Breaking News

ବାଲିଗୁଡା ବ୍ଲକ ତରଫରୁ ମଧୁବାବୁ ପେନସନ ଓ ଏନଆରଜିଏସ ସମୀକ୍ଷା ବୈଠକ


କନ୍ଧମାଳ---- କନ୍ଧମାଳ ଜିଲ୍ଳା ବାଲିଗୁଡା ବ୍ଲକର ସଭାଗୃହ ପରିସରରେ  ମଧୁବାବୁ ପେନସନ ଓ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ଉପରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ପାଞ୍ଚୋଟି ଗ୍ରାମପଞ୍ଚାୟତ ବାରଖମା,ବୁଡ଼ରୁକିଆ, ଖମନଖୋଲ ବାଟାଗୁଡା, କୁଟିକିଆର ଜନପ୍ରତିନିଧି ,ନାଏବ ସରପଞ୍ଚ, କନିଷ୍ଠ ଯନ୍ତ୍ରୀ ଓ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ   ।  ଏହି ବୈଠକରେ ବୃଦ୍ଧାବୃଦ୍ଧିଙ୍କୁ ମଧୁବାବୁ ପେନସନ ପ୍ରଦାନ କରାଯାଇଥିଲା ।  ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି  ଉପରେ ଗ୍ରାମର ସମସ୍ତ ଜବକାର୍ଡଧାରୀଙ୍କୁ ତାଲିମ ଦିଆଯାଇଥିଲା  । ବାଲିଗୁଡା ବ୍ଲକ ଏପିଓ କରଣ ଉଠାନସିଂ କାାାା୍ୟକ୍ରମ ପରିଚାଳନା କରିଥିଲେ । 
କନ୍ଧମାଳ ରୁ ମନୋଜ କୁମାର ପଣ୍ଡା

Blog Archive

Popular Posts