Breaking News

ପଟ୍ଟନାୟିକିଆ ଟ୍ରିପଲ ମର୍ଡର କେସରେ ପୋଲିସ ଆଉ ଦୁଇଜଣ ଗରିଫ କଲା ; ଆଗରୁ ୬ ଆଜି ୨


ସାକ୍ଷୀଗୋପାଳ ----ସତ୍ୟବାଦୀ ଥାନା ଅର୍ନ୍ତଗତ ପଟ୍ଟନାୟିକଆ ଛକରେ ୧୪ ତାରିଖ ଅପରାହ୍ନରେ  ଗୋଟିଏ ପରିବାରର ତିନି ଜଣଙ୍କୁ ଗୋଡାଇ ଗୋଡାଇ ଦୁବୁର୍ତ୍ତ ମାନେ ହାଣିକି ହତ୍ୟା କରିଥିଲେ   । ସେ ସମୟରେ ପୁରୀ- ଭୁବନେଶ୍ୱର ନଂ୩୧୬ ଜାତୀୟ ରାଜପଥ ଉପରେ ଉତ୍ତୋଜିତ ଲୋକମାନେ ରାସ୍ତା ରୋକ କରିଥିଲେ  । ଏହି ଘଟଣା ସେ ସମୟରେ ସମଗ୍ର ଓଡିଶାରେ ଚାଞ୍ଚଲ ସୃଷ୍ଟି କରିଥିଲା  । ଏପରିକି ବିଧାନସଭାରେ ଏହି ଘଟଣାକୁ ନେଇ ବିରୋଧୀ ଦଳ ମାନେ ପ୍ରଶ୍ନ କରିଥିଲେ   । ଘଟଣାର ଦୁଇ ଦିନ ଅର୍ଥାତ ୧୬ ତାରିଖ ଦିନ  ପୋଲିସ ୬ ଜଣଙ୍କୁ ଗିରିଫ କରି କୋର୍ଟକୁ ପଠାଇଥିଲେ  । ସେମାନେ ହେଲେ ଭିକାରୀ ବେହେରା, ହରିହର ବେହେରା, ମନୁଆ ବେହେରା, ସହଦେବ ବେହେରା, ସୁବଳ ବେହେରା ଓଶଙ୍କର ବେହେରା  ।  ଏହି କେସରେ ଜଡିତ ଥିବା ଅନ୍ୟ ଦୁଇ ଜଣଙ୍କୁ ଆଜି ପୋଲିସ ଗିରଫ କରିବାରେ ସକ୍ଷମ ହୋଇଛି  । ସେମାନେ ହେଲେ ଏକ୍କା ଓରଫ ମିଟୁ ବେହେରା (୨୬)  ଓ ପୁନିଆ ଓରଫ ପ୍ରହ୍ଳାଦ ବେହେରା (୨୫) । ଏହି ଦୁଇ ଜଣଙ୍କୁ ଜେରା ସମୟରେ ଉଭୟ ସମ୍ପର୍ଣ୍ଣ ଘଟଣାକ୍ରମ ବର୍ଣ୍ଣନା କରିବା ସହ ଘଟଣାର ପ୍ରଚ୍ଛଦପଟରେ ଥିବା ଷଡଯନ୍ତ୍ର ଉପରେ ସୂଚନା ଦେଇଥିବା ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ଠାରୁ ସୁଚନା ମିଳିଛି । ହତ୍ୟା କାଣ୍ଡରେ ବ୍ୟବହାର କରାଯାଇଥିବା ଖଣ୍ଡା ଓ ଲୁହାରଡକୁ ପୋଲିସ ନିକଟ ଏକ ଜଙ୍ଗଲ ମଧ୍ୟରୁ ଜବତ କରିଛି ।  ଦୁଇଜଣଙ୍କୁ ଆସନ୍ତା କାଲି କୋର୍ଟକୁ ପଠାଯିବ ବୋଲି ପୋଲିସ ସୁତ୍ରରୁ ପ୍ରକାଶ  ।  ସୁଚନାଯୋଗ୍ୟ ଯେ ଘଟଣା ଘଟିବା ପରେ ପରେ ପୁରୀ ଏସପି ଉମାଶଙ୍କର ଦାସଙ୍କ ନିର୍ଦ୍ଦେଶ କ୍ରମେ ତଥା ପିପିଲି ଏସଡିପିଓ ଦେବଦତ୍ତ ବରାଳଙ୍କ ନେତତୃତ୍ୱରେ ସତ୍ୟବାଦୀ ଥାନା ଆଇଆଇସି ତପନ କୁମାର ରାଉତ ଓ ପିପିଲି ଥାନା ଆଇଆଇସି ଶରତ କୁମାର ସାହୁଙ୍କୁ ନେଇ ଏକସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା  । ଅନ୍ୟପକ୍ଷେ କଟକ କେନ୍ଦ୍ରଞ୍ଚଳଆରକ୍ଷୀ ମହା ନିରୀକ୍ଷକ ଓ ପୁରୀ ଏସପି ଏହି କେସର ଅଗ୍ରଗତି ସମ୍ପର୍କେ ପ୍ରତିଦିନ ଅନ୍ୟ ଅଧିକାରୀ ମାନଙ୍କ ସହ ଆଲେଚନା କରି ଆସୁଛନ୍ତି । ତଦନ୍ତ ସମୟରେ ପ୍ରତ୍ୟକ୍ଷଦର୍ଶୀ ମାନଙ୍କ ବୟାନ ରେକର୍ଡ କରାଯାଇଛି । ପଟ୍ଟନାୟିକିଆ ଛକରେ ଥିବା ପୋଲିସ ଟ୍ରାଫିକସହାୟତା କେନ୍ଦ୍ରରେ ଲାଗିଥିବା ସି.ସି. ଟି.ଭି ଫୁଟେଜ୍ କୁ ତର୍ଜମା କରାଯାଇ ତଦନ୍ତା ଜାରି ରହିଛି  । ଅନ୍ୟ ଅଭିଯୁକ୍ତ ମାନଙ୍କୁ ବହୁ ଶିଘ୍ର ଗିରଫ କରାଯିବ ବୋଲି ଏସଡିପିଓ ଶ୍ରୀ ବରାଳ କହିଛନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts