Breaking News

ସତ୍ୟବାଦୀରେ ବୋଲବମ୍ ଭକ୍ତଙ୍କର ଭିଡ


ସାକ୍ଷୀଗୋପାଳ--- ଭୁବନେଶ୍ୱର- ପୁରୀ ୩୧୬ନଂ ଜାତୀୟ ରାଜପଥର ସତ୍ୟବାଦୀ ବସଷ୍ଟାଣ୍ଡ ଠାରୁ ବ୍ଳକ ଛକ ପର୍ଯ୍ୟନ୍ତ ରାସ୍ତା ଜାମ ହୋଇଯାଇଛି ବୋଲବମ୍ ଭକ୍ତ ମାନଙ୍କ ଯୋଗୁ  । ପୁରୁଷ ଓ ମହିଳା ମାନେ ସୁସଜ୍ଜିତ ବାହୁଙ୍ଗିରେ ପାଣି ଭାର ଥୋଇ ରାସ୍ତାରେ ଯାଉଛନ୍ତି । ଏଥିପାଇଁ ରାସ୍ତାରେ ବିଭିନ୍ନ ଛକ ମାନଙ୍କରେ ଅସ୍ଥାୟୀ ଦେକାନ ବଜାର ଖୋଲିଛି । ଦଳ ଦଳ ହୋଇ ରାସ୍ତା ଉପରେ ଶିବ ପୁରାଣ, ଶିବ ମହିମା, ଶିବ ଭଜନ ଗାନ କରି ଜାଉଛନ୍ତି । ସୋମବାର ଦିନ ବିଭିନ୍ନ ଶିବ ମନ୍ଦିରରେ ପାଣି ଲାଗି କରିବେ । ବିଶେଷ କରି ପୁରୀ ଲୋକନାଥଙ୍କ ପାଖକୁ ଯାଉଥିବା ଜଣାପଡିଛି । ସତ୍ୟବାଦୀ ବ୍ଳକ ଛକ ନିକଟରେ ଥିବା ବାଟମହାବୀର ମନ୍ଦିର ଠାରେ ପ୍ରବଳ ଭିଡ ହୋଇଛି । ସେହିପରି ସାତଶଙ୍ଖ ଠାରୁ ସାକ୍ଷୀଗୋପାଳ ପର୍ଯ୍ୟନ୍ତ ରାସ୍ତାରେ ଭକ୍ତଙ୍କର ଗହଳି ଲାଗି ରହିଛି । ସେବା ଦଳ ମଧ୍ୟ ବିଭିନ୍ନ ଯାଗରେ କ୍ୟମ୍ପ ପକାଇ ଭକ୍ତ ମାନଙ୍କର ସେବା କରୁଛନ୍ତି । ସତ୍ୟବାଦୀ ପୋଲିସ ପକ୍ଷରୁ ବିଭିନ୍ନ ଛକ ମାନଙ୍କରେ ପୋଲିସ ରଖାଯାଇଛି  ।
 ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts