରେଏହି ଯୋଜନାରେ କୃଷକ ମାନଙ୍କୁ ଏକ ଏକର ପ୍ରତି ୧୬ କିଗ୍ରା ସ୍ୱର୍ଣ୍ଣ ସବ ଧାନ ବିହନ ଧନିଚା,ଘାସମରା ଔଷଧ ଓ ଆବଶ୍ୟକୀୟ କୀଟନାଶକ ଯୋଗାଇ ଦିଆ ଯାଉଥିବା ଏହି ଯୋଜନାରେ ବ୍ୟବସ୍ଥା ରହିଛି ।ଏହି ପଦ୍ଧତିରେ ଧାଡିରୁଆ ଧାନ ଚାଷ କରିବା ଦ୍ୱାରା ରୋଗ ପୋକ କମ ଲାଗିଥାଏ । ଏବଂ ଚାଷି ଧାନ ଚାଷରେ ବେଶ ଲାଭବାନ ହୋଇଥାନ୍ତି ବୋଲି ବିଭାଗୀୟ ଅଧିକାରିମାନେ କହିଛନ୍ତି ।
ପିପିଲିରୁ ବିଜୟ ମହାପାତ୍ର