ଭାରତୀୟ ଷ୍ଟେଟ ବ୍ୟାଙ୍କ ପକ୍ଷରୁ ବିଦ୍ୟାଳୟରେ ବୃକ୍ଷ ରୋପଣ
ସାକ୍ଷୀଗୋପାଳ---- ଭାରତୀୟ ଷ୍ଟେଟ ବ୍ୟାଙ୍କ ଆସୋସିଏସନ୍ ତରଫରୁ ସତ୍ୟବାଦୀ ବ୍ଳକର ବଢ଼େଇକେରା ଓ ଚକ୍ରପଡା ସ୍ଳୁଲ ପରିସରରେ ଶନିବାର ଦିନ ପରିବେଷ ସୁରକ୍ଷା ନିମନ୍ତେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଭାରତୀୟ ଷ୍ଟେଟ ବ୍ୟାଙ୍କ ଆସୋସିଏସନ୍ ର ଜେନେରାଲ ସେକ୍ରେଟେରୀ ସିଦ୍ଧାର୍ଥ ଖାନ, ଚିପି ସେକ୍ରେଟେରୀ ରାଜେଶ ତ୍ରିପାଠୀ, ଭୁବନେଶ୍ୱର ସ୍ଳର୍କଲର ଏସ.ପି ବେହରା, ଉପସଭାପତି ଏ .ଏସ, ଜେନା, ବି,କେ, ସିଂଙ୍କ ସହିତ ରାୟଖଣ୍ଡୀ ଗ୍ରାମ ପଞ୍ଚାୟତର ନ୍ୟାୟବ ସରପଞ୍ଚ ପ୍ରଫୁଲ ଚନ୍ଦ୍ର ମିଶ୍ର, ସଂଯୋଜକ ବିକ୍ରମ ଦାଶ ଓ ଶିକ୍ଷକ ପ୍ରମୋଦ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଷ୍ଟେଟବ୍ୟାଙ୍କ ପକ୍ଷରୁ ଛାତ୍ର ଛାତ୍ରୀଙ୍କୁ ସ୍ଳୁଲ ବ୍ୟାଗ ପ୍ରଦାନ କରାଯାଇଥିଲା । ଆୟୋଜିତ ସଭାରେ ଛାତ୍ର ଛାତ୍ରୀ ମାନେ ପରିବେଷ ସୁରକ୍ଷା ପାଇଁ ନିହାତି ଗଛ ଲଗାଇବା ପାଇଁ ଛାତ୍ର ଛାତ୍ରୀ ମାନଙ୍କୁ ଅତିଥି ମାନେ କହିଥିଲେ ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି