Breaking News

ସତ୍ୟବାଦୀ ବ୍ଳକରେ ଅଙ୍ଗନୱାଡି ୱାର୍କର ମାନଙ୍କୁ ସାମାଜିକ ସୁରକ୍ଷା ପ୍ରଶିକ୍ଷଣ ଶିବିର

ସାକ୍ଷୀଗୋପାଳ ---- ରାଜ୍ୟ ସରକାର ଦେଖିଲେ ଯେତେ ଭତ୍ତା ଦେଲେ ମଧ୍ୟ ପକୃତ ହିତାଧିକାରୀ ମାନେ ସେଥିରୁ ବଞ୍ଚିତ ହେଉଛନ୍ତି । ଜିଲ୍ଲାପାଳଙ୍କ ଶୁଣାଣି  ଶିବିରରେ ଅଧାରୁ ଅଧିକ ଭତ୍ତା ଅଭିଯୋଗ ଆସୁଛି । ଏହାକୁ ରୋକିବା ପାଇଁ ରାଜ୍ୟ ସରକାର ଏବେ ନୂତନ ଉପାୟ ସୃଷ୍ଟି କରିଛନ୍ତି । ଯାହାକି ପ୍ରତି ଗ୍ରାମରେ ଥିବା ଅଙ୍ଗନୱାଡି କର୍ମୀ ମାନଙ୍କୁ ଏଥିରେ ସାମିଲ କରାଯାଇଛି । ସୁଚନାଯୋଗ୍ୟ ଯେ ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଳକର ପଞ୍ଚାୟତ ସମିତିସଭା ଗୃହ ପରିସରରେ ସାମାଜିକ ସୁରକ୍ଷା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଜିଲ୍ଲାପାଳ ଭବତରଣ ସାହୁ, ବ୍ଳକ ଅଧ୍ୟକ୍ଷା ସସ୍ମିତା ପ୍ରଧାନ, ବିଡିଓ ସରୋଜ ଦତ୍ତ, ଡିଏସଡ୍ୟୁଓ ପୁଷ୍ପାଞଳି ମହାପାତ୍ର ଓ ସିଡିପିଓ ପ୍ରେମବାଳା ତ୍ରିପାଠୀ ଓ ସୁପରଭାଇଜର ମାନେ ଉପସ୍ଥିତ ଥିଲେ  । ବିଶେଷ କରି ଗ୍ରାମ ମାନଙ୍କରେ ରହିଯାଇଥିବା ଦିବ୍ୟାଙ୍ଗ, ଅବିବାହିତା ଯୁବତୀ, ବିଧବା, ୬୦ ବର୍ଷରୁ ଅଧିକ ବ୍ୟକ୍ତି ମାନଙ୍କୁ ତୁରନ୍ତ ଭତ୍ତା ଯୋଗାଇ ଦେବାକୁ ଉଦ୍ଦ୍ୟମ କରାଯାଇଛି  । ଅଙ୍ଗନୱାଡି ୱାର୍କର ମାନେ ପ୍ରଥମେ ଘର ଘର ବୁଲି ହିତାଧିକାରୀ ଚିହ୍ନଟ କରିବା ସହ  ସେମାନଙ୍କ ଠାରୁ ଫର୍ମ ପୂରଣ ସହିତ ସମସ୍ତ ପ୍ରମାଣପତ୍ର ସଂଗ୍ରହ କରିବେ  । ଏହି ଫର୍ମ ପୁରଣ କରି ସୁପରଭାଇଜର ମାନଙ୍କୁ କର୍ମୀ ମାନେ ପ୍ରଦାନ କରିବେ  । ସୁପରଭାଇଜର ମାନେ ଉକ୍ତ ଫର୍ମ ଗୁଡିକ ଯାଞ୍ଚ କରିବା ପରେ ସିଡିପିଓଙ୍କୁ ପ୍ରଦାନ କରିବେ । ସିଡିପିଓ ସେ ଗୁଡିକ ତନକି କରିବା ପରେ ବିଡିଓଙ୍କୁ ହସ୍ତାନ୍ତର କରିବେ ବୋଲି ଉପଜିଲ୍ଲାପାଳ ଭବତରଣ ସାହୁ କହିଥିଲେ  । ଏହି କାର୍ଯ୍ୟ କରିବା ପାଇଁ  ୱାର୍କର ମାନଙ୍କୁ ଦିନିକିଆ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା  ।
ସାକ୍ଷୀଗୋପାଳ ଧୀରେନ୍ଦ୍ର ସେନାପତି


Blog Archive

Popular Posts