Breaking News

ବଳଙ୍ଗା କେନାଲରେ ପାଣି ଆସିଲା ମାତ୍ର ତଳମୁଣ୍ଡରେ ପହଞ୍ଚୁନାହିଁ . ଚାଷୀ ଅସନ୍ତୋଷ

 ସାକ୍ଷୀଗୋପାଳ ---- ବର୍ଷା ନ ଥିବାରୁ ଚାଷୀ ମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି । ପାଣିକୁ ଅପେକ୍ଷା କରି ଚାଷୀ ମାନେ ଅପେକ୍ଷା କରି ବସିଛନ୍ତି ।  ଏହାକୁ ଲକ୍ଷ୍ୟ କରି ଜଳସେଚନ ବିଭାଗ ପକ୍ଷରୁ ବଳଙ୍ଗା  କେନାଲରେ ପାଣି ଛଡାଯାଇଛି  । ମାତ୍ର କେନାଲରେ ପାଣି ତଳ ମୁଣ୍ଡରେ ପହଞ୍ଚି ପାରୁନାହିଁ ବୋଲି ଚାଷୀ ମାନେ ଅଭିଯୋଗ କରିବା ସହ   ଆନ୍ଦୋଳନ କରିବା ପାଇଁ ସଜବାଜ ହେଉଥିବା ଜଣାପଡିଛି । ସୁଚନାଯୋଗ୍ୟ ଯେ ବଳଙ୍ଗା ଠାରୁ ବାହାରି ପୁରୀ ସଦର ଷଣ୍ଢବଜାର ଅର୍ଥାତ ପର୍ଯ୍ୟନ୍ତ ଯାଇଥିବା କେନାଲରେ ଏବେ ପାଣି ଛଡାଯାଇଛି  । ଏହି ୨୦ କିଲୋମିଟର କେନାଲ ମଧ୍ୟରେ ଚଳିତ ଫାନି ବାତ୍ୟାରେ ଶହ ଶହ ନଡିଆ, ଆମ୍ବ, ଚାକୁଣ୍ଡା ଆଦି ଗଛ ଗୁଡିକ ଭାଙ୍ଗିକି ପଡି ରହିଛି । ଏହା ସହିତ ଅନେକ ଯାଗାରେ କେନାଲ ମଧ୍ୟରେ ଘାସରେ ପରିପୂର୍ଣ୍ଣ ହୋଇପଡିଛି । ଯାହାକି ପାଣି ତଳ ମୁଣ୍ଡରେ ପହଞ୍ଚିବା କଷ୍ଟକର ହୋଇପଡିଛି । ଅନ୍ୟପକ୍ଷେ କେନାଲରେ ଯଦି ଅଧିକ ପାଣି ଛଡାଯାଏ ତାହେଲେ ବଳଙ୍ଗା, ନିମାପଡା, ସତ୍ୟବାଦୀ  ଅଞ୍ଚଳରେ ବିଭିନ୍ନ ଯାଗାରେ ଘାଇ ସୃଷ୍ଟି ହେବ ବୋଲି ଚାଷୀ ମାନେ କହନ୍ତି  । ଯେଉଁ କେତକ ଯାଗାରେ କେନାଲ କାମ କରାଯାଇଥିଲା ତାହା ଅତି ନିମ୍ନମାନର ବୋଲି ବାରମ୍ବାର ଅଭିଯୋଗ ହୋଇ ଆସିଥିଲେ ମଧ୍ୟ ଜଳସେଚନ ବିଭାଗ ଏଥିପ୍ରତି କର୍ଣ୍ଣପାତ କରିନଥିଲେ  । ଏବେ ଏହାର ପ୍ରତିଫଳ ଭୋଗିବାକୁ ପଡିବ ବୋଲି ଚାଷୀ ମାନେ ଅଭିଯୋଗ କରିଛନ୍ତି  । ଏ ସମ୍ପର୍କରେ ବଳଙ୍ଗା ଡିଭିଜନର ଜେଇ ବିରଞ୍ଚି କୁମାର ସେନାପତିଙ୍କୁ ପଚାରିବାରୁ ସେ କହନ୍ତି ଆମେ ଏ ସମ୍ପର୍କରେ ଅବଗତ ଅଛୁ । ଆସନ୍ତା କାଲି ଠାରୁ କେନାଲ ସଫେଇ କରାଯିବ ବୋଲି କହନ୍ତି ।
ସାକ୍ଷୀଗୋପାଳରୁ ଧୀରେନ୍ଦ୍ର ସେନାପତି

Blog Archive

Popular Posts