ବୈଜାମୁଣ୍ଡା ପୋଲିସ ପକ୍ଷରୁ ହେଲେମେଣ୍ଟ ଧରପଗଡ
ବରଗଡ-- ସମ୍ବଲପୁର ଜିଲ୍ଲାର ବେଜ÷ାମୁଣ୍ଡା ଠାରେ ସ୍ଥାନୀୟ ପୋଲିସ ହେଲେମେଣ୍ଟ ଯାଞ୍ଚ ଆରମ୍ଭ କରିଛି । ବିଶେଷ କରି ସଡକ ସୁରକ୍ଷା ପାଇଁ ଆଇନ ଓ ମଟର ସାଇକେଲ ଚଲାିବା ସମୟରେ ହେଲେମେଣ୍ଟ ପିନ୍ଦିବା ପାଇଁ ଜନସଚେତନତା କରାଯାଇଥିଲା । ଏହି ଅବସରରେ ବିନା ହେଲେମେଣ୍ଟରେ ମଟର ସାଇକେଲ ଚଲାଉଥିବା ଅଭିଯୋଗରେ ପ୍ରାୟ ୧୫୦ ଜଣଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ଥାନା ଅଧିକାରୀଙ୍କ ଠାରୁ ସୁଚନା ମିଳିଛି । ଏହିପରି ପ୍ରତିଦିନ ବିଭିନ୍ନ ଛକ ବଜାର ଅଞ୍ଚଳରେ ଗାଡି ମଟର ଗୁଡିକ ଯାଞ୍ଚ କରାଯିବ ବୋଲି ଜଣାପଡିଛି ।
ବରଗଡରୁ ନବୀନ କୁମାର ଦାଶ