Breaking News

ପଟ୍ଟନାୟିକିଆ ଟ୍ରିପଲ ମର୍ଡର କେସରେ ପୁଣି ଜଣେ ଗିରଫ


 ସାକ୍ଷୀଗୋପାଳ------ସାକ୍ଷୀଗୋପାଳ ଥାନା ଅର୍ନ୍ତଗତ ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥର ପଟ୍ଟନାୟିକିଆ ଛକରେ ୧୪ ତାରିଖ ଅପରାହ୍ନରେ ଗୋଟିଏ ପରିବାର ତିନି ଭାଇଙ୍କୁ ଗୋଡାଇ ଗୋଡାଇ ହତ୍ୟା କରାଯାଇଥିଲା  । ଏହା ଜିଲ୍ଲା ପୋଲିସ ପାଇଁ  ଚାଲେଞ୍ଜ ଥିଲା  । ପିପିଲି ଏସଡିପିଓ ଦେବଦତ୍ତ ବରାଳ ଏସପିଙ୍କ ନିର୍ଦ୍ଦେଶକ୍ରମେ କେସ ତଦନ୍ତ ଭାର ଗ୍ରହଣ କରି ହତ୍ୟା କାଣ୍ଡରେ ସମ୍ପକ୍ତଥିବା ୯ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛନ୍ତି । ଆଜି ଏହି କେସରେ ଫକୀର ବେହେରାଙ୍କ ପୁତ୍ର ଚରଣ ବେହେରାଙ୍କୁ ଗିରଫ କରାଯାଇଛି  । ଆସନ୍ତା କାଲି ଚରଣଙ୍କୁ କୋର୍ଟକୁ ପଠାଯିବ ବୋଲି ସତ୍ୟବାଦୀ ଥାନା ଆଇଆଇସି ତପନ କୁମାର ରାଉତଙ୍କ ଠାରୁ ପ୍ରକାଶ  ।
ସାକ୍ଷୀଗୋପାଳ ରୁ ଧୀରେନ୍ଦ୍ର ସେନାପତି 

Blog Archive

Popular Posts