କନ୍ଧମାଳ ଜିଲ୍ଲାରେ ପୁଣି ଅଷ୍ଟମ ଶ୍ରେଶୀର ଛାତ୍ରୀ ଗର୍ଭବତୀ
କନ୍ଧମାଳ--- କନ୍ଧମାଳ ଜିଲ୍ଲାରେ ପୁଣି ଲଜ୍ୟାକର ଘଟଣା ଘଟିଛି । ଏଠାରେ ଛାତ୍ରୀ ମାନଙ୍କ ଉପରେ ପଡିଛି ନର ରାକ୍ଷସ ପିଚାସ ମାନଙ୍କର । ବର୍ଷକ ମଦ୍ୟରେ ତିନିରୁ ଚାରିଜଣ ଛାତ୍ରୀ ଭର୍ଗବତୀ ହେବା ଘଟଣା ସମଗ୍ର ଜିଲ୍ଲାକୁ ବଦନାମ କରି ସାରିଛି । ପ୍ରଶାସନର ଅବହେଳା ପାଇଁ ଏହିପରି ଗୋଟିଏ ଗୋଟିଏ ଘଟଣା ଘଟି ଚାଲିଛି । ଅନ୍ୟ ପକ୍ଷେ ସଚେତନତା ଅଭାବ ମୁଖ୍ୟ କାରଣ ବୋଲି ସ୍ଥାନୀୟ ବୁଦ୍ଧିଜିବୀ ମାନେ କହନ୍ତି । ସୁଚନାଯୋଗ୍ୟ ଯେ କନ୍ଧମାଳ ଜିଲ୍ଲାର ବେଲଘର ରାଙ୍ଗାପାରୁ ଆଶ୍ରମ ବିଦ୍ୟାଳୟର ଜଣେ ଅଷ୍ଟମ ଶ୍ରେଣୀର ଛାତ୍ରୀ ଚାରି ମାସର ଗର୍ଭବତୀ ଥିବା ଜଣାପଡିଛି । ଆଶ୍ରମରେ ରହି ଛାତ୍ରୀ ଜଣଙ୍କ ପାଠ ପଡୁଥିବା ସମୟରେ ମାସିକ ସ୍ୱାସ୍ଥ୍ୟ ପରୀକ୍ଷା ସମୟରେ ଏହି ଘଟଣା ପଦାକୁ ଆସିଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଏହା ଜାଣି ପାରି ସଙ୍ଗେ ସଙ୍ଗେ ବେଲଘର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇବା ପରେ ବେଲଘର ପୋଲିସ ବାଲିଗୁଡା ଥାନା ଅନ୍ତର୍ଗତ ରୁତୁଙ୍ଗିଆ ଅଞ୍ଚଳର ଅମୁଲ୍ୟ ପ୍ରଧାନଙ୍କୁ ଗିରଫ କରି କୋର୍ଟକୁ ପଠାଇଥିବା ଜଣାପଡିଛି । ପୋଲିସ ସୁତ୍ରରୁ ପ୍ରକାଶ ଯେ ତୁମୁଡିବନ୍ଧ ଥାନା ଅନ୍ତର୍ଗତ କଲେଶପଟ୍ଟା ଓଡିଶା ଆଦର୍ଶ ବିଦ୍ୟାଳୟରେ ରହି ସପ୍ତମ ଶ୍ରେଶୀ ପର୍ଯ୍ୟନ୍ତ ପାଠ ପଡୁଥିଲା । ସେହି ସମୟରେ -ଅମୁଲ୍ୟ ବେନାରବାହାଲ ଗ୍ରାମରେ ରହି ତୁମୁଡିବନ୍ଧ କଲେଜରେ ପାଠ ପଡୁଥିଲେ । ଏହି ସମୟରେ ଦୁଇଜଣଙ୍କ ମଧ୍ୟରେ ପ୍ରେସ ସମ୍ପର୍କ ସୃଷ୍ଟି ହୋଇଥିଲା । ପରେ ପରେ ଶାରୀରିକ ସମ୍ପର୍କ ମଧ୍ୟ ସ୍ଥାପନ ହୋଇଥିଲା । ଯାହା ଫଳରେକି ଛାତ୍ରୀ ଜଣଙ୍କ ଗର୍ଭବତୀ ହୋଇଥିବା ପୋଲିସ ସୁତ୍ରରୁ ଜଣାପଡିଛି । ଦେଖାଯାଉ ଆଗକୁ ଆଉ କେତେଜଣ ଛାତ୍ରୀ ମା ହେଲେ ଏ ସରକାରଙ୍କ ନିଦ ଭାଙ୍ଗିବ ଦେଖିବାକୁ ବାକି ରହିଲା ।
କନ୍ଧମାଳରୁ ମନୋଜ କୁମାର ପଣ୍ଡା
କନ୍ଧମାଳରୁ ମନୋଜ କୁମାର ପଣ୍ଡା