ଜିରା ନଦୀରେ ବର୍ଷାଜଳ ପ୍ରବାହିତ; ବରଗଡ- ଆମ୍ବପାଲି ମଧ୍ୟରେ ଯୋଗଯୋଗ ବିଚ୍ଛିନ୍ନ
ବରଗଡ--- ବରଗଡ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ବିଭିନ୍ନ ସ୍ଥାନରେ ଘଡଘଡି ସହ ତୁହାକୁ ତୁହା ବର୍ଷାଲାଗି ରହିଛି । ସେହିପରି ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗିରହିଛି । ବରଗଡ ସହର ଦେଇ ଯାଇଥିବା ଜିରାନଦୀରେ ବନ୍ୟାଜଳ ପ୍ରବାହିତ ହୋଉଛି । ନଦୀର ଅଧିକାଂଶ ଯାଗାରେ ଜଳସ୍ତର ବଡିବାରେ ଲାଗିଛି । ଜିରାନଦୀରେ ଫେୟାର ୱେଦର ରାସ୍ତା ଉପରେ ପାଣି ଚାଲିଛି । ଯାହା ଫଳରେକି ଆମ୍ବାପାଲି- ବରଗଡ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଯାଇଛି । ସୁଚନାଯୋଗ୍ୟ ଯେ ଉକ୍ତ ସ୍ଥାନରେ ବ୍ରିଟିଶ ଅମଳରୁ ଏକ ପୋଲ ଥିଲା । ତାହା ବିପଦ ସଙ୍କୁଳ ଅବସ୍ଥାକୁ ଆସିବାରୁ ଗ୍ରାମବାସୀ ମାନଙ୍କ ପକ୍ଷରୁ ନୂତନ ବ୍ରିଜ ନିର୍ମାଣ ପାଇଁ ଦାବୀ କରାଯାଉଥିଲା । ମାତ୍ର ବହୁଦିନ ପରେ ଉକ୍ତ ବ୍ରିଜକୁ ଭାଙ୍ଗି ନୂତନ ବ୍ରିଜ କାମ ଆରମ୍ଭ କରାଯାଉଛି । ସେହି ରାସ୍ତାରେ ଜନସାଧାରଣଙ୍କ ଯିବା ଆସିବା ପାଇଁ ଏକ ବାଇପାସ ରାସ୍ତା ବିଭାଗୀୟ ପକ୍ଷରୁ କରାଯାଇଛି । ମାତ୍ର ଲଘୁଚାପ ଜନିତ ବର୍ଷା ଯୋଗୁ ଉକ୍ତ ରାସ୍ତାରେ ଦୁଇରୁ ତିନିଫୁଟ ଉଚ୍ଚରେ ପାଣିର ସୁଅ ଚାଲିଛି । ଯାହା ଫଳରେକି ସ୍ଳୁଲ ଚାତ୍ର ଛାତ୍ରୀ , କଲେଜ ଯାଉଥବା ପିଲାମାନେ ଯାଇନାହାନ୍ତି । ସେହିପରି ଗର୍ଭବତୀ ମହିଳା ମାନେ ଏହି ସମୟରେ ଯିବାରେ ଘୋର ସମସ୍ୟା ଦେଖାଯାଇଛି । ବ୍ରିଜ କାମ ନେଇଥବା ଠିକାଦାର କାମ ଅତି ମନ୍ଥର ଗତିରେ କରୁଥିବାରୁ ଆଜି ଏହି ସମସ୍ୟା ଦେଖାଯାଇଛି ବୋଲି ସ୍ଥାନୀୟ ଅଧିବାସୀ ମାନେ କହନ୍ତି ।
ବରଗଡରୁ ନବୀନ ଦାଶଙ୍କ ରିର୍ପୋଟ