ରାତି ପାହିଲେ ବୀମା ଅବଧି ଶେଷ ; ତାଲିମ ଦିଆଯାଉଛି ସମବାୟ ସମିତିର ସମ୍ପାଦକଙ୍କୁ
ସାକ୍ଷୀଗୋପାଳ ------- ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକ ସବୁ କ୍ଷେତ୍ରରେ ଆଗରେ ରହିଛି । ବିଶେଷ କରି କେନ୍ଦ୍ର ସରକାରଙ୍କ ଯୋଜନା ଏଠାରେ ବିଫଳ କରିବା ପାଇଁ ସତ୍ୟବାଦୀ ବିଡିଓ ଓ ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ ଲାଗି ପଡିଥିବା ଚାଷୀ ମାନେ ଅଭିଯୋଗ ଆଣିଛନ୍ତି । ଯେଉଁ ଚାଷୀ ମାନେ ସମବାୟ ସମିତିରୁ ଋୁଣ ନେଉଛନ୍ତି ସେମାନଙ୍କୁ ଆଗ ପ୍ରଧାନ ମନ୍ତ୍ରୀ ବୀମା ଯୋଜନାରେ କିପରି ସାମିଲ କରାଯିବ ସେ ସମ୍ପର୍କରେ ସମବାୟ ସମିତିର ସମ୍ପାଦକ ମାନଙ୍କୁ ତାଲିମ ପ୍ରଦାନ କରିବା କଥା । ମାତ୍ର ସତ୍ୟବାଦୀ ବ୍ଳକରେ ସମବାୟ ସମ୍ପସାରଣ ଅଧିକାରୀ ଅତି ଚତୁରସହ ନିଜ ମୁଣ୍ଡରୁ ଦୋଷ ତୁଟାଇ ଦେଇଥବା ସମ୍ପାଦକ ମାନେ ଅଭିଯୋଗ ଆଣିଛନ୍ତି । ଜୁଲାଇ ମାସ ୩୧ ତାରିଖ ଦିନ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ଶେଷ ଦିବସ । ସମବାୟ ସମ୍ପସାରଣ ଅଧିକାରୀ ୩୦ ତାରିଖ ଦିନ ସମବାୟ ସମିତିର ସମ୍ପାଦକ ଓ ଡାଟା ଏଣ୍ଟି ଅପରେଟର ମାନଙ୍କୁ ଡକାଇ ତାଲିମ ପ୍ରଦାନ କରିଛନ୍ତି । ବ୍ଳକ ପଞ୍ଚାୟତ ସମିତିସଭା ଗୃହରେ ଏହି ତାଲିମ ଶିବିର କରାଗଲେ ଗଣମାଧ୍ୟମ ଜାଣିଯିବେ ବୋଲି ଅତି ଚତୁରସହ ସାକ୍ଷୀଗୋପାଳ ନିୟନ୍ତ୍ରିତ ବଜାର କମିଟି ପରିସରରେ ତାଲିମ ଶିବିର କରିଛନ୍ତି । ଯାହାକି ଲୁଚାଛପାରେ ଏହି ତାଲିମ ଶିବିର କରାଯାଇଛି ବୋଲି ସମ୍ପାଦକ ମାନେ ଅଭିଯୋଗ ଆଣିଛନ୍ତି । ବହୁ ଚାଷୀ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରୁ ବଞ୍ଚିତ ହେବେ ବୋଲି ଚାଷୀ ସଂଗଠନ କହନ୍ତି । ତୁରନ୍ତ ଜିଲ୍ଲାପାଳ ଏ ଦିଗରେ ବିହିତ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ଚାଷୀ ମାନଙ୍କ ପକ୍ଷରୁ ଦାବି ହୋଇଛି । ନଚେତ ଆଗାମୀ ଦିନରେ ଚାଷୀ ମାନେ ରାଜରାସ୍ତାକୁ ଓହ୍ଳାଇବେ ବୋଲି ଚେତାବନୀ ଦେଇଛନ୍ତି । ଏହି ତାଲିମ ଶିବିରରେ ସତ୍ୟବାଦୀ ବ୍ଳକ ବିଡିଓ ସରୋଜ ଦତ୍ତ , କୃଷି ଓ ବୀମା ବିଭାଗର କର୍ମଚାରୀ ମାନେ ଯୋଗ ଦେଇଥିବାର ଜଣାପଡିଛି । ଚାଷୀ ଓ ସମ୍ପାଦକ ମାନେ କହନ୍ତି ରାତି ପାହିଲେ ବୀମା ଅବଧି ଶେଷ ହେବ ବ୍ଳକ ସମବାୟ ସମ୍ପସାରଣ ଅଧିକାରୀ କ’ଣ ପାଇଁ ତାଲିମ ଶିବିର ଆୟୋଜନ କଲେ ତାହା ଜଣାପଡୁନାହିଁ ବୋଲି ସତ୍ୟବାଦୀରେ ଆଲେଚନା ହେଉଛି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି