ଆମେ କେବେ ସଚେତନ ହବା
ଓଡ଼ଗାଁ---- ପରିବେଶ ସୁରକ୍ଷା ତଥା ସ୍ଵଛ ଭାରତ ମିଶନ ପାଇଁ ସରକାର ଅନେକ ଅର୍ଥ ବ୍ୟୟ କରୁଛନ୍ତି।କିନ୍ତୁ ଏ ସବୁ ଯୋଜନା ବିଫଳ । ଏଥିପାଇଁ ରାଜ୍ୟ ସରକାର ଙ୍କ ସେପରି ଦୋଷ ନାହିଁ । ଦୋଷ ହୋଉଛି ଆମ ସମାଜର । ସିକିମ ଭଳି ରାଜ୍ୟରେ ରାସ୍ତା କଡରେ ପରିଶ୍ରା କରିବା ବା ପାନ ଗୁଟୁକା ଛେପ ପକେଇବା ପାଇଁ ୫୦୦ଟଙ୍କା ଜୋରିମାନା ଏବଂ ଅପରପକ୍ଷରେ ଜେଲ ଦଣ୍ଡର ନିୟମ ରହିଛି । ଗାଡ଼ିରେ ଡଷ୍ଟବିନ ଥାଏ।ଏପରିକି ରାସ୍ତାରେ କେହି ଚକଲେଟ ଏବଂ ବିସ୍କୁଟ କରି ବି ଫିଙ୍ଗିପାରିବେନି ନିୟମ କଡ଼ାକଡ଼ି ପାଳନ କରାଯାଉଛି । ଆମ ରାଜ୍ୟରେ ଫଳ କିନ୍ତୁ ଓଲଟା। ଓଡ଼ଗାଁ ଥାନା ସମ୍ମୁଖରେ ରାଜ୍ୟ ସରକାର ନିର୍ମାଣ କରିଛନ୍ତି ସୁଲଭ ଶୌଚାଳୟ। କର୍ମଚାରୀ ଜଣେ ବି ନିଯୁକ୍ତ ହୋଇଛନ୍ତି । ଶୌଚାଳୟ ବି ସମ୍ପୂର୍ଣ୍ଣ ପରିସ୍କାର ରୁହେ।କିନ୍ତୁ ଲୋକମାନେ ଖୋଲାରେ ପରିଶ୍ରା କରନ୍ତି,ତାହା ବି ଶୌଚାଳୟ ନିକଟରେ।ତେବେ ଦେଖିବାକୁ ବାକି ରହିଲା ଆମେ କେବେ ସଚେତନ ହବା?କେବେ ବଦଳିବ ଆମ ମାନସିକତା??
ଓଡ଼ଗାଁ ରୁ ସୁଦୀପ୍ତ କୁମାର ଦଳେଇ