Breaking News

କଟକ ସାଇକୋ କିଲର ଗିରଫ ପରେ ତାଙ୍କ ବାପାମା ଏକଥାକୁ ବିଶ୍ୱାସ କରୁନାହାନ୍ତି



ଓଡ଼ଗାଁ-_---- କଟକ ଟ୍ରିପଲ ମର୍ଡର ମୁଖ୍ୟ ଅଭିଯୁକ୍ତ ନାରାୟଣ ସାହୁଙ୍କୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଥାନା ଅନ୍ତର୍ଗତ ସୁନାମୁହିଁ ଗ୍ରାମରୁ ଗିରଫ କରାଯାଇଛି। ସେ ଦୀର୍ଘ ଅଠର ବର୍ଷ ହେଲା ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ କୁମ୍ପାପଡା ଗ୍ରାମରେ ରୂପା ବ୍ୟବସାୟ କରୁଥିଲେ। କିଛିଦିନ ପରେ ବ୍ୟବସାୟରେ କ୍ଷତି ହେବାରୁ କୁମ୍ପାପଡ଼ା   ରେ କରିଥିବା ଘରଦ୍ୱାର ବିକ୍ରି କରିଦେଇଥିଲେ ।  ପରେ ତାଙ୍କ ସ୍ତ୍ରୀ ମହିପୁର ବାପ ଘରକୁ ପୁଅ ଓ ଝିଅକୁ ନେଇ ପଳାଇଥିଲେ । ଏହି ଚିନ୍ତାରେ  ଖାଇବା ପିଇବା ଛାଊଡି ଦେଇ ଏଣେ ତେଣେ ଘୂରି ବୁଲିଲେ ନାରାୟଣ  । ଚିନ୍ତାରୁ ମୁକ୍ତି ପାଇଁ ନିଶାର  ଆଶ୍ରୟ ନେଇଥିଲେ । ତା ପରଠାରୁ ସେ ପାଗଳ ହୋଇଯାଇଥିଲେ । ତାଙ୍କୁ   ଏକମାସ ତଳେ କଟକ ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା ।   ସେଠାରୁ ସେ ଖସି ପଳାଇଥିଲେ। କିନ୍ତୁ ସାଇକୋ କିଲର ଭାବେ ଗିରଫ ହେବା ପରେ ତାଙ୍କ ବାପା ମା ଏ କଥାକୁ ସହଜରେ ଗ୍ରହଣ କରିପାରୁନାହାନ୍ତି। ସେ ମର୍ଡର କରିବା ଦୂରର କଥା ସାମାନ୍ୟ ଟିକେ ଆଘାତ ପାଇଲେ ନାରାୟଣ ବେହୋସ ହୋଇଯାନ୍ତି ବୋଲି କହିଛନ୍ତି ତାଙ୍କ ମା । ଏ ସମ୍ପର୍କରେ ଓଡ଼ଗାଁ ଥାନା ଅଧିକାରୀ ଜ୍ୟୋତି ପ୍ରକାଶ  ପଣ୍ଡାଙ୍କୁ ସାକ୍ଷୀ ଗୋପାଳ ନିଉଜ  ପ୍ରତିନିଧି ପଚାରିବାରୁ ତାଙ୍କ ନାମରେ କୌଣସି ଅପରାଧିକ ମାମଲା ନଥିବା କଥା କହିଥିଲେ। ୨୮ ତାରିଖ ସନ୍ଧ୍ୟାରେ କଟକରୁ ସୂଚନା ପାଇବା ପରେ କଟକ ଥାନା ଅଧିକାରୀ, ଜଗନ୍ନାଥପ୍ରସାଦ ଥାନା ଅଧିକାରୀଙ୍କ ସହ ସଦଳବଳେ ତାକୁ ସୁନାମୁହିଁ ଗ୍ରାମର ତାରିଣୀ ଛକ ନିକଟରୁ ଗିରଫ କରିଥିଲେ ।ସୂଚନା ଥାଉ କି ଓଡ଼ଗାଁରୁ ସୁନାମୁହିଁ ଗ୍ରାମର ଦୂରତା ୧୪ କିଲୋମିଟର। ପରିବାରରେ କେବଳ ବାପା ଏବଂ ମା ରୁହନ୍ତି।ବଡ଼ ପୁଅ ବୁଗୁଡ଼ାରେ ବ୍ୟବସାୟ କରିବା ସହ ପରିବାର ସହ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ଜଣାପଡିଛି ।ସାନ ପୁଅ ନାରାୟଣ ସାହୁ ପାଗଳ ହେଲା ପରେ ଘରକୁ ବେଳେବେଳେ ଆସନ୍ତି ଏବଂ କେଉଁ ଆଡ଼େ ଚାଲିଯାଆନ୍ତି ବୋଲି ନାରାୟଣଙ୍କ ବାପାମା ଲୋତକଭରା ଆଖିରେ କହିଥିଲେ ।। ଓଡ଼ଗାଁରୁ ସୁଦୀପ୍ତ କୁମାର ଦଳେଇ

Blog Archive

Popular Posts