ସାରଙ୍ଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ମିଳୁନି ଆମ୍ବଲାନସ ସେବା
କନ୍ଧମାଳ--- ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଚାଳିଛନ୍ତି । ଏପରିକି ବିଭିନ୍ନ ଯୋଜନା ମଧ୍ୟ ଜନସାଧାରଣଙ୍କ ପାଇଁ କରାଯାଇଛି । ମାତ୍ର କେତେକ ଅସାଧୁ କର୍ମଚାରୀଙ୍କ ଯୋଗୁ ରାଜ୍ର ସକରାରଙ୍କ ସବୁ ଯୋଜନା ବିଫଳ ହୋଉଛି । ଏହାର ଏକ ଜ୍ୱଳନ୍ତ ପ୍ରମାଣ ହୋଉଛି ସାରଙ୍ଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର । ଏଠାରେ ଆମ୍ବଲାନସ ଅଛି, ଡ୍ରାଇଭର ନିଯୁକ୍ତି ହୋଇଛନ୍ତି । ମାତ୍ର ଆମ୍ବଲାନସ ଦରକାର ସମୟରେ ମିଳେନାହିଁ । ଯଦିବା ମିଳେ ତାହେଲେ ଟଙ୍କା ଦେଳେ ଗାଡି ଯୁବ ବୋଲି କର୍ମଚାରୀ ମାନେ କହନ୍ତି । ଏପରିକି ସାରଙ୍ଗଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଜଣେ ବ୍ୟକ୍ତି ମରିବା ପରେ ତାଙ୍କ ପରିବାର ଲୋକମାନେ ସରକାରଙ୍କ ପକ୍ଷରୁ ମାଗଣରେ ଥିବା ମହାପଣେୟ ଗାଡି ନେବାକୁ ଚାହିଁଥିଲେ । ମାତ୍ର ମିଳିନଥିଲା । ଶେଷରେ ଏକ ଖଟରେ ଶବ ଗ୍ରାମକୁ ବୁହା ହୋଇଥିଲା । ଏହି ଘଟଣା ପରେ ବି ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ବା କର୍ମଚାରୀ ବଦଳିବେ ବୋଲି ଆଶା ଖରାଯାଇଥିଲା । ମାତ୍ର କୌଣସି ପରିବର୍ତ୍ତନ ହେଲାନାହିଁ । ସେହିପରି ଗ୍ରାମରେ ଥିବା ଜରୁରୀ କାଳୀନ ରୋଗୀ ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିବା ପାଇଁ ଆମ୍ବଲାନସ ଥିଲେ ମଧ୍ୟ ରୋଗୀ ମାନଙ୍କୁ ସେବା ମିଳୁନାହିଁ । ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀଙ୍କୁ ଏ ବିସୟରେ ଜଣାଇଥିଲେ ମଧ୍ୟ ସେ କହନ୍ତି ଆମେ କଣ କରିବୁ । ଅନ୍ୟପକ୍ଷେ ପଇସା ଦେଳେ ଗାଡି ଗଡିବ ନଚେତ ଗାଡି ନାହିଁ , ଗାଡି ଖରାପ ଅଛି ବିଭିନ୍ନ ଆଳ ଦେଖାଉଛନ୍ତି ବୋଲି ଗ୍ରାମବାସୀ ମାନେ କହନ୍ତି । ଏପରିକି ଆମ୍ବଲାନସ ଗାଡିର ଡ୍ରାଇଭର ସରକାରୀ ଚାକିରି କରିଥିଲେ ମଧ୍ୟ ବେସରକାରୀ ଡ୍ୟୁଟି ଆଗ କରିଥାନ୍ତି । ଏକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଗାଡିରେ ନେବା ଆଣିବା କରିଥାନ୍ତି ବୋଲି ଗ୍ରାମାବସୀ ମାନେ କହନ୍ତି । ଏପରିକି ସେମାନଙ୍କ ପାଖରେ ଭିଡିଓ ଥିବାର ଜଣାପଡିଛି । ଏହାକୁ ନେଇ ଜନଆନ୍ଦୋଳନ ପାଇଁ ସଜବାଜ ହୋଉଥିବା ଜଣାପଡିଛି । ତୁରନ୍ତ ଜିଲ୍ଲାପାଳ ନଜର ଦେବାକୁ ଜନସାଧାରଣରେ ଦାବି ହୋଉଛି ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
କନ୍ଧମାଳରୁ ମନୋଜ କୁମାର ପଣ୍ଡା