Breaking News

ପିପିଲି ପୋଲିସ ଜବତ କଲା ୧୦ କୁଇଣ୍ଟାଲ ବିଦ୍ୟୁତ ତାର

  ପିପିଲି---- ପିପିଲି ପୋଲିସ କଳିକତା ବସରୁ ଗୁରୁବାର ଅପରାହ୍ନରେ ୧୦ କୁଇଣ୍ଟାଲ ବିଦ୍ୟୁତ ତାର ଜବତ କରିବା ସହ ଗାଡିର ଡ୍ରାଇଭର ଓ ହେଲପରକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ସୁଚନାଯୋଗ୍ୟ ଯେ ଚଳିତ ବାତ୍ୟାରେ ଭାଙ୍ଗିପଡିଥିବା ବିଦ୍ୟୁତ ଖୁଣ୍ଠ ଗୁଡିକରୁ ବିଦ୍ୟୁତ ତାର ଲୋକମାନେ କାଟି ନେଇଥିଲେ  । ଏବେ ସେ ଗୁଡିକ ବିକ୍ରୟ କରାଯାଉଛି  । ଆଜି ଉତ୍ତରା  ପେଟ୍ରୋଲ ଟାଙ୍କି ଛକ ନିକଟରେ ଏକ ବସରେ ଚୋରା ବିଦ୍ୟୁତ ତାର ଲଦା ଯାଉଥିବା ପିପିଲି ଥାନା ଆଇଆଇସି ଶରତ କୁମାର ସାହୁ କୌଣସି ସୂତ୍ରରୁ ଖବର ପାଇଥିଲେ  । ଶ୍ରୀ ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏସଆଇ ସନ୍ଦୀପ କୁମାର ଦାସ ଓ କୌଶଲ୍ୟାଗଙ୍ଗ ଫାଣ୍ଡି ଅଧିକାରୀ ଏସଆଇ ଅଶୋକ କୁମାର ଗୋଛାୟତ ସଦଳବଳେ ଚଢାଉ କରିଥିଲେ  । ପରମେଶ୍ୱର ନାମକ (ଡବ୍ଲୁବି-୩୧-୪୨୭୧) ବେସରକାରୀ ଯାତ୍ରୀବାହୀ ବସରୁ ପୁଲିସ ୧୦ରୁ ଉର୍ଦ୍ଧ ବଣ୍ଡଲ ବିଦ୍ୟୁତ ତାର ସମେତ କେତେକ ଲୁହା ଆଙ୍ଗେଲକୁ ଜବତ କରିଥିଲା  । ଗାଡିର କଣ୍ଡକ୍ଟର ଚଡାଉ ହେବା ଜାଣି ପାରି  ସେଠାରୁ ଫେରାର୍ ହୋଇଯାଇଥିଲା । ଡ୍ରାଇଭର ଓ ହେଲପରକୁ ପୁଲିସ ଅଟକ ରଖିବା ସହ ବସକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି  ।  ଏନେଇ ପିପିଲି ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି  । ବିଦ୍ୟୁତ ତାରକୁ ଚୋରା ଚାଲାଣ କରୁଥିବା ବାଳକାଟି ଅଞ୍ଚଳର ଜଣେ ଚୋରା ବେପାରୀ ସମେତ ଗାଡିର କଣ୍ଡକ୍ଟରକୁ ଧରିବାକୁ ପୁଲିସ ଉଦ୍ୟମ ଚଳାଇଥିବା ସୂଚନା ମିଳିଛି ।
ପିପିଲିରୁ ବିଜୟ କୁମାର ମହାପାତ୍ର

Blog Archive

Popular Posts